ଗାଧୁଆ ତୁଠ କୁ ଯାଇ ନିଜ ସ୍ତ୍ରୀ କୁ ଟାଙ୍ଗିଆ ରେ ହାଣି ହତ୍ୟା, ଅଭିଯୁକ୍ତ ସ୍ବାମୀ ଗିରଫ
ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଧୀନସ୍ଥ ବ୍ରହ୍ମପୁରା ଗ୍ରାମ ରେ ନିଜ ସ୍ତ୍ରୀ କୁ ଟାଙ୍ଗିଆ ରେ ହାଣି ହତ୍ୟା କରିଥିବା ସୂଚନା ମିଳିଛି ।

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଧୀନସ୍ଥ ବ୍ରହ୍ମପୁରା ଗ୍ରାମ ରେ ନିଜ ସ୍ତ୍ରୀ କୁ ଟାଙ୍ଗିଆ ରେ ହାଣି ହତ୍ୟା କରିଥିବା ସୂଚନା ମିଳିଛି । ପ୍ରକାଶ ଯେ, ସ୍ତ୍ରୀ ଅଞ୍ଜନା ବାଗକୁ ଟାଙ୍ଗୀଆରେ ହାଣି ନିର୍ମମ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସ୍ୱାମୀ କୃଷ୍ଣଚନ୍ଦ୍ର ବାଗ ଗୋଧୋଇବା ପାଇଁ ଯାଇ ଥିବା ନିଜ ସ୍ତ୍ରୀ ନିକଟ କୁ ଉକ୍ତ ଗାଧୁଆ ତୁଠ କୁ ଯାଇ କୌଣସି କଥା କୁ ନେଇ ପାଟି, ତୁଣ୍ଡ କରିଥିଲା ।
ଏହି ସାମାନ୍ୟ ପାଟି, ତୁଣ୍ଡ ପରେ କ୍ରୋଧ, ଜର୍ଜରିତ ହୋଇ ନିଜ ସ୍ତ୍ରୀ କୁ ଟାଙ୍ଗିଆ ରେ ହାଣି ନିର୍ମମ ଭାବେ ଜୀବନ ନେଇ ଯାଇ ଫେରାର ହୋଇ ଯାଇଥିଲା ଅଭିଯୁକ୍ତ କୃଷ୍ନଚନ୍ଦ୍ର । ପାଟଣାଗଡ଼ ଥାନା ବ୍ରହ୍ମପୁରା ଗ୍ରାମରେ ଏଭଳି ବିଭତ୍ସ ହତ୍ଯା କାଣ୍ଡ ଘଟିଥିବା ବେଳେ ପୋଲିସ ଗାଧୁଆ ତୁଠ ରୁ ସବ ଜବତ କରି ବ୍ୟବଛେଦ କରି ଅଭିଯୁକ୍ତ କୃଷ୍ଣଚନ୍ଦ୍ର ବାଗକୁ ଗିରଫ କରିଛି । କୌଣସି ନିର୍ଦ୍ଦିଷ୍ଟ କାରଣ ନ ଥିବା ବେଳେ ଜୀବନ ରେ ମାରି ନିଜ ସ୍ତ୍ରୀ କୁ ହତ୍ୟା କାହିଁକି କରିଛି ସେ ନେଇ ପୋଲିସ ଅଧିକ ତଦନ୍ତ ଚଳାଇ ଥିବା ପ୍ରକାଶ ପାଇଛି ।