ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ
ଝାରସୁଗୁଡା ସିଡିପିଓ ସରୋଜିନୀ ଏକ୍କା ଛତୁଆ ପ୍ରସ୍ତୁତକାରୀଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି

ଝାରସୁଗୁଡା ସିଡିପିଓ ସରୋଜିନୀ ଏକ୍କା ଛତୁଆ ପ୍ରସ୍ତୁତକାରୀଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ମାସକୁ ୧୦ ହଜାର ଟଙ୍କା ଲେଖାଏଁ ୪ ମାସର ବକେୟା ଲାଞ୍ଚ ନେଉଥିବା ବେଳେ ସିଡିପିଓ ଭିଜିଲାନ୍ସ ହାତରେ ଧରାପଡିଥିଲେ।
ସିଡିପିଓ ସରୋଜିନୀ ଏକ୍କା ବଢ଼େଇମୁଣ୍ଡା ଆଶ୍ରମ ସ୍କୁଲ ପରିଦର୍ଶନ ପାଇଁ ଯାଇଥିଲେ। ଏହି ସମୟରେ ପଞ୍ଚପଡାର ସରସ୍ୱତୀ ଏସଏଚଜି ଗ୍ରୁପର ସଦସ୍ୟା ଛତୁଆ ଯୋଗାଇବା ପାଇଁ ଲାଞ୍ଚ ଦେବାକୁ ସେଠାରେ ପହଞ୍ଚି ଥିଲେ। ପରେ ରାସ୍ତା ଉପରକୁ ସରୋଜିନୀ ଟଙ୍କା ନେବାକୁ ଆସିଥିଲେ। ଲାଞ୍ଚ ଟଙ୍କା ଗ୍ରହଣ କରିବା ସମୟରେ ପୂର୍ବରୁ ଅପେକ୍ଷା କରିଥିବା ଭିଜିଲାନ୍ସ ଟିମ ତାଙ୍କୁ ମାଡି ବସିଥିଲେ। ଏହାପରେ କକ୍ସ କଲୋନୀ ସ୍ଥିତ ତାଙ୍କ ବାସଭବନ ସହ ରାଉରକେଲାର ବାସଭବନରେ ଚଢ଼ାଉ କରାଯିବ ବୋଲି ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି।