ଜାତୀୟ ପ୍ରେସ ଦିବସ ପାଳିତ

ପାରାଦୀପ କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ଜାତୀୟ ପ୍ରେସ ଦିବସ ପାଳିତ

ପାରାଦୀପ - ନଭେମ୍ବର ୧୬ ତାରିଖ ଜାତୀୟ ପ୍ରେସ ଦିବସ ଅବସରରେ ପାରାଦୀପ କାର୍ଯ୍ୟରତ ସାମ୍ବାଦିକ ସହକାରୀ ସାମାଜିକ କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ଜାତୀୟ ପ୍ରେସ ଦିବସ ସ୍ଥାନୀୟ ପୋର୍ଟ କ୍ଲବ ପରିସରରେ ଶନିବାର ଦିନ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି l ଟ୍ରଷ୍ଟ ର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ସଭ୍ୟ ରତ୍ନାକର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଏହି କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରିଥିଲେ l ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ତଥା ଟ୍ରଷ୍ଟ ର ମୁଖ୍ୟ ଉପଦେଷ୍ଠା ଶୁକଦେବ ଜେନା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ଟ୍ରଷ୍ଟ ର ସଭାପତି ଶଶାଙ୍କ ଶେଖର ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ l ପ୍ରାରମ୍ଭରେ ପୂର୍ବତନ ସାମ୍ବାଦିକ ପ୍ରତାପରୁଦ୍ର ନାୟକ ଙ୍କ ବିୟୋଗରେ ଦୁଇ ମିନିଟ ନିରବ ପ୍ରାର୍ଥନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଶ୍ରୀ ବିଶ୍ୱାଳ ସମାଜରେ ସାମ୍ବାଦିକ ମାନଙ୍କ ଗୁରୁତ୍ୱପୂର୍ଣ ଭୂମିକା ଉପରେ ଆଲୋକପାତ କରି ସାମ୍ବାଦିକ ଙ୍କ କଲ୍ୟାଣ ଯୋଜନା ଆଭିମୁଖ୍ୟ କୁ ଭୁୟସୀ ପ୍ରଶଂସା କରିଥିଲେ l ସେହିପରି ଟ୍ରଷ୍ଟ ର ଅଧ୍ୟକ୍ଷ ଶ୍ରୀ ସ୍ୱାଇଁ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ସେମାନଙ୍କୁ ସହାୟତା ପାଇଁ ଏହି ଟ୍ରଷ୍ଟ କାର୍ଯ୍ୟ କରିବ ବୋଲି କହିଥିଲେ l ସେହିପରି ମୁଖ୍ୟ ବକ୍ତା ଶ୍ରୀ ଜେନା ଜାତୀୟ ପ୍ରେସ ଦିବସ ପାଳନ ଏବଂ ସାମ୍ବାଦିକ ଙ୍କ କର୍ତ୍ତବ୍ୟ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ ଏବଂ ସମ୍ମାନିତ ଅତିଥି ଶ୍ରୀ ଆଚାର୍ଯ୍ୟ ସାମ୍ବାଦିକ ଙ୍କ ସ୍ୱାର୍ଥ ହାସଲ ପାଇଁ ସମସ୍ତେ ଏକ ମନ ଓ ପ୍ରାଣ ରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ l ଏହି କାର୍ଯ୍ୟକ୍ରମ କୁ ଟ୍ରଷ୍ଟ ର ଆଇନ ପରାମର୍ଶଦାତା ରବିନ୍ଦ୍ର କୁମାର ଜେନା ପରିଚାଳନା କରିଥିବା ବେଳେ ଟ୍ରଷ୍ଟ ସମସ୍ତ ଟ୍ରଷ୍ଟି ଙ୍କ ନାମ ଓ ପଦବୀ ଘୋଷଣା କରିଥିଲେ l ଏହି କ୍ରମରେ ପାରାଦୀପ କାର୍ଯ୍ୟରତ ସାମ୍ବାଦିକ ସହକାରୀ ସାମାଜିକ କଲ୍ୟାଣ ଟ୍ରଷ୍ଟ ର କାର୍ଯ୍ୟକାରି ସଭାପତି ଭାବେ ସୁଧାଂଶୁ ନାୟକ, ଯୁଗ୍ନ କାର୍ଯ୍ୟକାରୀ ସଭାପତି ରାକେଶ କୁମାର ପଟନାୟକ,ଉପସଭାପତି ବିଜଜା ପ୍ରସାଦ ତ୍ରିପାଠୀ, ଉପସଭାପତି ଦୀପକ ବେହେରା, ସାଧାରଣ ସମ୍ପାଦକ ପ୍ରଶାନ୍ତ ସ୍ୱାଇଁ, କାର୍ଯ୍ୟକାରୀ ସମ୍ପାଦକ ନାରାୟଣ ବେହେରା,ଯୁଗ୍ନ ସମ୍ପାଦକ ପ୍ରଭାକର ସାହୁ, ସମ୍ପାଦକ ରଶ୍ମି ରଞ୍ଜନ ରାଉତରାୟ, ସମ୍ପାଦକ ମନୋଜ କୁମାର ସାହୁ, ଶହ ସମ୍ପାଦକ ବରଦା ପ୍ରସନ୍ନ ବିଶ୍ୱାଳ, କୋଷାଧ୍ୟକ୍ଷ ସନ୍ତୋଷ ଭାରତୀ,ଉପଦେଷ୍ଠା ରତ୍ନାକର ଜେନା ଙ୍କ ସହିତ ପ୍ରୀତି ରଂଜନ ମହାପାତ୍ର,ଆଲୋକ ମହାପାତ୍ର ,ସୁରେଶ ଚନ୍ଦ୍ର ସ୍ୱାଇଁ,ପୁରୁଷୋତମ ଶତପଥି, ଲଷ୍ମୀ ନାରାୟଣ ସାହୁ,ସଂଗ୍ରାମ ରାଉତ, ସଦାନନ୍ଦ ବେହେରା, ବିନୟ କୁମାର ରାଏ, ବିରଜା ସେଠି,ଦୀପକ କୁମାର ଦାସ, ଏ.ଭାସ୍କର ଆଚାରୀ,ସଞ୍ଜୟ ରାଉତ, ସନ୍ତୋଷ ସ୍ୱାଇଁ ପ୍ରମୁଖଙ୍କ ନାମ ଘୋଷଣା ହୋଇଥିଲା l ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ବିଶ୍ୱାଳ ଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଓ ସାଲ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଟ୍ରଷ୍ଟ ପକ୍ଷରୁ ସମସ୍ତ ଉପସ୍ଥିତ ଟ୍ରଷ୍ଟି ଓ ସଦସ୍ୟ ମାନଙ୍କୁ ଶୀତ ବସ୍ତ୍ର ଉପହାର ଭାବେ ପ୍ରଦାନ କରାଯାଇଥିଲା l