୪ର୍ଥ ପ୍ରାକ-ବଡ଼ଦିନ ମହୋତ୍ସବ ୨୦୨୩ ଅନୁଷ୍ଟିତ
କନ୍ଧମାଳ : ଟିକାବାଲିର ପାଣିଙ୍ଗିଆ ଠାରେ ୪ର୍ଥ ପ୍ରାକ-ବଡ଼ଦିନ ମହୋତ୍ସବ ୨୦୨୩ ଅନୁଷ୍ଟିତ

କନ୍ଧମାଳ ଜିଲ୍ଲାର ଟିକାବାଲି ବ୍ଲକ୍ ଏବଂ ଚକାପାଦ ବ୍ଲକ୍ ମିଳିତ ଖ୍ରୀଷ୍ଟିୟାନ ସମାଜ ଦ୍ବାରା ଚତୁର୍ଥ ତମ ପ୍ରାକ-ବଡଦିନ ଆନନ୍ଦ ମହୋତ୍ସବ ୨୦୨୩ ଅନୁଷ୍ଟିତ ହୋଇଯାଇଛି । ଏହି ମହୋତ୍ସବ ଟିକାବାଲି ବ୍ଲକ ଏବଂ ଚକାପାଦ ବ୍ଲକ ଆଞ୍ଚଳିକ ଖ୍ରୀଷ୍ଟିୟାନ ସମାଜର ସଭାପତି ଅବସରପ୍ରାପ୍ତ ସେନାଧିକାରୀ ରମେଶ ଦିଗାଲ ଙ୍କ ଅଧ୍ୟକ୍ଷତାରେ ଟିକାବାଲିର ପାଣିଙ୍ଗିଆ ବିଶ୍ବବାଣି ଚର୍ଚ ପ୍ରାଙ୍ଗଣରେ ଆନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବରେ ମୂଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଦନ ମଳିକ ଯୋଗଦେଇ ଉପସ୍ଥିତ ରହି ଖ୍ରୀଷ୍ଟିୟାନ ଭାଇ ଭଉଣି ମାନଙ୍କୁ ସୁବେଛା ବାର୍ତା କରିବା ସହ ଉତ୍ସାହିତ କରିଥିଲେ । ମଞ୍ଚାସିନ ଅତିଥି ହେଲେ ଟିକାବାଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ଦିଲିପ କହଁର,ଚକାପାଦ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ବୈନେତ୍ରୀ କହଁର,ସାଂସଦ ବ୍ଲକ ସଂଯୋଜକ ପ୍ରଦ୍ୟୁମନୁ ଦିଗାଲ,ସମାଜସେବି ପ୍ରେମାନନ୍ଦ ପ୍ରଧାନ, ପ୍ରକାଶ ଦିଗାଲ,ସାର୍ଲେଶ୍ବର ଦିଗାଲ,ସନ୍ତୋଷ ଦିଗାଲ ସମୂହ ଯୋଗଦେଇ ଉପସ୍ଥିତ ଖ୍ରୀଷ୍ଟିୟ ବିଶ୍ବାସି ଭାଇ ଭଉଣି ମାନଙ୍କୁ ବଡଦିନ ସୁବେଛା ଦେବା ସହ ଉତ୍ସାହିତ କରିଥିଲେ । ଏହି ପ୍ରାକ-ବଡଦିନ ଉତ୍ସବରେ ମୂଖ୍ୟ ବକ୍ତା ଭାବେ ରେଭ.ଅବେଦ ନାୟକ ଯୋଗଦେଇ ପବିତ୍ର ବାଇବଲରୁ ଇଶ୍ବରଙ୍କ ବାକ୍ୟ ପରିବେଷଣ କରି ଯୀଶୁଙ୍କ ଜନ୍ମର ବାର୍ତା ପ୍ରଦାନ କରିଥିଲେ ସେହିପରି ଅନ୍ୟତ୍ତମ ବକ୍ତା ଭାବେ ରେଭ.ଯୋକ୍ଷ ଦିଗାଲ । ଏହି ମହୋତ୍ସବରେ ଶତାଧିକ ଖ୍ରୀଷ୍ଟିୟ ବିଶ୍ବାସି ବିଶ୍ବାସିନି ମାନେ ଯୋଗ ଦେଇ କେକ୍ କାଟି ଆନନ୍ଦ ଉଲ୍ଲାସରେ ପ୍ରାକ-ବଡଦିନ ଉତ୍ସବ ପାଳନ କରିଥିଲେ । ଶେଷରେ ଆକର୍ଷଣିୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ପାଳକ କମିଟି କର୍ମକର୍ତ୍ତା ପରିଚାଳନା କରିବି ସହ ସହଯୋଗ କରିଥିଲେ l
କନ୍ଧମାଳ ଜିଲ୍ଲା ରୁ କୁନା ଦିଗାଲ ଙ୍କ ରିପୋର୍ଟ