ମା ପାଇଁ ଗଛଟିଏ

ନୀଳଚକ୍ର ୟୁଥ କ୍ଲବ ପକ୍ଷରୁ "ମା ପାଇଁ ଗଛଟିଏ" କାର୍ଯ୍ୟକ୍ରମ ରେ ଫଳ ବୃକ୍ଷ ବଣ୍ଟନ ।

ମା ପାଇଁ ଗଛଟିଏ

ପାରାଦ୍ଵୀପ- ପବିତ୍ର ବାହୁଡ଼ାଯାତ୍ରା ଅବସରରେ ନୀଳଚକ୍ର ୟୁଥ କ୍ଲବ ପକ୍ଷରୁ "ମା ପାଇଁ ଗଛଟିଏ" ର ବାର୍ତ୍ତା କାର୍ଯ୍ୟକ୍ରମରେ ବିଭିନ୍ନ ବୃକ୍ଷ ବଣ୍ଟନ କରାଯାଇଛି। ବର୍ତ୍ତମାନ ସାରା ବିଶ୍ବ ପରିବେଶ ସମ୍ବନ୍ଧୀୟ ସମସ୍ୟା ଦେଇ ଗତି କରୁଛି। ଏହାର ଏକମାତ୍ର କାରଣ ଆମେ ଆମକୁ ଅକ୍ସିଜେନ ଯୋଗିଉଥିବା ଗଛ କୁ କାଟି କଂକ୍ରିଟ ଜଙ୍ଗଲ ସୃଷ୍ଟି କରୁଛେ। କିନ୍ତୁ କେହି ସେହି ଅନୁପାତରେ ଗଛ ଲଗାଉ ନାହାନ୍ତି, ଏଥିପାଇଁ ଏବେ ୧୨ ମାସରେ ୬ ଋତୁର ଅନୁଭବ ହେଉନାହିଁ ବୋଲି ବିଶେଷଜ୍ଞ ମାନେ ମତ ଦେଉଛନ୍ତି। ଏଥିରୁ ରକ୍ଷା ପାଇବା ପାଇଁ ପାରାଦ୍ଵୀପ ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ନୀଳଚକ୍ର ୟୁଥ କ୍ଲବ ଏକ ଭିନ୍ନ ପ୍ରୟାସ ଆରମ୍ଭ କରିଛି। ନିଜ ମା ପାଇଁ ଗୋଟିଏ ଗଛ ଲଗାଇବା କୁ ପାରାଦ୍ଵୀପ ରେ ଅନୁଷ୍ଠିତ ଜଗନ୍ନାଥ ଙ୍କ ବାହୁଡା ଯାତ୍ରାରେ ଲୋକଙ୍କୁ ସଚେତନ କରିବା ସହିତ , ସେମାନଙ୍କୁ ଆମ୍ବ, ପଣସ, ବେଲ, ପିଜୁଳି , ଡାଳିମ୍ବ ପ୍ରଭୃତି ଫଳ ବୃକ୍ଷ ବଣ୍ଟନ କରାଯିବା ସହିତ , ଗଛକୁ ଲଗାଇ ଏହାର ଯତ୍ନ ନେବାକୁ ଅନୁରୋଧ କରାଯାଇଛି। ଯାହାକୁ ଲୋକମାନେ ଆଗ୍ରହ ସହକାରେ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି। ଚଳିତବର୍ଷ ସଂଗଠନ ପକ୍ଷରୁ ଦୁଇହଜାର ଫଳ ଗଛ ବଣ୍ଟନ କରାଯାଇଥିବା କ୍ଲବ ର ସଭାପତି ଦେବ ମଣ୍ଡଳ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ରେ ନୀଳଚକ୍ର ୟୁଥ୍ କ୍ଳବ୍ ର ଉପଦ୍ବେଷ୍ଟା 
ଅମରେଶ ନରେଶ ସାମନ୍ତ, ବିଶ୍ୱଭୂଷଣ ରାଉତରାୟ ଓ ଅରୁଣ କୁମାର ଓଝା ପ୍ରତ୍ୟେକ୍ଷ ପରିଚାଳନା କରିଥିବା ବେଳେ କ୍ଲବ ର ସଦସ୍ଯ ଓ କର୍ମକର୍ତ୍ତା ପ୍ରସାନ୍ତ କୁମାର ପରିଡ଼ା, ଲୋକନାଥ ବେହେରା, ରାକେଶ କୁମାର ସାହୁ , ମୁନି ଛାଟୋଇ,ପରମ ବେହେରା, ରାଜେଶ କୁମାର ସାହୁ, ରାଜୁ ମାଝି, ଚତୁର୍ଭୁଜ ପ୍ରଧାନ, ସଲିଳ ମହାନ୍ତି, ପବିତ୍ର ମଣ୍ଡଳ, ସତ୍ୟବ୍ରତ ଡାକୁଆ, ସଚିନ୍ ଗୋଚ୍ଛାୟତ, ଅଭିଜିତ ମଣ୍ଡଳ ପ୍ରମୁଖ ବୃକ୍ଷ ବଣ୍ଟନ ରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ପାରାଦ୍ଵୀପ ଶାଖା ର ସୁମନ ଭଉଣୀ , ସସ୍ମିତା ଭଉଣୀ, ଦୁର୍ଗା ଭଉଣୀ, ଅନାମିକା ଭଉଣୀ ପ୍ରମୁଖ ସହଯୋଗ କରିଥିଲେ।