ଇଣ୍ଡିଆନ୍ ଅଏଲ୍ ପାରାଦୀପ ରିଫାଇନରୀରେ ‘ସ୍ୱଚ୍ଛତା ପଖୱାଡା-୨୦୨୬’ ର ଶୁଭାରମ୍ଭ

ପାରାଦୀପ ରିଫାଇନରୀର କାର୍ଯ୍ୟକାରୀ ନିର୍ଦ୍ଦେଶକ ତଥା ରିଫାଇନରୀ ପ୍ରମୁଖ ଶ୍ରୀ କୌଶିକ ବସୁ, ରିଫାଇନରୀର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନଙ୍କ ଉପସ୍ଥିତିରେ ସମସ୍ତଙ୍କୁ ସ୍ୱଚ୍ଛତା ଶପଥ ପାଠ କରାଇଲେ।

ଇଣ୍ଡିଆନ୍ ଅଏଲ୍ ପାରାଦୀପ ରିଫାଇନରୀରେ ‘ସ୍ୱଚ୍ଛତା ପଖୱାଡା-୨୦୨୬’ ର  ଶୁଭାରମ୍ଭ

ଇଣ୍ଡିଆନଅଏଲ୍ ପାରାଦୀପ ରିଫାଇନରୀରେ ୦୧ ଜୁଲାଇ ୨୦୨୬ ରେ ସ୍ୱଚ୍ଛତା ପଖୱାଡା–୨୦୨୬ ଉତ୍ସାହର ସହ ଶୁଭାରମ୍ଭ ହେଲା। ପାରାଦୀପ ରିଫାଇନରୀର କାର୍ଯ୍ୟକାରୀ ନିର୍ଦ୍ଦେଶକ ତଥା ରିଫାଇନରୀ ପ୍ରମୁଖ ଶ୍ରୀ କୌଶିକ ବସୁ, ରିଫାଇନରୀର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନଙ୍କ ଉପସ୍ଥିତିରେ ସମସ୍ତଙ୍କୁ ସ୍ୱଚ୍ଛତା ଶପଥ ପାଠ କରାଇଲେ। ଏହି ଅବସରରେ ଶ୍ରୀ ବସୁ, ସ୍ୱଚ୍ଛ ଭାରତ ଗଠନର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହିତ ସ୍ୱଚ୍ଛତା ପ୍ରତି ସକ୍ରିୟ ଭାବେ ଭୂମିକା ଗ୍ରହଣ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ । ସେ ସମସ୍ତଙ୍କୁ କାର୍ଯ୍ୟସ୍ଥଳ, ଗୃହ, ନିକଟବର୍ତ୍ତୀ ଅଞ୍ଚଳ ଏବଂ ରିଫାଇନରୀ ପରିସରରେ ସ୍ୱଚ୍ଛତା ବଜାୟ ରଖିବାକୁ ଆହ୍ୱାନ କରିଥିଲେ । ପାରିପାର୍ଶ୍ଵ ଗ୍ରାମଗୁଡ଼ିକରେ ସ୍ୱଚ୍ଛତା ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ, ପାରାଦୀପ ରିଫାଇନରୀର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ କାର୍ଯ୍ୟକାରୀ ନିର୍ଦ୍ଦେଶକ ତଥା ରିଫାଇନରୀ ପ୍ରମୁଖ ଶ୍ରୀ କୌଶିକ ବସୁ ‘ସ୍ୱଚ୍ଛତା ରଥ’କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଜୁଲାଇ ୧ ରୁ ୧୫, ୨୦୨୬ ପର୍ଯ୍ୟନ୍ତ ପାଳନ ହେବାକୁ ଥିବା ଏହି ସ୍ୱଚ୍ଛତା ପଖୱାଡା ଅବସରରେ, ସ୍ୱଚ୍ଛତା ସମ୍ପର୍କରେ ସଚେତନତା ପ୍ରସାର କରିବା ପାଇଁ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି ସ୍ୱଚ୍ଛତା ପଖୱାଡା ଅବସରରେ, ପାରାଦୀପ ରିଫାଇନରୀ ଏବଂ ପାରିପାର୍ଶ୍ଵ ଗ୍ରାମଗୁଡ଼ିକରେ, ବୃକ୍ଷରୋପଣ ଅଭିଯାନ, ପ୍ଲଗିଂ, ନୁକ୍କଡ଼ ନାଟକ, ସ୍ୱଚ୍ଛତା ଅଭିଯାନ, ସଚେତନତାମୂଳକ ଆଲୋଚନା, ଡଷ୍ଟବିନ୍ ଏବଂ ସ୍ୱଚ୍ଛତା କିଟ୍ ବଣ୍ଟନ, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଭଳି ଅନେକ ଆକର୍ଷଣୀୟ କାର୍ଯ୍ୟକ୍ରମର ଆୟୋଜନ କରାଯିବ।