"ପାରାଦୀପ ବନ୍ଦର ୨୦୨୪" ସ୍ମରଣିକା ପ୍ରଦାନ

କଳିଙ୍ଗ ବାଲିଯାତ୍ରାରେ ମୁଖ୍ୟମନ୍ତ୍ରୀ ଙ୍କୁ "ପାରାଦୀପ ବନ୍ଦର ୨୦୨୪" ସ୍ମରଣିକା ପ୍ରଦାନ

"ପାରାଦୀପ ବନ୍ଦର ୨୦୨୪" ସ୍ମରଣିକା ପ୍ରଦାନ

ପାରାଦୀପ - ପାରାଦୀପ ରେ ଅନୁଷ୍ଠିତ ହେଉଥିବା କଳିଙ୍ଗ ବାଲିଯାତ୍ରା ଉଦଘାଟନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କୁ ପ୍ରଭାତ ମହାନ୍ତି ଙ୍କ ସଂଯୋଜିତ ବନ୍ଦର ଇତିହାସ ର ଏକ ସଂକଳନ "ପାରାଦୀପ ବନ୍ଦର ୨୦୨୪" ପ୍ରଦାନ କରାଯାଇଥିଲା l ପାରାଦୀପ ବନ୍ଦର ର ଅବସରପ୍ରାପ୍ତ କର୍ମଚାରୀ ମାନଙ୍କ ଦ୍ୱାରା ସଂକଳିତ ଏହି ସ୍ମରଣିକା ଟିରେ ଅତୀତର ପାରାଦୀପ ବନ୍ଦର ର ସାମାଜିକ-ଅର୍ଥନୈତିକ ସ୍ଥିତି ଓ ପ୍ରଶାସନିକ ବ୍ୟବସ୍ଥା ଠାରୁ ଆରମ୍ଭ କରି ସାମ୍ପ୍ରତିକ ସମୟର ଚିତ୍ର-ଧର୍ମ, ସଂସ୍କୃତି, ଶିଳ୍ପାୟନ, ସହରୀକରଣ ଇତ୍ୟାଦି ବହୁବିଧ ଦିଗକୁ ଏଥିରେ ଉପସ୍ଥାପିତ କରାଯାଇଛି l ଏତଦବ୍ୟତୀତ ଏହି ପୁସ୍ତକରେ ବିରଳ ଫୋଟୋଚିତ୍ର ସହ ଏହି ସଂକଳନ ଟି ପାରାଦୀପ ଇତିହାସ ଭଣ୍ଡାରରେ ଏକ ଦସ୍ତାବିଜ ଭାବେ ସଂରକ୍ଷିତ ହୋଇ ରହିବ l ସୁଦୃଶ୍ୟ କଳେବର ଓ ଉଚ୍ଚ କୋଟିର ଲେଖାରେ ସମୃଦ୍ଧ ପୁସ୍ତକଟିକୁ ପାରାଦୀପ ବନ୍ଦର ଅବସରପ୍ରାପ୍ତ କର୍ମଚାରୀ ମାନଙ୍କ ସଭାପତି କ୍ୟାପ୍ଟେନ ଉମେଶ ଚନ୍ଦ୍ର ପଟ୍ଟନାୟକ, ସମ୍ପାଦକ ବସନ୍ତ ନାୟକ ଓ ସହ ସମ୍ପାଦକ ଫକୀର ପ୍ରଧାନ ପ୍ରମୁଖ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସାଂସଦ ବିଭୁ ପ୍ରସାଦ ତରାଇ ଏବଂ ଉପସ୍ଥିତ ମାନ୍ୟଗଣ୍ୟ ଅତିଥି ମାନଙ୍କୁ ପ୍ରଦାନ କରିଥିଲେ l