ନୂଆପଡ଼ାରେ ପୁଣି ବାଘ ଆତଙ୍କ, ବାଛୁରିକୁ ମାରିି ଖାଇଲା
ବ୍ରାହ୍ମଣୀ ଗାଁର ଅଗିନ ରାଉତଙ୍କ ବାଛୁରୀ ଗାଁ ନିକଟସ୍ଥ ଜଙ୍ଗଲକୁ ଚରିବାକୁ ଯାଇଥିବାବେଳେ ବାଘ ଆକ୍ରମଣର ଶିକାର ହୋଇଥିଲା। ଖବରପାଇ ନୂଆପଡା ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।

କେଇ ଦିନ କମିଲା ପରେ ଏବେ ପୁଣି ବାଘ ଆତଙ୍କ। ନୂଆପଡ଼ା ଜିଲା ସଦର ବ୍ଲକ ଆମାନାରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବ୍ରାହ୍ମଣୀ ଗାଁରେ କଲରାପତରିଆ ବାଘ ଆତଙ୍କ । ବ୍ରାହ୍ମଣୀ ଗାଁର ଅଗିନ ରାଉତଙ୍କ ବାଛୁରୀ ଗାଁ ନିକଟସ୍ଥ ଜଙ୍ଗଲକୁ ଚରିବାକୁ ଯାଇଥିବାବେଳେ ବାଘ ଆକ୍ରମଣର ଶିକାର ହୋଇଥିଲା। ଖବରପାଇ ନୂଆପଡା ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।
ଗତ ଏପ୍ରିଲ ୧୬ ତାରିଖରେ ଧରମବନ୍ଧା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ସିଲିଆରିବାହରା ଗାଁ ନିକଟରୁ ବନବିଭାଗ ଗୋଟିଏ କଲରାପତରିଆ ବାଘକୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରିଥିଲା। ଏହାପରେ ନୂଆପଡା ବନବିଭାଗ କାର୍ଯ୍ୟାଳୟକୁ ଆଣି ବାଘର ଚିକିତ୍ସା କରାଯାଉଛି। ଏବେ ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ଆସିଥିବା କହିଛନ୍ତି ନୂଆପଡ଼ା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ।