ପିପିଏଲ ଡିଏଭି ପବ୍ଲିକ ସ୍କୁଲ ରେ ଶିଳ୍ପ ଦକ୍ଷତା ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ
ଡିଏ ଭି ପିପିଏଲରେ ଅଳଙ୍କରଣ ସମାରୋହ ଅନୁଷ୍ଠିତ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ଶିଳ୍ପ ଦକ୍ଷତା ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ

ପି ପି ଏଲ ସ୍ଥିତ ଡି ଏ ଭି ପବ୍ଲିକ ସ୍କୁଲର ଅଳଙ୍କରଣ ସମାରୋହ ତା୧୨.୦୭.୨୪ ରିଖରେ ଅନୁଷ୍ଠିତ ହୋଇ ଯାଇଛି । ପି ପି ଏଲ ସ୍ଥିତ କମ୍ୟୁନିଟି ହଲରେ ଏହି ସମାରୋହ ଆୟୋଜନ ହୋଇଥିଲା। ଓଡ଼ିଶା ସରକାରଙ୍କ ଶିଳ୍ପ ଦକ୍ଷତା ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ।
ପିପିଏଲ ସାର କାରଖାନାର ସିଏମଓ ଶ୍ରୀ ପାଲାମି ସାମୀ ବେଲୁ ସାମୀ, ସି.ଜି.ଏମ ଶ୍ରୀ ସୁମିତ୍ ସେନାପତି ଓ ଶ୍ରୀ ଜଗନ୍ନାଥ ଖୁଣ୍ଟିଆ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ଓ ପିପିଏଲର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀବୃନ୍ଦ ଏବଂ ଇଫକୋ ଡିଏଭି ର ଅଧ୍ୟକ୍ଷ ଶ୍ରୀ ସମ୍ବିତ ସୁକୁମାର ଚିନ୍ନାରା , ପିପିଟି ଡିଏଭି ର ଅଧ୍ୟକ୍ଷା ଶ୍ରୀମତୀ ବିନ୍ଦୁଶ୍ରି ମହାନ୍ତି ଙ୍କୁ ପିପିଏଲ ଡିଏଭି ର ଅଧ୍ୟକ୍ଷ ଶ୍ରୀ ସଞ୍ଜୀବ କୁମାର ସାହୁ ସ୍ୱାଗତ କରିଥିଲେ । ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ସହ ପିପିଏଲର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀବୃନ୍ଦ ଦୀପ ପ୍ରଜ୍ଜ୍ଵଳନ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସଞ୍ଜୀବ କୁମାର ସାହୁ ନିଜର ଅଭିଭାଷଣରେ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କୁ ଡିଏଭି ଓଡ଼ିଆ ମାଧ୍ୟମର ପୁରାତନ ଛାତ୍ର ଭାବରେ ଉଚ୍ଚ ପ୍ରଶଂସା କରି ସ୍ୱାଗତ ଓ ସମ୍ବର୍ଦ୍ଧନା କରିଥିଲେ । ଏହା ପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭିନ୍ନ ଉଦାହରଣ ମାଧ୍ୟମରେ ଗୁରୁଶିଷ୍ୟ ମଧ୍ୟରେ ଥିବା ଉତ୍ତମ ସମ୍ପର୍କ ଉପରେ ମତ ବ୍ୟକ୍ତ କରିବା ସହ ତାଙ୍କର ସଫଳତା ପଛରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଭୂମିକା ସମ୍ପର୍କରେ ଅଭିଭାଷଣ ଦେଇଥିଲେ । ଏହି ଉତ୍ସବରେ ଇଂରାଜୀ ମାଧ୍ୟମର ଦଶମ ଓ ଦ୍ଵାଦଶ ଶ୍ରେଣୀରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ ଓ ଓଡ଼ିଆ ମାଧ୍ୟମର ଦଶମ ଶ୍ରେଣୀରେ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ସହ ପ୍ରୋତ୍ସାହିତ କରାଯାଇଥିଲା। ସ୍ୱାଗତ ସଙ୍ଗୀତ ଓ ଗଣେଶ ବନ୍ଦନା ନୃତ୍ୟ ପରିବେଷଣ ଏହି କାର୍ଯ୍ୟକ୍ରମଟିକୁ ଚିତ୍ତାକର୍ଷକ କରିଥିଲା।
ଏହି କାର୍ଯ୍ୟକ୍ରମରେ ସ୍କୁଲ କ୍ୟାବିନେଟର ନବ ନିର୍ବାଚିତ ସଦସ୍ୟ(ଛାତ୍ରଛାତ୍ରୀ)ମାନଙ୍କୁ ବ୍ୟାଜ୍ ଓ ଶାସ୍ ପ୍ରଦାନ କରାଯାଇଥିଲା। ଏହି ଉପଲକ୍ଷେ ବିଭିନ୍ନ ପଦବୀ ମଣ୍ଡନ କରିଥିବା ବିଦ୍ୟାର୍ଥୀ ମାନେ ବିଦ୍ୟାଳୟର ବିଭିନ୍ନ ଦାୟିତ୍ୱ ନିଷ୍ଠା ଓ ଶୃଙ୍ଖଳା ର ସହ ସମ୍ପାଦନ କରିବାକୁ ଶପଥ ପାଠ କରିଥିଲେ । ଡିଏଭି ବିଦ୍ୟାଳୟ ଓ ପିପିଏଲ ତରଫରୁ ଏ ସମସ୍ତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମଟିକୁ ଇଂରାଜୀ ମାଧ୍ୟମର ଶିକ୍ଷକ ଶ୍ରୀଯୁକ୍ତ ଜୟଦେବ ଚକ୍ରବର୍ତ୍ତୀ , କ୍ରୀଡ଼ା ଶିକ୍ଷକ ଶାଶ୍ଵତ କୁମାର ଭାରତୀୟ , ଶ୍ରୀମତୀ ସସ୍ମିତା ସାମନ୍ତରାୟ ଓ ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ଷଡ଼ଙ୍ଗୀ ଙ୍କ ସହ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ସୂଚାରୁ ରୂପେ ସମ୍ପାଦିତ କରିଥିଲେ । ଶେଷରେ ବିଦ୍ୟାଳୟର ସଂଯୋଜକ ଶ୍ରୀଯୁକ୍ତ ବୃନ୍ଦାବନ ରାଉତ କାର୍ଯ୍ୟକ୍ରମଟି ସଫଳତାର ସହ ପରିଚାଳିତ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଡି. ଏ. ଭି. ବିଦ୍ୟାଳୟ ସମୂହ ଆଞ୍ଚଳିକ ଅଧିକାରୀ ଡ. କେଶବ ଚନ୍ଦ୍ର ଶତପଥୀ ମହୋଦୟ ଓ ଉପ ଆଞ୍ଚଳିକ ଅଧିକାରୀ ଡ. ସୁଜାତା ସାହୁ ଅଳଙ୍କରଣ ସମାରୋହକୁ ପ୍ରଶଂସା କରିଥିଲେ।