ପାରାଦୀପ ସମୁଦ୍ର ରେ ଗୁପ୍ତଚର ପାରା, ଜାତୀୟ ସୁରକ୍ଷା ନେଇ ବଢିଲା ଚିନ୍ତା
ପାରା ଗୋଡରେ ଲାଗିଛି ସ୍ପାଏ କ୍ୟାମେରା ଓ ଚିପ୍ , ଡେଣାରେ ଲେଖା ହୋଇଛି ବିଦେଶୀ ଭାଷା , ସୁରକ୍ଷା ନେଇ ଚିନ୍ତା

ପାରାଦୀପ ସମୁଦ୍ର ରେ ଗୁପ୍ତଚର ପାରା , ଆତଙ୍କରେ ଉପକୂଳ ଅଞ୍ଚଳ ତଥା ଜାତୀୟ ସୁରକ୍ଷା
ସମୁଦ୍ର ମଝିରୁ ଗୁପ୍ତଚର ପାରା ଉଦ୍ଧାର। ପାରା ଗୋଡ ରେ ଲାଗିଛି କ୍ୟାମେରା ଓ ଚିପ୍ । ପାରା ଡେଣାରେ ଏକ ଅଜଣା ବିଦେଶୀ ଭାଷାରେ ଲେଖାକୁ ନେଇ ସନ୍ଦେହ ଦେଖା ଦେଇଛି ।
ଘଟଣାରୁ ଜଣା ପଡିଛି ଯେ ସମୁଦ୍ର ମଧ୍ୟକୁ ଯାଇଥିବା ସାରଥୀ ନାମକ ଏକ ବୋଟ୍ ଫିସିଙ୍ଗ୍ ପାଇଁ ଯାଇଥିବା ବେଳେ କୋଣାର୍କ ପାଖରୁ ପ୍ରାୟ ୪୩ ନର୍ଟିକାଲ୍ ମାଇଲ୍ ଦୂରରେ ଲଙ୍ଗର ପକେଇ ଥିଲା। ଏହି ସମୟରେ ଏହି ପାରା କୁଆଡୁ ଉଡି ଆସି ବୋଟ୍ ରେ ବସିଥିଲା। ପ୍ରଥମେ ବୋଟ୍ କର୍ମଚାରୀ ଏହାକୁ ଏକ ସାଧାରଣ ପାରା ବୋଲି ଭାବିଥିଲେ କିନ୍ତୁ ପାଖକୁ ଯାଇ ପାରା ର ସାଜସଜ୍ଜା ସାମଗ୍ରୀ ଦେଖିଲା ବେଳକୁ କର୍ମଚାରୀ ମାନେ ସମ୍ପୂର୍ଣ ଭୟ କରିଯାଇଥିଲେ । ପାରା ର ଗୋଟିଏ ଗୋଡରେ ଗୁପ୍ତ କ୍ୟାମେରା ଲାଗିଥିବା ବେଳେ ଆଉ ଗୋଟିଏ ଗୋଡରେ ଚିପ୍ ଲାଗିଛି। ସେହିପରି ପାରା ର ଦୁଇ ଡେଣା ରେ ବିଦେଶୀ ଭାଷା ରେ କିଛି ଗୁଡାଏ ଲେଖା ଯାଇଛି, କଣ ଏ ପାରା କୁଆଡୁ ଆସିଲା ଏନେଇ ସମସ୍ତେ ଭୟଭୀତ ହୋଇ ବୋଟ୍ ର ମାଲିକ ଙ୍କୁ ଜଣାଇବା ପରେ ବୋଟ୍ ର ମାଲିକ ତାଙ୍କୁ ନମ୍ରତା ର ସହ ସାନ୍ତ୍ଵନା ଦେଇ ଭୟଭୀତ ହେବାର କୌଣସି କାରଣ ନାହିଁ ତମେ ମାନେ ଉକ୍ତ ପାରା କୁ ଧରି ପାରାଦୀପ ନେଇ କି ଆସ ବୋଲି ପରାମର୍ଶ ଦେଇଥିଲେ। ପରେ କର୍ମଚାରୀ ମାନେ ସେଠାରୁ ଉକ୍ତ ଗୁପ୍ତଚର ପାରାକୁ ଧରି ପାରାଦୀପ ପଳାଇ ଆସିଥିଲେ। ଏନେଇ ପାରାଦୀପ ସାମୁଦ୍ରିକ ଥାନା ରେ ଖବର ଦେବା ପରେ ପୋଲିସ ପାରାଦୀପ ସ୍ଥିତ ଫିସିଙ୍ଗ୍ ହାରବର ରେ ପହଞ୍ଚି ଉକ୍ତ ପାରା କୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି
ତେବେ ଗୁପ୍ତଚର ପାରା କୁ ନେଇ ବଢିଲା ସନ୍ଦେହ ,
କୋଉଠୁ ଆସିଲା ଏ ପାରା ? କିଏ ପଠାଇଛି ?
କଣ ତାର ଉଦ୍ଦେଶ୍ୟ ? ପାରା କେଉଁ ତଥ୍ୟ ହାସଲ କରୁଥିଲା ?
କେବେଠୁ ଏବଂ କେଉଁ ଜାଗାରୁ ଏ ପାରା ଆସିଛି ଏମିତି କେତେ କଣ ପ୍ରଶ୍ନ ଉଠୁଛି ,
ଯାହାକୁ ନେଇ ମେରାଇନ ପୋଲିସ ତନାଘନା ଆରମ୍ଭ କରିଛି
ପାରାଦୀପ ରୁ ଲାଲା ବିନୟ କୁମାର ରାୟ ଙ୍କ ରିପୋର୍ଟ