ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀ ପରିଦର୍ଶନ କଲେ ଅତିରିକ୍ତ ଜିଲ୍ଲାପାଳ
ଆଜି ପାରାଦୀପ ପୌର ପରିଷଦ ର ବିଭିନ୍ନ ୱ୍ଵାର୍ଡ ବୁଲି ଜନଗଣନା କାର୍ଯ୍ୟ ର ସମିକ୍ଷା
ପାରାଦ୍ଵୀପ, ୦୯/୦୬/୨୬: ଜଗତସିଂହପୁର ଜିଲ୍ଲା ରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ବା ଏସ ଆଇ ଆର ପ୍ରକ୍ରିୟା ଆରମ୍ଭ ହେବା ସହ ବୁଥ ସ୍ତରୀୟ ଅଧିକାରୀମାନେ ଘର ଘର ବୁଲି ଜନଗଣନା ଫର୍ମ ବଣ୍ଟନ କରୁଛନ୍ତି। ଏହି କ୍ରମରେ ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିରଞ୍ଜନ ବେହେରା ଆଜି ପାରାଦ୍ଵୀପ ପୌର ପରିଷଦ ର ବିଭିନ୍ନ ୱାର୍ଡ ପରିଦର୍ଶନ କରି ମତାଦାତାଙ୍କୁ ଜନଗଣନା ଫର୍ମ ବଣ୍ଟନ କାର୍ଯ୍ୟର ତଦାରଖ କରିଛନ୍ତି। ଏଥିସହିତ ସମସ୍ତଙ୍କୁ ଏସ ଆଇ ଆର ପ୍ରକ୍ରିୟା ରେ ସାମିଲ ହୋଇ ଏକ ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ସହାୟତା ପାଇଁ ସଚେତନ କରିଛନ୍ତି।ଜୁନ୍ ୮ ତାରିଖ ସୁଦ୍ଧା ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀ ରେ ମୋଟ ୧୫୧୪୫୮ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ଏଥିରେ ୬୯.୦୯ ପ୍ରତିଶତ ମତଦାତା ବର୍ତ୍ତମାନ ସୁଦ୍ଧା ଏସଆଇଆର ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଜୁନ୍ ୨୮ ଯାଏଁ ଏହି ପ୍ରକ୍ରିୟା ଚାଲିବ। ପୂରଣ ହୋଇଥିବା ପରିଗଣନା ଫର୍ମ ଆଧାରରେ ଚିଠା ଭୋଟର ତାଲିକା ପ୍ରସ୍ତୁତ ହେବ। । ଏହି ପରିଦର୍ଶନ ସମୟରେ ନିର୍ବାହୀ ଅଧିକାରୀ, ପାରାଦ୍ଵୀପ ପୌର ପରିଷଦ ଅଭିଷେକ ପଣ୍ଡା,ଡେପୁଟି କଲେକ୍ଟର, ପାରାଦ୍ଵୀପ ସାୟେଦା ନାୟେଲା, ବି ଏଲ ଓ , ବି ଏଲ ଓ ସୁପରଭାଇଜର, ବି ଏଲ ଏ, ମାନେ ଉପସ୍ଥିତ ଥିଲେ।









