ସମୟ କରୁଛି ନାଟ

ଅର୍ଜୁନ କୁମାର ସାମଲ, ଗଣ୍ଡକିପୁର, କୁଜଙ୍ଗ, ଜଗତସିଂହପୁର l ମୋ. ନ.__7008996225

ସମୟ କରୁଛି ନାଟ

ସମୟ କରୁଛି ନାଟ
     ===============

ତାରୁଣ୍ୟର ଚି଼ହ୍ନ ଲିଭି ଲିଭି ଯାଏ
ଯାଇଛି ତାରୁଣ୍ୟ ଚାଲି ,
ବର୍ଦ୍ଧକ୍ୟର ଚି଼ହ୍ନ ଛାଇ ଯାଇ ଅଛି 
ଆସିଛି ବର୍ଦ୍ଧକ୍ୟ ବୋଲି l 
ତରୁଣ ମନର ଚପଳତା ଯେତେ
ବାର୍ଦ୍ଧକ୍ୟ ନେଇଛି ଧୋଇ  ,
ଅବଲୁପ୍ତ ଆଜି ସେ ସପନ ରାଜି
ରହି ଅଛି ସ୍ମୃତି ହୋଇ  l 
ମନ ଶୁଣାଉଛି ଆଗାମୀ ଦିନର
ଯନ୍ତ୍ରଣାର ପରିପତ୍ର ,
ଅବଶ ଶରୀର,ଅବଶ ମନର
ଅବଶୋଷ ହୃଦୟର l 
ଦଉଡ଼ି ଦଉଡ଼ି ଥକ୍କା ମାରିଲାଣି
ବୟସ ପଡ଼ୁଛି ଝୁଣ୍ଟି ,
କାହିଁ ବା ଶକତି ଆଉ ଦଉଡ଼ିବ
ଚାହିଁ ବସିଛି ମୁକତି   l 
ବାର୍ଦ୍ଧକ୍ୟ ବନ୍ଧନେ ମନ ଅବୟବ
ମୁକୁଳିବ କାହିଁ ବାଟ,
ଲିଭି ଯିବ ଏଠି ଜୀବନ ପ୍ରଦୀପ
ସମୟ କରୁଛି ନାଟ  l 
==================

ଅର୍ଜୁନ କୁମାର ସାମଲ, ଗଣ୍ଡକିପୁର,
କୁଜଙ୍ଗ, ଜଗତସିଂହପୁର l
ମୋ. ନ.__7008996225
======================