ଛତିଶଗଡରେ ଯବାନଙ୍କୁ ବଡ ସଫଳତା, ଟଳିଲେ ୫ ମାଓବାଦୀ
ଛତିଶଗଡ ଯବାନଙ୍କୁ ବଡ ସଫଳତା ମିଳିଛି

ଛତିଶଗଡ ଯବାନଙ୍କୁ ବଡ ସଫଳତା ମିଳିଛି । ସର୍ଚ୍ଚ ଅପରେସନ ବେଳେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ କାଙ୍କେର ନାରାୟଣପୁର ସୀମାବର୍ତ୍ତୀ ଜଙ୍ଗଲରେ ଗୁଳି ବିନିମୟ ହୋଇଥିଲା । ଯବାନଙ୍କ ଗୁଳିରେ ୫ ମାଓବାଦୀ ନିହତ ହୋଇଛନ୍ତି । ଏହା ସହିତ ୨ ଜଣ ଯବାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଏ ନେଇ ବସ୍ତର ଆଇଜି ସୂଚନା ଦେଇଛନ୍ତି ।
ଛତିଶଗଡ ପୋଲିସ ସୂଚନା ଅନୁସାରେ, ଶୁକ୍ରବାର ରାତିରୁ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଦୀର୍ଘ ସମୟ ଗୁଳି ବିନିମୟ ପରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଥିଲେ ୫ ମାଓବାଦୀ । ଏହା ସହିତ ମାଓବାଦୀଙ୍କ ଗୁଳିରେ ୨ ଯବାନ ଆହତ ହୋଇଛନ୍ତି । ସେମାନଙ୍କୁ ରାୟପୁରକୁ ଏୟାରଲିପ୍ଟ କରାଯାଇଛି । ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି । ଏନକାଉଣ୍ଟର ପରେ ବିପୁଳ ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ ହୋଇଛି ।
ଏହା ପୂର୍ବରୁ ଗତ ୯ ତାରିଖରେ ଛତିଶଗଡ ବିଜାପୁରରେ ଏନକାଉଣ୍ଟର ହୋଇଥିଲା ଏଥିରେ ୨ ମାଓବାଦୀ ନିପାତ ହୋଇଥିଲେ । ଏହା ପୂର୍ବରୁ ଗତମାସରେ ଛତିଶଡ ଦନ୍ତେୱାଡାରେ ବଡ ଧରଣର ଏନକାଉଣ୍ଟର ହୋଇଥିଲା ଏଥିରେ ୩୧ ମାଓବାଦୀ ଟଳିଥିଲେ । ମାର୍ଚ୍ଚ ମାସରେ ବିଜାପୁରରେ ଆଉ ଏକ ଏନକାଉଣ୍ଟରରେ ୬ ନକ୍ସଲ ନିପାତ ହୋଇଥିଲେ ।