14 କେଜି ଗଜେଂଇ ଜବତ : ଦୁଇ ଗିରଫ

ବୌଦ୍ଧ ଜିଲ୍ଲା ରୁ ଚୋରା ଗଂଜେଇ ସୁବର୍ଣ୍ଣପୁର ଜିଲ୍ଲା ର ବିଭିନ୍ନ ରାସ୍ତା ଦେଇ ଜିଲ୍ଲା ବାହାର ଓ ରାଜ୍ୟ ବାହାରକୁ ଚାଲାଣ ହେଉଛି l ପ୍ରତିଦିନ କିଛି ଗଂଜେଇ ମାଫିଆ ବିଭିନ୍ନ ଉପାୟରେ ଚୋରା ଚାଲାଣ କରୁଛନ୍ତି l ଗଂଜେଇ ଚୋରା ଚାଲାଣ ରେ ମହିଳା ଙ୍କୁ ବ୍ୟବହାର ମଧ୍ୟ କରାଯାଉଥିବା ଜଣାଯାଏ l
ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲେ ଚୋରା ଗଂଜେଇ ଚାଲାଣ ରେ ଜିଲ୍ଲା ର କିଛି ପୋଲିସ କର୍ମଚାରୀ ସମ୍ପୃକ୍ତି ଥିବା ଅଭିଯୋଗ ହେଉଛି l କେତେକ ଘଟଣାକୁ ମୋଟା ଅର୍ଥ ବଦଳରେ କେଶ କୁ ରଫାଦଫା କରାଯାଉଥିବା ନେଇ ଚର୍ଚ୍ଚା ଜୋର ଧରିଛି l କୁଇଣ୍ଟାଲ କୁଇଣ୍ଟାଲ ଗଂଜେଇ ଚାଲାଣ ହେଉଥିବା ବେଳେ କମ ପରିମାଣର ଗଂଜେଇ ଧାରାପଡୁଥିବା ସନ୍ଧେହ ଘେରକୁ ପୋଲିସ ଓ ଅବକାରୀ ବିଭାଗ l
ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗ ର ଏକ ଟିମ ଆଜି ଗାଡି ଚେକିଙ୍ଗ କରିବା ସମୟରେ ସ୍ଥାନୀୟ କୁଞ୍ଜ ଛକ ନିକଟରୁ ଏକ ମୋଟର ସାଇକେଲ ଗାଡି ନଂ UP 63AW1517 ଗାଡିରୁ 14 କେଜି 500 ଗ୍ରାମ ଗଜେଂଇ ଜବତ କରିଛି । ଏଥିସହ ଏଥିରେ ସମ୍ପୃକ୍ତ ଥିବା ଦୁଇଜଣଙ୍କୁ ଗିରଫ କରିଛି l ଗିରଫ ହୋଇ ଥିବା ଦୁଇଜଣ ହେଲେ ଉତ୍ତରପ୍ରଦେଶ ର ମିର୍ଜାପୁର ଜିଲ୍ଲା ରୁସମୀ ଗ୍ରାମର କପତାନ (24) ହୋଇଥିବାବେଳେ ଅନ୍ୟ ଜଣେ ଏହି ଜିଲ୍ଲାର ଲାଞ୍ଜିଗଡ ଥାନା ଗୋଜର ଖୁଣ୍ଟ ର ରବି (37)ବୋଲି ସୂଚନା ମିଳିଛି l
ଅଭିଯୁକ୍ତ ଦୁଇ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ଅବକାରୀ ଅଧିକ୍ଷକ । ଅବକାରୀ ଅଧିକ୍ଷକ ସୁମତି ତ୍ରିପାଠୀ ଙ୍କ ନିର୍ଦ୍ଦେଶ ରେ ହୋଇଥିବା ଏହି ଚଢ଼ାଉ ରେ ପ୍ରକାଶ ସା, ସୁଧୀର ମିଶ୍ର, ପୃଥ୍ୱୀରାଜ କହଁର , ଡୋଳାମଣି ପଧାନ ଙ୍କ ସହ ବିଭାଗୀୟ କର୍ମଚାରୀ ସାମିଲ ଥିଲେ l
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର