ଫାଟିଲା ଇଣ୍ଡିଆନ ଅଏଲ ପାଇପ ଲାଇନ

ହଜାର ହଜାର ଲିଟର ତେଲ ରେ ଭାସିଲା ଚାଷ ଜମି , ଉଜୁଡିଗଲା ଚାଷ , ମୁଣ୍ଡରେ ହାତ ଦେଲେ ଚାଷୀ

ଫାଟିଲା ଇଣ୍ଡିଆନ ଅଏଲ ପାଇପ ଲାଇନ

ପାରାଦୀପରୁ ପଶ୍ଚିମବଙ୍ଗର ହଳଦିଆ ପର୍ଯ୍ୟନ୍ତ ଯାଇଥିବା ଆଇଓସିଏଲ୍‌ର ପାଇପ୍‌ ଲାଇନରେ ଫାଟ ସୃଷ୍ଟି ହେବା ଯୋଗୁ କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର ଭେଡାଠାରେ ହଜାର ହଜାର ଲିଟର ଡିଜେଲ ମାଟିରେ ଭାସୁଛି। ଯେଉଁଥି ପାଇଁ ହଜାର ହଜାର ଲିଟର ତେଲ ମାଟି ଉପରକୁ ଆସି ଚାଷ ଜମିରେ ମାଡି ଯାଇଛି, ଏଥିରେ ଲଗାଯାଇଥିବା ଫସଲ ଉଜୁଡିଗଲା ବୋଲି ସ୍ଥାନୀୟ ଚାଷ କହିଛନ୍ତି,  ଯେଉଁଥିପାଇଁ ଚାଷୀ କୁଳ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

ଏନେଇ କମ୍ପାନୀ ପକ୍ଷରୁ ନିର୍ଗତ ତେଲ କୁ ବାହାର କରାଯାଇ ଯୁଦ୍ଧ କାଳୀନ ଭିତ୍ତିରେ ମରାମତି ଚାଲିଛି ।  

ଆଇଓସିଏଲ ପାଇପଲାଇନ ଫାଟି ପୋଖରୀରେ ଭାସୁଛି ଡିଜେଲ । ନାକେଦମ ହେଲାଣି ବୈଷୟିକ ଟିମ୍, ସଂଗ୍ରହ ହେଲାଣି ୬ହଜାର ଲିଟରରୁ ଅଧିକ ଡିଜେଲ । କେନ୍ଦ୍ରାପଡା ଆଳି ନରେନ୍ଦ୍ରପୁର ଭେଡା ଦେଇ ଯାଇଥିବା ଆଇଓସିଏଲ ପାଇପଲାଇନ ଫାଟି ସ୍ଥାନୀୟ ଅଞ୍ଚଳରେ ଡିଜେଲ ଭାସୁଥିବା ଦେଖିବାକୁ ମିଳିଛି । ଖବର ପାଇବା ପରେ ଆଇଓସିଏଲ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ୬ହଜାର ଲିଟରରୁ ଅଧିକ ଡିଜେଲ ସଂଗ୍ରହ କରିଛନ୍ତି । ଫଟା ପାଇପଲାଇନରୁ ଡିଜେଲ ବାହାରୁଥିବା ବେଳେ ଗନ୍ଧରେ ସ୍ଥାନୀୟ ଅଞ୍ଚଳରେ ଆଶ୍ୱସ୍ତିିକର ପରିବେଶ ସୃଷ୍ଟିି ହୋଇଛି । ଡିଜେଲ ସଂଗ୍ରହ ପରେ ପାଇପଲାଇନର ମରାମତି କରାଯିବ ବୋଲି ସୂଚନା ଦେଇଛନ୍ତି ଆଇଓସିଏଲ କର୍ତୃପକ୍ଷ ।