ପାରାଦ୍ୱୀପ ରେ ବୋଇତ ବନ୍ଦାଣ ଉତ୍ସବ
ଆ କା ବୈ , ପାନ ଗୁଆ ଥୋଇ , ପାନ ଗୁଆ ତୋର ମାସକ ଯାକର ଧରମ ମୋର, କାହିଁ କେଉଁ କାଳରୁ ଚଳି ଆସୁଥିବା ଏହି ଦୁଇ ପଦ ଉକ୍ତି ଆଜି ବି ଜନ ମାନସରେ ଉଜ୍ଜିବିତ ହୋଇ ରହିଛି ।

ଆ କା ବୈ , ପାନ ଗୁଆ ଥୋଇ , ପାନ ଗୁଆ ତୋର ମାସକ ଯାକର ଧରମ ମୋର, କାହିଁ କେଉଁ କାଳରୁ ଚଳି ଆସୁଥିବା ଏହି ଦୁଇ ପଦ ଉକ୍ତି ଆଜି ବି ଜନ ମାନସରେ ଉଜ୍ଜିବିତ ହୋଇ ରହିଛି । କାର୍ତ୍ତିକ ମାସର ପୂର୍ଣ୍ଣିମା ତିଥିରେ ଓଡ଼ିଶା ର ପୁରପଲ୍ଲୀରେ ବହି ଯାଇଥିବା ନଦୀ ନାଳ ପୋଖରୀରେ ଲୋକେ ଡଙ୍ଗା ଭସାଇଲା ବେଳେ ଏହି ଉକ୍ତି ତାଙ୍କ କଣ୍ଠରୁ ଭାସି ଆସୁଥିବା ବେଳେ ବ୍ୟସ୍ତ ବହୁଳ ଚାକ ଚକ୍ୟ ନଗର ସହର ମଧ୍ୟରେ ମଧ୍ୟ ବହି ଯାଇଥିବା ନଦୀ ,ନାଳ ,ଯୋର ଏବଂ ଜଳାଶୟ ରେ ମଧ୍ୟ ଏହାର ସ୍ଵର ଶବ୍ଦ ଗୁଣୁ ଗୁଣୁ ହୋଇ ଗୁଞ୍ଜାରିତ ହେବାର ଶୁଣା ଯାଇଥାଏ, ଏପରିକି ସମୁଦ୍ର ଉପକୂଳବର୍ତ୍ତୀ ସହର ବାସିନ୍ଦା ମାନେ ମଧ୍ୟ ବଙ୍ଗୋପ ସାଗର ର ପବିତ୍ର ମହୋଦଧି ରେ ଡଙ୍ଗା ଭସାଇଲା ବେଳେ ଏହି ସ୍ଵର ଆବାଳ ବୃଦ୍ଧ ବନିତା ସମସ୍ତେ ଗୁଣୁଗୁଣେଇ ହୋଇ ଗାଇ ଭସେଇ ଦିଅନ୍ତି ପୁଣ୍ୟର ଡଙ୍ଗା ।
କାର୍ତ୍ତିକ ପୂର୍ଣ୍ଣିମାର ପ୍ରତ୍ୟୁଷ ଆରମ୍ଭ ହୁଏ ପବିତ୍ର ର ପବିତ୍ରତା ଠାରୁ । ଯେଉଁ କାରଣ ରୁ ଏହାକୁ ଧର୍ମର ମାସ ବୋଲି ବିବେଚନା କରାଯାଇ ଥାଏ । ଆଉ ଏଇ ଧର୍ମ ମାସ କାର୍ତ୍ତିକ ସହ ଓଡିଆଙ୍କର ରହିଛି କାଇଁ କେଉଁ କାଳରୁ ପବିତ୍ର ସମ୍ପର୍କ । ଦିନେ ସାଧବପୁଅ ମାନେ ବୋଇତରେ ଜିନିଷ ନେଇ ଯାଉଥିଲେ ସୁଦୂର । ସାତ ଦରିଆ ତେର ନଈ ପାର ହେଇ, ଜାଭାଠୁ ବାଲି, ସୁମାତ୍ରାରୁ ଏବେକାର ଇଣ୍ଡୋନେସିଆରେ ବେପାର ବଣିଜ କରୁଥିଲେ ଆମ ଓଡିଆ ପୁଅ । ରେଶମୀ ପାଟ, ସୁଗନ୍ଧ ଦ୍ରବ୍ୟ, କାରିଗରୀ ଶିଳ୍ପ ଭଳି କେତେ କଣ ଜିନିଷ ଧରି, ବୋଇତରେ ସାଧବ ପୁଅ ଯାଉଥିଲେ କାହିଁ କେତେ ଦୂର । ଆଉ ସାଧବ ବୋହୁ ମାନେ ବୋଇତ ର ମଙ୍ଗ କୋଣରେ ମା ମଙ୍ଗଳା ଙ୍କୁ ବନ୍ଦେଇ ସାଧବ ପୁଅଙ୍କୁ ଦେଉଥିଲେ ଯାତ୍ରା ମେଲାଣି । ଆଜି ସେହି ଗୌରବମୟ ଇତିହାସ କୁ ହଜାର ହଜାର ଲୋକଙ୍କ ଗହଳି ଭିତରେ ସାଧବାଣୀ ସାଜି ବୋଇତ ବନ୍ଦେଇ ସାଧବ ପୁଅଙ୍କୁ ମନେ ପକାନ୍ତି ପ୍ରତିଟି ଓଡିଆ । ଯାହା ଆମ ଓଡିଆ ପରମ୍ପରା ଆଉ ଗୌରବମୟ ଇତିହାସକୁ ବିଶ୍ୱ ଦରବାରରେ ଦେଖାଇବା ସହ ଅଜିବି ଜନ ମାନସ ରେ ଉଜ୍ଜୀବିତ ହୋଇ ରହିଛି ।
ତେବେ ସାଧବ ପୁଅ ବେଶରେ ସଜ୍ଜିତ ବନ୍ଦର ସାମୁଦ୍ରିକ ବିଭାଗ ର କର୍ମଚାରୀ ଓ ସାଧବାଣୀ ବେଶରେ ସଜ୍ଜିତ କେନ୍ଦ୍ରୀୟ ବିଦ୍ୟାଳୟ ର ଛାତ୍ରୀବୃନ୍ଦ । ଅବସର ଥିଲା ଓଡ଼ିଆ ଜାତିର ଐତିହ୍ୟ ଓ ପରମ୍ପରା ର ସ୍ମୃତିକୁ ସାଉଁଟିବାର । ଯେଉଁଥିପାଇଁ ତ ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀର ଶୁଭ ଅବସରରେ କଳିଙ୍ଗ ର ସାଧବ ପୁଅ ମାନଙ୍କର ବୀରତ୍ୱ ର ଗାଥା ଗାରିମା କୁ ଉଜ୍ଜିବିତ କରିବା ପାଇଁ ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ପାଳିତ ହୋଇଯାଇଛି ବୋଇତ ବନ୍ଦାଣ ଉତ୍ସବ | ଯାହାକି ଓଡ଼ିଆ ଜାତିର ଅନନ୍ୟ ପରମ୍ପରା ର ନିଖୁଣ ପ୍ରତିଛବି ଦେଖିବାକୁ ମିଳିଥିଲା ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ । ପ୍ରତିବର୍ଷ ଭଳି ଚଳିତ ବର୍ଷ ଏହି ଐତିହ୍ୟ କୁ ବଜାୟ ରଖିବା ଓ ବନ୍ଦର ର ବାଣିଜ୍ୟ କାରବାର ର ଶୁଭ ମନାସି ବନ୍ଦର ୱେଟ୍ ବେସିନ୍ ଠାରେ ଆୟୋଜିତ ହୋଇଥିଲା ଏହି ବୋଇତ ବନ୍ଦାଣ ଉତ୍ସବ | ଯାହାକୁ ଦେଖିବାକୁ ସକାଳୁ ସକାଳୁ ବନ୍ଦର ମଧ୍ୟରେ ପ୍ରବଳ ଜନ ସମାଗମ ହୋଇଥିଲା |
ତେବେ ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଅତୀତ ର ସ୍ମୃତି ଚାରଣ କରିଥିଲେ । ବନ୍ଦର ୱେଟ୍ ବେସିନ୍ ଗେଟ୍ ନିକଟରୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ରେ ଆସି ମଞ୍ଚ ପାଖରେ ପହଞ୍ଚିବା ପରେ ଆୟୋଜିତ ପୂଜା ହୋମ ଯଜ୍ଞ ରେ କର୍ତ୍ତା ଭାବେ ବସି ପୂଜା ଋତିନିତି ସମ୍ପନ କରିଥିଲେ । ପରେ ପରେ ବହୁ ପ୍ରତିକ୍ଷିତ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବ ର ଶୁଭ କଳସ ସାଧବ ମାନଙ୍କ ହାତକୁ ସମର୍ପି ଦେଇ ତାଙ୍କ ସହ ବୋଇତ କୁ ମେଲାଣି ଦେବା ପାଇଁ ପଦ ଯାତ୍ରା ରେ ବୋଇତ ନିକଟକୁ ଯାଇଥିଲେ । ଐତିହାସିକ କଳିଙ୍ଗ ସାଧବ ମାନଙ୍କ ଏହି ଦୁଃସାହସିକ ଯାତ୍ରା ର ଶୁଭ ମନାସି ଆନୁଷ୍ଠାନିକ ଭାବେ ପତାକା ହଲାଇ ଏକ ସୁସଜ୍ଜିତ ବୋଇତ କୁ ମେଲାଣି ଦେଇଥିଲେ । ତାଙ୍କ ସହିତ ଶିଳ୍ପ ମନ୍ତ୍ରୀ ତଥା ପାରାଦୀପ ବିଧାୟକ ସମ୍ପଦ ଚନ୍ଦ୍ର ସ୍ଵାଇଁ ଓ ଜଗତସିଂହପୁର ସାଂସଦ ଡା.ବିଭୁପ୍ରସାଦ ତରାଇ ଉପାସ୍ଥିତ ଥିବା ବେଳେ ଜଗତସିଂହପୁର ଜିଲ୍ଲା ର ଜିଲ୍ଲାପାଳ ଜେ ସୋନାଲ୍ , ଓ ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ.ହାରନାନ୍ଦ ଙ୍କ ସମେତ ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ମଧ୍ୟ ଉପସ୍ଥିତ ଥିଲେ।
ସାତ ଦରିଆ ର ବୁକୁ ଚିରି ପାଲ ଟଣା ବୋଇତ ରେ କିଭଲି ଦୂର ସମୁଦ୍ର ରେ ଓଡ଼ିଆ ପୁଅ ମାନେ ଜାଭା ସୁମାତ୍ରା ବାର୍ଲି ବୋର୍ଣିଓ ଦୀପ କୁ ନୌବାଣିଜ୍ୟ କରିବା ପାଇଁ ଯାଉଥିଲେ ତାର ଏକ ପ୍ରାମାଣିକ ଚିତ୍ର ର ଆୟୋଜନ କରିଥିଲା ବନ୍ଦର ପ୍ରସାଶନ | ଏକ ସୁସଜ୍ଜିତ ବୋଇତ ରେ ପାରମ୍ପରିକ ବେଶଭୂଷା ରେ ସାତ ସାଧବ ପୁଅ ଙ୍କୁ ସାତ ସାଧବାଣୀ ମାନେ ବନ୍ଦାପନା କରି ମେଲାଣି ଦେବା ପରେ ବୋଇତ କୁ ଯାତ୍ରା କରିବା ପାଇଁ ସବୁଜ ସଂକେତ ଦେଇଥିଲେ ବନ୍ଦର ଅଧ୍ୟକ୍ଷ | ବାସ୍ତବିକ ବନ୍ଦର କର୍ତ୍ତୃପକ୍ଷ ଙ୍କ ଏତାଦୃଶ୍ୟ କାର୍ଯ୍ୟକ୍ରମ ଆଗାମୀ ପୀଢୀ ଙ୍କ ମଧ୍ୟରେ ଓଡିଆ ଜାତିର ଗର୍ବ ଓ ଗୌରବ କୁ ନିଶ୍ଚୟ ବଞ୍ଚେଇ ରଖିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।
ପାରାଦୀପ ରୁ ଲାଲା ବିନୟ କୁମାର ରାୟ ଙ୍କ ରିପୋର୍ଟ onm news