ଥମୁନି ହାତୀ ଆତଙ୍କ
ଥମୁନି ହାତୀ ଆତଙ୍କ। ହାତୀ ମଣିଷ ଲଢେଇରେ ଯାଉଛି ଅନେକ ଜୀବନ

ଥମୁନି ହାତୀ ଆତଙ୍କ। ହାତୀ ମଣିଷ ଲଢେଇରେ ଯାଉଛି ଅନେକ ଜୀବନ । ହାତୀ ଆକ୍ରମଣରେ ଅନୁଗୁଳ ଗଡ଼ସନ୍ତ୍ରି ପଞ୍ଚାୟତ ବାଇଝାଲିଆସାହିରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ବାଇଝାଲିଆସାହି ର ପ୍ରଫୁଲ୍ଲ ଭୋଇ । ରାତିରେ ପ୍ଲାଣ୍ଟରୁ ଘରକୁ ଫେରୁଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ ପ୍ରଫୁଲ୍ଲ । ଘଟଣାସ୍ଥଳରେ ହିଁ ପ୍ରଫୁଲ୍ଲଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି । ପ୍ରଫୁଲ୍ଲଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ।
ଅନ୍ୟପଟେ ବଅଁରପାଳ ବ୍ଲକ ନରେନ୍ଦ୍ରପୁର ମହାପାତ୍ର ସାହିରେ ଗୋଟିକିଆ ଦନ୍ତା ପଶି ଆତଙ୍କ ଖେଳାଇଛି । ହାତୀ ଭୟରେ ଲୋକେ ଘର ଛାଡି ଛାତ ଉପରେ ଆଶ୍ରୟ ନେଇଛନ୍ତି । ଭୟଭୀତ ଓ ଆତଙ୍କିତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ ।