ରାତିରେ ଚାଷ ଜଗିବାକୁ ଯାଇଥିଲେ; ଆକ୍ରମଣ କଲା ଭାଲୁ
ରାତିରେ ଚାଷ ଜଗିବାକୁ ଯାଇଥିଲେ ବୃଦ୍ଧ। ଘରକୁ ଫେରିଲା ବେଳେ ବାଟରେ ଆକ୍ରମଣ କଲା ଭାଲୁ

ରାତିରେ ଚାଷ ଜଗିବାକୁ ଯାଇଥିଲେ ବୃଦ୍ଧ। ଘରକୁ ଫେରିଲା ବେଳେ ବାଟରେ ଆକ୍ରମଣ କଲା ଭାଲୁ। ବାଲେଶ୍ୱର ଜିଲା ସୋର ବ୍ଲକ ଅନ୍ତର୍ଗତ କେଶରୀପୁର ପଂଚାୟତ ଜାମପଦା ଗାଁରେ ଏହି ଘଟଣା ଘଟିଛି। ଆହତ ବୃଦ୍ଧ ଜଣଙ୍କ ହେଲେ ସମା ସିଂ। ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି।
ଗତକାଲି ରାତିରେ ସମା ଚାଷ ଜମି ଜଗି ଯାଇଥିଲେ। ବିଳମ୍ବିତ ରାତିରେ ଘରକୁ ଫେରିବା ବେଳେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ସମା ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଦୌଡ଼ି ଆସିଥିଲେ। ଭାଲୁଟି ଦୌଡ଼ି ପଳାଇଯାଇଥିଲା।