ଭୁବନେଶ୍ୱରରେ କୋବିନ୍ଦ

ରାଜଧାନୀ ଭୁବନେଶ୍ୱରରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଶନିବାର ଅପରାହ୍ନରେ ଶ୍ରୀ କୋବିନ୍ଦ ଭୁବନେଶ୍ୱର ବିମାନବନ୍ଦରରରେ ପହଞ୍ଚିଛନ୍ତି । ସେ ଭୁବନେଶ୍ୱରସ୍ଥ ଏକ ଘରୋଇ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବାକୁ ଆସିଥିବା ଜଣାଯାଇଛି ।
ତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ମୁତୟନ କରାଯାଇଛି । ଏହି ଅବସରରେ ଆସନ୍ତା ୨୩ ତାରିଖ ଦିନ ୱାନ ନେସନ ୱାନ ଇଲେକ୍ସନ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହେବ ବୋଲି ଶ୍ରୀ କୋବିନ୍ଦ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଶ୍ରୀ କୋବିନ୍ଦ ୱାନ ନେସନ ୱାନ ଇଲେକ୍ସନ କମିଟିର ଅଧ୍ୟକ୍ଷ ଅଛନ୍ତି ।