ପାରାଦୀପ ବନ୍ଦର ଦେଇ ରାଜ୍ୟ ବାହାରକୁ ହେଉଛି ମିଠା ନଦୀ ବାଲି ଚାଲାଣ, ଏଥିରେ ରହୁଛି ତ ସ୍ୱଚ୍ଛତା ???

ତଦାରଖ ଦାୟିତ୍ଵ କାହାର ? ଏଥି ପାଇଁ କହିବ କିଏ ? ତଦାରଖ କରୁଛି କିଏ ?

ପାରାଦୀପ ବନ୍ଦର ଦେଇ ରାଜ୍ୟ ବାହାରକୁ ହେଉଛି ମିଠା ନଦୀ ବାଲି ଚାଲାଣ, ଏଥିରେ ରହୁଛି ତ ସ୍ୱଚ୍ଛତା  ???

ପାରାଦୀପ ବନ୍ଦର ଦେଇ ରାଜ୍ୟ ବାହାରକୁ ହେଉଛି ମିଠା ନଦୀ ବାଲି ଚାଲାଣ, ଏଥିରେ ସ୍ବଚ୍ଛତା ରହୁଛି ତ ?????

ତଦାରଖ ପାଇଁ କହିବ କିଏ ? ଦେଖୁଛି କିଏ ?

ପ୍ରାକୃତିକ ପ୍ରାଚୁର୍ଯ୍ୟ ବା ପ୍ରାକୃତିକ ସମ୍ପଦ ରେ ଭରପୁର ଆମ ରାଜ୍ୟ ଓଡ଼ିଶା। ଏଠିକାର ଲୁହାପଥର, ମାଙ୍ଗାନିଜ, କୋଇଲା, କ୍ରୋମାଇଟ୍, ବକ୍ସାଇଟ୍ ପ୍ରଭୃତିର ଦେଶ ବିଦେଶରେ ବେଶ୍ ଚାହିଦା ରହିଛି। ସେହିପରି ଆମ ରାଜ୍ୟର ନଦୀ ବାଲି ମଧ୍ୟ ବେଶ୍ ଉନ୍ନତ ମାନର ଯାହା କି ଏହା ପରିକ୍ଷଣ କେନ୍ଦ୍ର ରେ ପରିକ୍ଷା କରାଯାଇ ମାନ୍ୟତା ପାଇ ସାରିଛି। ତେବେ ଆମ ରାଜ୍ୟ ର ନଦୀ ମାନଙ୍କ ରେ ବିପୁଳ ପରିମାଣର ବାଲି ଗଚ୍ଛିତ ହୋଇ ରହୁଥିବା ରୁ ଏହାକୁ ଅପସାରଣ ବା ଉତ୍ତୋଳନ କରିବା ପାଇଁ ଯଥାରୀତି ଉଦ୍ୟମ ଆବଶ୍ୟକତା ରହିଛି ଓ କରାଯାଉଛି ମଧ୍ୟ। କିନ୍ତୁ ଏଥିରେ କେତେକ ତୃଟିପୂର୍ଣ୍ଣ ନିଷ୍ପତ୍ତି ସରକାର ଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରୁଛି। ଯେଉଁଥିରେ ବିପୁଳ ପରିମାଣର ରାଜସ୍ବ କ୍ଷତି ହେବା ସହ ମାଫିଆ ମାନେ ମାଲା ମାଲ୍ ହେଉଛନ୍ତି। ଯାହାକୁ ସୁଧାରିବା ନେଇ ନିୟମ କଡାକଡି ପାଳନ କରିବା ପାଇଁ ସବୁ ସ୍ତରରେ ଦାବି ଉଠୁଛି।

ତେବେ ଉନ୍ନତ ମାନର ବାଲି ର ରୟାଲଟି ନେଇ ଏବେ ଉଠିଛି ପ୍ରଶ୍ନ। ସରକାର ଙ୍କ ଦ୍ଵାରା ନିର୍ଦ୍ଧାରିତ ବାଲିଘାଟ ର ରୟାଲଟି ଠିକ୍ ଠାକ୍ ରହିଥିବା ବେଳେ ତାକୁ କେତେକ ଅସାଧୁ ମାଫିଆ ନିଲାମ ବେଳେ ଅହେତୁକ ଭାବେ ବୃଦ୍ଧି କରି ନେଇଛନ୍ତି। ଯଦି ଏଥିରେ ସ୍ବଚ୍ଛତା ପରିଲକ୍ଷିତ କରାଯାଏ ତାହେଲେ ସରକାର ରାଜକୋଷକୁ ସଠିକ ପ୍ରାପ୍ୟ ପହଞ୍ଚିବ। କିନ୍ତୁ ନିଲାମ ନେଇଥିବା ମାଫିଆ ମାନେ ଅଧିକ ଦରରେ ଘାଟ ନିଲାମ ନେଇ ସଦା ସର୍ବଦା ଚୋରା ବାଟକୁ ଆପଣଉ ଛନ୍ତି। ଯେମିତି କି ସରକାରଙ୍କ ଧାର୍ଜିତ ମୂଲ୍ୟ ସିଏମ୍ ପିଛା ୨୦ରୁ ୫୦ଟଙ୍କା ମଧ୍ୟ ରେ ରହିଥିବା ବେଳେ ମାଫିଆ ମାନେ ଏକଚାଟିଆ ଶାସନ କରିବା ପାଇଁ ୧୦ ରୁ ୨୦ ପ୍ରତିଶତ ଅର୍ଥାତ୍ ୨ଶହ, ୩ଶହ, ୫ଶହ ଏପରିକି ୯ଶହ ପର୍ଯ୍ୟନ୍ତ ସିଏମ୍ ପିଛା ନିଲାମ ଡାକି ଟେଣ୍ଡର ନେଇଛନ୍ତି। ଫଳରେ ଚଢା ମୂଲ୍ୟ ରେ ସାଧାରଣତଃ ବାଲି ଟ୍ରିପ୍ ଟିଏ ନେବା ଏକ ପ୍ରକାର ଅସମ୍ଭବ ହୋଇ ପଡୁଛି।

ସେପରି ସ୍ଥଳେ ମାଫିଆ ମାନେ ବିନା ରୟାଲଟି ପେପର ରେ ବାଲି ବିକୁଥିବା ବେଳେ କେତେକ ସ୍ଥାନରେ ଗୋଟିଏ ରୟାଲଟି ପେପର ରେ ଗୋଟିଏ ଗାଡ଼ି ଦିନ ତମାମ ୮ରୁ ୧୦ ଟ୍ରିପ୍ ବାଲି ବିକ୍ରି କରୁଛନ୍ତି ତାହା ପୁଣି ବଡ଼ ବଡ଼ ଭାରି ଯାନ ହାଇୱ। ଡ୍ରମ୍ଫର ରେ। ଆଉ କେତେକ ସ୍ଥଳରେ ୨/୩ ସିଏମ୍ ର ଟ୍ରାକ୍ଟର ଟ୍ରିପ୍ ର ରୟାଲଟି କାଟି ବାସ୍ତବରେ ଯାଉଛି ହାଇୱ। ଗାଡ଼ି । ଯାହାକି କାଗଜପତ୍ର ରେ ପ୍ରତିଦିନ ୨୦ରୁ ୩୦ ସିଏମ୍ ବାଲି ବିକ୍ରି ହେଉଥିବା ବେଳେ ବାସ୍ତବରେ ବିକ୍ରି ହେଉଛି ୨ହଜାର ରୁ ୩ହଜାର ସିଏମ୍ ବାଲି। ଖାଲି ସେତିକି ନୁହେଁ ଯଦି ଗୋଟିଏ ଗାଡ଼ି ଗୋଟିଏ ୱ।ଇ ଫର୍ମ ଧରି ଦିନ ତମାମ ଅଯାଚିତ ଭାବରେ ବାଲି ବୋହି ଚାଲେ ତାହେଲେ ଏଠି କେତେ ଟଙ୍କାର ମୁନାଫା ଘାଟ ମାଲିକ କମାଇଲା ତାହା ସହଜରେ ଅନୁମାନ କରାଯାଉଛି।

ତେବେ ଏ ତ ହେଲା ଲୋକାଲ ଟ୍ରିପ୍ ବାଲି ହିସାବ କିନ୍ତୁ ପାରାଦୀପ ବନ୍ଦର ଦେଇ ବାହାର ରାଜ୍ୟକୁ ଚାଲାଣ ହେଉଥିବା ବାଲି ରେ ମଧ୍ୟ ବ୍ୟାପକ ଘୋଟାଲା ହେଉଥିବା ର ସୁଚନା ମିଳୁଛି। ନିୟମ ରହିଛି ଯେ ଯେଉଁ ରପ୍ତାନି କାରୀ ସଂସ୍ଥା ବାଲି ରପ୍ତାନି କରିବ ସେ ପ୍ରଥମେ ବାଲି ଘାଟର ଚୁକ୍ତି ସ୍ବାକ୍ଷରିତ କାଗଜପତ୍ର ନେଇ ଏକ ଅନୁମତି ପତ୍ର ଜିଲ୍ଲାପାଳଙ୍କ ନିକଟରୁ ହାସଲ କରିବ। ଏହା ପରେ ଯେଉଁ ଗାଡ଼ିରେ ଯେତିକି ପରିମାଣର ବାଲି ଚାଲାଣ ହେବ ସେଥିରେ ସେତିକି ପରିମାଣର ବାଲି ୱ।ଇ ଫର୍ମ ଦାଖଲ ହୋଇଥିବା ଆବଶ୍ୟକ ତାହା ଜାହାଜ ଗଲା ବେଳକୁ ଯେଉଁ ଘାଟରୁ ଯେତିକି ବାଲି ଉଠିଥିବ ସ୍ଥାନିୟ ତହସିଲଦାର ଏକ ସାର୍ଟିଫାଏ କପି ବା ଏକ ପ୍ରମାଣ ପତ୍ର ପ୍ରଦାନ କରିବେ ତା'ପରେ ଯାଇ ଜାହାଜ ଓଡ଼ିଶା ଉପକୂଳ ଛାଡି ତାର ଗନ୍ତବ୍ୟ ସ୍ଥଳରେ ଆଗେଇବ । କିନ୍ତୁ ଏଥିରେ ମଧ୍ୟ ତୀବ୍ର ବ୍ୟତିକ୍ରମ ଦେଖିବାକୁ ମିଳିଛି।

ମାଫିଆ ମାନେ ପାରାଦୀପ କୁ ଯାଉଥିବା ଗାଡ଼ି ରେ ମଧ୍ୟ ବ୍ୟାପକ ହେରଫେର କରୁଥିବା ସୁଚନା ମିଳୁଛି। କେମିତି ନା ପାରାଦୀପ କୁ ଯାଉଥିବା ଗାଡ଼ି ରେ ୧୬ସିଏମ୍ ୱ।ଇ ଫର୍ମ ଯାଉଛି କିନ୍ତୁ ତା'ର ରୟାଲଟି ତହସିଲ କାର୍ଯ୍ୟାଳୟ ରେ ଦାଖଲ ହେଲା ବେଳକୁ ୨/୩ ସିଏମ୍ ଦେଖା ଯାଉଛି। ଯଦି ଏହାକୁ ଟିକିନିଖି ଯାଞ୍ଚ କରାଯାଏ ତାହେଲେ ଘାଟ ମାଫିଆ ମାନଙ୍କ କାରସାଦି ଲୋକ ଲୋଚନକୁ ଆସି ପାରିବ।

କିନ୍ତୁ ଏହି ସମ୍ବନ୍ଧରେ ଯଦି କୌଣସି ପ୍ରଶାସନିକ ଅଧିକାରୀ ମାନଙ୍କ ମତାମତ ଲୋଡାଯାଏ ସେମାନେ କିଛି ପ୍ରତିକ୍ରିୟା ଦେବାକୁ କୁଣ୍ଠାବୋଧ କରୁଛନ୍ତି, ଥରେ ଦୁଇ ଥର କଥା ହେବା ପରେ ଆଉ ଫୋନ୍ ଉଠାଇବାକୁ ଉଚିତ୍ ମନେ କରୁନାହାଁନ୍ତି। କାହିଁକି ଏପରି କରୁଛନ୍ତି କଣ ପାଇଁ ବାଲି ମାଫିଆ ମାନଙ୍କୁ ସମସ୍ତ କ୍ଷେତ୍ରରେ ସହଯୋଗ କରୁଛନ୍ତି, ବେଆଇନ୍ ବାଲି ଚାଲାଣ ନେଇ କଣ ପାଇଁ ଖୋଳତାଡ଼ କରୁନାହାଁନ୍ତି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।