ପାରାଦ୍ୱୀପ ଅଠରବାଙ୍କି ରେ ଟାୟାର ଜାଳି ରାସ୍ତା ଅବରୋଧ
ଛାଡଖାଇ ରେ ଛାଡି ଚାଲିଗଲା ଜୀବନ, ପିଲା ଛୁଆ ଅନାଥ ହୋଇଗଲେ

ଆଜି ଛାଡଖାଇ, କେତେ ଆଶା ଥିଲା ଆଜି ଭଲକରି ବେପାର କରି ଭଲ ଦୁଇ ପଇସା ରୋଜଗାର କରିବାକୁ କି ବିଦ୍ଧିର ବିଧାନ ଥିଲା ଆଉ କିଛି ଅଲଗା । ଛାଡଖାଇ ରେ ଛାଡି ଚାଲିଗଲା ଜୀବନ, ପିଲା ଛୁଆ ଅନାଥ ହୋଇଗଲେ, ନିଜର ସଧବା ପତ୍ନୀ ବିଧବା ହୋଇଗଲା ଯାହାକୁ ନେଇ ଖାଲି ସାଇ ପଡ଼ିଶା ନୁହେଁ ସାରା ଗାଁ ବସ୍ତି ଉଠି ଆସିଲା ରାଜରାସ୍ତାକୁ। ରାସ୍ତା କୁ ଆସି ଯାହା ଦେଖିଲେ ସେଥିରେ ଛାତି ଫାଟିଗଲା ପରି ମନେ କଲେ ସ୍ଥାନୀୟ ବାସିନ୍ଦା । ସାଇକେଲ ପଡ଼ିଛି , ପଡ଼ିଛି ବିକ୍ରି କରିବା ପାଇଁ ଆଣିଥିବା ମାଛ । କିନ୍ତୁ ସାଇକେଲ ଆରୋହୀ ନାହାଁନ୍ତି କି ମାଛ ବିକାଳି ବି ନାହାଁନ୍ତି। ଯାହାକୁ ନେଇ ମାତିଲେ ଲୋକେ, ଯାହାକୁ ଦେଖି ତାତିଲେ ଲୋକେ, ଏହି ହୃଦୟ ବିଦାରକ ଦୃଶ୍ୟ ଦେଖି ଲୋକେ ଟାୟାର ଜାଳିଲେ, ରାସ୍ତା ଅବରୋଧ କଲେ, ଦାବି ରଖିଲେ କ୍ଷତିପୂରଣ ର , ଦାବି କଲେ ଅନ୍ୟ ଜୀବନ ସୁରକ୍ଷା ର । ଦାବି କଲେ ଟ୍ରାଫିକ ବ୍ୟବସ୍ଥା କୁ ସୁଧାରିବାର । ତେବେ ଏହି ପରି ଦାବି କରି ଲୋକାରଣ୍ୟ ହୋଇ ଉଠିଲା ସ୍ଥାନୀୟ ଅଠରବାଙ୍କୀ ଅଞ୍ଚଳ ର । ଲାଗିଲା ନିଆଁ, ଉଠିଲା ଧୁଆଁ, ଅଟକି ଗଲା ହଜାର ହଜାର ସଂଖ୍ୟାରେ ଗାଡ଼ି ମୋଟର, କିଛି ସମୟ ପାଇଁ ବନ୍ଦ ହୋଇଗଲା ମାଛ ବ୍ୟବସାୟ ର । ତେବେ ଘଟଣା କଣ ଜାଣିବାକୁ ଚାହିଁବାରୁ ଯାହା ଜଣାପଡିଛି ଯେ ସକାଳୁ ସକାଳୁ ମାଛ ବ୍ୟବସାୟ କରି ଚଳୁଥିବା ଜଣେ ମାଛ ବ୍ୟବସାୟୀ ଙ୍କ ଉପରେ ଚଢିଗଲା ଟ୍ରକ, ପାରାଦ୍ଵୀପ ଅଠରବାଙ୍କୀ ଗେଟ୍ ସମ୍ମୁଖରେ ଘଟିଛି ଏହି ଘଟଣା, ଯେଉଁଥିରେ ଘଟଣା ସ୍ଥଳରେ ହିଁ ମାଛ ବ୍ୟବସାୟୀ ଙ୍କ ମୃତ୍ୟୁ ଘଟିଛି । ମୃତ ମାଛ ବ୍ୟବସାୟୀ ହେଲେ ମହେନ୍ଦ୍ର ଜେନା ଓ ସେ ପାରାଦୀପ ବାଲିଝରା ବସ୍ତି ଅଞ୍ଚଳରେ ରହୁଥିଲେ । ତେବେ ଆଜି ଛାଡଖାଇ ଥିବାରୁ ସକାଳୁ ଉଠି ମାଛ ଆଣି ବ୍ୟବସାୟ କରିବାକୁ ଗଲାବେଳେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ତାଙ୍କ ଜୀବନ ଚାଲିଯାଇଛି । ଯାହାକୁ ନେଇ ମୃତକଙ୍କ ପରିବାର ଙ୍କୁ କ୍ଷତିପୂରଣ ଦାବି କରି ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରି ଥିଲେ ସ୍ଥାନୀୟ ବିଲିଝରା ବସ୍ତି ଅଞ୍ଚଳର ଲୋକେ। ଏପରିକି ରାସ୍ତା ଉପରେ ମହେନ୍ଦ୍ର ଙ୍କ ମୃତଦେହ ରଖି ଟାୟାର ଜାଳି ରାସ୍ତା ଅବରୋଧ ମଧ୍ୟ କରିଥିଲେ ।
ତେବେ ଆଉ ସହିବୁ କେତେ, ସକାଳୁ ଘରୁ ବାହାରିବା ପରେ ସନ୍ଧ୍ୟାରେ ଘରକୁ ଫେରିବୁ କି ନାହିଁ ଜଣାପଡୁନି, ବିପର୍ଯ୍ୟସ୍ତ ଟ୍ରାଫିକ୍ ବ୍ୟବସ୍ଥା ଓ ରାସ୍ତା ଗୁଡିକର ଖାଲଖମା ଏହି ଦୁର୍ଘଟଣା ର ମୁଖ୍ୟ କାରଣ ବୋଲି ସ୍ଥାନୀୟ ବାସିନ୍ଦା କହୁଥିବା ବେଳେ ଏହା ଉପରେ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି।
ତେବେ ଦୀର୍ଘ ୫ଘଣ୍ଟା ଧରି ରାସ୍ତା ଅବରୋଧ ପରେ ସ୍ଥାନୀୟ ପୋଲିସ ଓ ପ୍ରଶାସନ ର ହସ୍ତକ୍ଷେପ ପରେ ରାସ୍ତାରୋକ ହଟିଥିଲା ଓ ଏନେଇ ରେଡକ୍ରସ ପକ୍ଷରୁ ସ୍ବତନ୍ତ୍ର ସହାୟତା ଓ ଆସନ୍ତା ୨୨ ତାରିଖରେ କ୍ଷତିପୂରଣ ନେଇ ଆଲୋଚନା କରାଯିବ ବୋଲିି ଜଣାପଡିଛି ।
ପାରାଦୀପ ରୁ ଲାଲା ବିନୟ କୁମାର ରାୟ ଙ୍କ ରିପୋର୍ଟ ଓଏନ୍ଏମ୍ ନିୟୁଜ୍