ଆଉ ଗୋଟିଏ ଦିନ ପରେ ପାରାଦୀପ ଗ୍ରସ୍ତ ରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ଙ୍କ ଗ୍ରସ୍ତ ନେଇ ଉଦବେଗ, PICT ରେ ଶ୍ରମିକ ଅଶାନ୍ତି

ଆଉ ଗୋଟିଏ ଦିନ ପରେ ପାରାଦୀପ ଗ୍ରସ୍ତ ରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ତେବେ ରାଷ୍ଟ୍ରପତି ଙ୍କ ଗ୍ରସ୍ତ ପାଇଁ ବେଶ୍ ଚଳଚଞ୍ଚଳ ରହିଛି ପାରାଦୀପ, 

ଏନେଇ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ବନ୍ଦର ପ୍ରଶାସନ ସମସ୍ତେ ରାଷ୍ଟ୍ରପତି ଙ୍କ ଗ୍ରସ୍ତ କାର୍ଯ୍ୟକ୍ରମ କୁ ସଫଳ କରିବାକୁ ଅଣ୍ଟା ଭିଡିଛନ୍ତି। ମହାମହିମ ରାଷ୍ଟ୍ରପତି ଉତ୍କଳର ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ କରିବା ସହ ବନ୍ଦର ବୋଇତ ବନ୍ଦାଣ ଉତ୍ସବ ରେ ଯୋଗଦେଇ ଏକ ଗୌରବମୟ ଇତିହାସ ରଚିବାକୁ ଯାଉଛନ୍ତି। ସେଥିପାଇଁ ସମସ୍ତ ଙ୍କ ମଧ୍ୟରେ ନାହିଁ ନ ଥିବା ଆଗ୍ରହ ଉତ୍ସାହ ପରିଲକ୍ଷିତ ହେଉଛି। 
କିନ୍ତୁ ଏ କଣ  ?

ଆଜି ର କେତେକ ହୃଦୟ ବିଦାରକ ଦୃଶ୍ୟ ସମସ୍ତ ଙ୍କୁ ବ୍ୟଥିତ କରିଛି।  କେତେକ ଛୋଟ ଛୋଟ ପିଲା ନିଜ ହାତରେ ଧାରଣା ସ୍ଥଳରେ ଖାଦ୍ୟ ଖାଉଛନ୍ତି । ଯେଉଁଠି ମା ରାନ୍ଧି ବାଢି ଖାଇବାକୁ ଦିଏ ଆଜି ସେଠି ହୋଟେଲ ରୁ ପାର୍ସଲ ଆସି ପିଲାଟି ନିଜ ହାତରେ ପତ୍ର ଠୁଲାରେ ଖାଉଥିବା ର ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ଯେଉଁ ପିଲା ଘରର ଚାରିକାନ୍ଥ ମଧ୍ୟରେ ଖାଦ୍ୟ ଖାଉଥିଲା ସେ ଆଜି ଖୋଲା ଆକାଶ ତଳେ ଶହ ଶହ ଲୋକଙ୍କର ମେଳି ହୋଇଥିବା ଧାରଣା ସ୍ଥଳରେ ଖାଉଛି । ପାଖରେ ପୋଲିସ ବାଡି ଧରି ଶାନ୍ତି ଶୃଙ୍ଖଳା ପରିସ୍ଥିତି ସମ୍ଭାଳିବା ଦାୟିତ୍ଵ ରେ ଚକ୍କର ମାରୁଛନ୍ତି। ଯେମିତିକି ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି, ନିର୍ଦ୍ଦେଶ ମିଳିଲା ମାତ୍ରେ ଯେମିତି ପିଟିକି ଉଠାଇ ଦେବେ ।  

ପାରାଦୀପ ବନ୍ଦର ୫ନମ୍ବର ଫାଟକ ପାଖରେ ଥିବା ପିଆଇସିଟୀ ବର୍ଥ ନିକଟରେ ଶ୍ରମିକ ଅଶାନ୍ତି। ନିଜର ୧୦ ଦଫା ଦାବି ପୁରଣ ନେଇ ପାରାଦୀପ ପୋର୍ଟ ଶ୍ରମିକ କର୍ମଚାରୀ ୟୁନିୟନ୍ ଗତ ୪ଦିନ ହେବ ଶାନ୍ତି ପୁର୍ଣ୍ଣ ଧାରଣା ଦେଇ ବସିଛି । କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ କି ସ୍ଥାନୀୟ ପ୍ରଶାସନ ଏନେଇ କୌଣସି ସମାଧାନର ବାଟ ବାହାର ନ କରିବାରୁ ଆନ୍ଦୋଳନ ରତ ଶ୍ରମିକ ସେମାନଙ୍କ ପରିବାରବର୍ଗଙ୍କୁ ନେଇ  ପିଆଇସିଟି କମ୍ପାନୀ,ବା ପାରାଦୀପ ଇଣ୍ଟରନ୍ୟାସନାଲ୍ କାର୍ଗୋ ଟର୍ମିନାଲ୍  ଫାଟକ ସମ୍ମୁଖରେ ଆଜି ସକାଳୁ ଧାରଣା ଆରମ୍ଭ କରି କମ୍ପାନୀ ର ଫାଟକ ଅବରୋଧ କରି ବନ୍ଦ କରି ଦେଇଛନ୍ତି। ଯାହାକି ଶ୍ରମିକ ଆନ୍ଦୋଳନ ଆଜିକୁ ୪ର୍ଥ ଦିନରେ ପହଞ୍ଚିଲା ବୋଲି ଜଣାପଡିଛି । ଶ୍ରମିକ ମାନେ ଅହୋରାତ୍ର ଧାରଣା ଦେଇ ଦୈନିକ ଖାଦ୍ୟ ପାନୀୟ ମଧ୍ୟ ଧାରଣା ସ୍ଥଳରେ ଚଳାଇଛନ୍ତି। 

ତେବେ ପାରାଦୀପ ପୋର୍ଟ ଶ୍ରମିକ କର୍ମଚାରୀ ସଂଘ ତାର ଦାବି ମଧ୍ୟରେ ରଖିଛି ' ଶ୍ରମିକ ମାନଙ୍କ ଘରଭଡା, ରାତ୍ରୀ କାଳୀନ ଭତ୍ତା, ଠିକା ଶ୍ରମିକ ମାନଙ୍କ ସ୍ଥାୟୀତ୍ବ, ୫ବର୍ଷ କାର୍ଯ୍ୟ କରି ସାରିବା ପରେ ବୋନସ୍ ଆଦି ପ୍ରଦାନ କରିବା ଭଳି ୧୦ଦଫା ଦାବି ରହିଛି। ତେବେ ପ୍ରଥମେ ଶ୍ରମିକ ମାନେ ଦାବିପୂରଣ ନେଇ ଧାରଣା ରେ ବସିଥିବା ବେଳେ ଆଜି ସେଥିରେ ପରିବାର ବର୍ଗ ସାମିଲ୍ ହୋଇଛନ୍ତି। କାହିଁକି ନା ଶ୍ରମିକ ମାନଙ୍କର କହିବା କଥା ଯଦି କମ୍ପାନୀ କର୍ତ୍ତୃପକ୍ଷ କି ପ୍ରଶାସନ ଆମ କଥା ଶୁଣିଥାନ୍ତା ତାହେଲେ ଆମେ ଧାରଣା ରେ କାହିଁକି ବସିଥାନ୍ତୁ ? ସେମାନେ ଆମକୁ ଅଣଦେଖା କରୁଛନ୍ତି, ଆମ କଥା ଆଦୌ ଶୁଣୁନାହାଁନ୍ତି, ଯେଉଁଥିପାଇଁ ଆମେ ଆନ୍ଦୋଳନ ଚଳାଇବାକୁ ବାଧ୍ୟ ହେଉଛୁ । ଯେ ପର୍ଯ୍ୟନ୍ତ କମ୍ପାନୀ କର୍ତ୍ତୃପକ୍ଷ ୧୦ଦଫା ଦାବୀ କୁ ମାନି ନ ନେଇଛି ସେ ପର୍ଯ୍ୟନ୍ତ ଧାରଣା ଜାରୀ ରହିବ ବୋଲି ଶ୍ରମିକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ତେବେ 27 ତାରିଖରେ ଆସୁଛନ୍ତି ମହାମହିମ , ଏପଟେ ଧାରଣା ରେ ଶ୍ରମିକ, କଥାଟା ଅସୁନ୍ଦର ଲାଗୁଥିଲେ ବି ସତ ।  ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଗ୍ରସ୍ତ କାର୍ଯ୍ୟକ୍ରମ ର ସମୀକ୍ଷା ନେଇ ଯୋଗ ପ୍ରତିଦିନ ଜିଲ୍ଲାପାଳ , ଆରକ୍ଷୀ ଅଧିକ୍ଷକ ଓ ବହୁ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ପାରାଦୀପ ଘନ ଘନ ଗ୍ରସ୍ତ ଜାରୀ ରହିଛି । ପାରାଦୀପ ର ରାସ୍ତା ଘାଟ ମରାମତି ସହ ସଫେଇ କାର୍ଯ୍ୟ ଖୁବ୍ ଯୋର୍ ସୋର୍ ରେ ଚାଲିଛି । ସୁରକ୍ଷା ଦୃଷ୍ଟି କୋଣରୁ ପାରାଦୀପ ବସ ଷ୍ଟାଣ୍ଡ କୁ ସାମୟିକ ଭାବେ ସ୍ଥାନାନ୍ତରିତ ମଧ୍ୟ କରାଯାଇଛି | ମହାମହିମ ଙ୍କ ଗ୍ରସ୍ତ କିଭଳି ସୁରକ୍ଷିତ ଓ ସୁରୁଖୁରୁ ରେ ଶେଷ ହେବ ସେଥିପାଇଁ ବନ୍ଦର କର୍ତ୍ତୁପକ୍ଷ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆପ୍ରାଣ ଉଦ୍ୟମ ଜାରି ରହିଛି | 

କିନ୍ତୁ ଏପରି ପରିସ୍ଥିତିରେ ପିଆଇସିଟୀ ରେ ଶ୍ରମିକ ଙ୍କ ଧାରଣା ଏକ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି କରିଛି। ଏଥିରେ କମ୍ପାନୀ କର୍ତ୍ତୃପକ୍ଷ କେତେକ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ବେଳେ ସ୍ଥାନୀୟ ପ୍ରଶାସନ ମଧ୍ୟ ସବୁକିଛି ଜାଣି ନିରବଦ୍ରଷ୍ଟା ସାଜୁଛି। ଧାରଣା ରତ ଶ୍ରମିକ ସେମାନଙ୍କ ଦୁଃଖ ଦୁର୍ଦ୍ଦଶାକୁ ଗଣମାଧ୍ୟମ ଆଗରେ ମୁହଁ ଖୋଲି କହୁଥିବା ବେଳେ ସ୍ଥାନୀୟ ପ୍ରଶାସନ, ପୋଲିସ ପ୍ରଶାସନ କି କମ୍ପାନୀ କର୍ତ୍ତୃପକ୍ଷ କେହି ବି କିଛି ଗଣମାଧ୍ୟମ କୁ ଜଣାଇବାକୁ ଉଚିତ୍ ମନେ କରୁନାହାଁନ୍ତି। ଏପରିକି କୌଣସି ଅଧିକାରୀ ମୁହଁ ଖୋଲି ବାକୁ ମଧ୍ୟ କୁଣ୍ଠାବୋଧ କରୁଛନ୍ତି। ଏପରି ସ୍ଥଳେ କିପରି ସମାଧାନ ହେବ ଶ୍ରମିକ ସମସ୍ୟା, କେମିତି ଫେରିବ ସ୍ବାଭାବିକ ଅବସ୍ଥା, କେମିତି ଛୁଆଟି ତା ମା କୋଳରେ ଖାଇବ, କେମିତି ଶ୍ରମିକ ପରିବାର ତର ଘରକୁ ଫେରିବ ସେନେଇ ଏବେ ସୃଷ୍ଟି ହୋଇଛି ବଡ ପ୍ରଶ୍ନ 

ପାରାଦୀପ ରୁ ଲାଲା ବିନୟ କୁମାର ରାୟ ଙ୍କ ରିପୋର୍ଟ ଓଏନ୍ଏମ୍ ନିୟୁଜ୍