ଆସୁଛନ୍ତି ସୋନୁ ନିଗମ

ପାରାଦ୍ୱୀପ କଳିଙ୍ଗ ବାଲିଯାତ୍ରା ରେ ଆସୁଛନ୍ତି ସୋନୁ ନିଗମ

ଆସୁଛନ୍ତି ସୋନୁ ନିଗମ

ଆସୁଛନ୍ତି ବଲିଉଡ୍, ଓଲିଉଡ୍ ଜଗତର ପ୍ରସିଦ୍ଧ କଣ୍ଠଶିଳ୍ପୀ ସୋନୁ ନିଗମ, ତାଙ୍କ ସହିତ ଅସିମା ପଣ୍ଡା , ସତ୍ୟଜିତ୍ ପ୍ରଧାନ, ଦୀପ୍ତିରେଖା ପାଢ଼ୀ , ମଣ୍ଟୁ ଛୁରିଆ, ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର ଓ ଅନେକ କଳାକାର । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଆହୁରି ରଙ୍ଗୀନ କରିବା ପାଇଁ ଏହି କଳାକାର ମାନଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିବ , ଆଉ ସେହି ମଞ୍ଚ ହେଉଛି ପାରାଦୀପ ବିଜୁ ମଇଦାନରେ ଆୟୋଜିତ ହେଉଥିବା ଚଳିତ ବର୍ଷ ର କଳିଙ୍ଗ ବାଲିଯାତ୍ରା ମହୋତ୍ସବ । ଏଥିପାଇଁ ଦୀର୍ଘ ଏକମାସ ଧରି ହେଉଥିବା ପ୍ରସ୍ତୁତି ପର୍ବ ଏବେ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତ ବର୍ଷ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସୁଥିବା ରୁ ଏନେଇ ସରକାରୀ ସ୍ତରରେ ମଧ୍ୟ ତତ୍ପରତା ଦେଖା ଦେଇଛି । ଖୋଦ୍ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ଏହି କାର୍ଯ୍ୟକ୍ରମକୁ ତଦାରଖ କରୁଛନ୍ତି। ଯାହାକି ପାରମ୍ପରିକ ଉତ୍କଳୀୟ ନୌବାଣିଜ୍ୟ ର ଅନନ୍ୟ ସ୍ମୃତି ସାଉଁଟିବାକୁ ସବୁ ସ୍ତରରେ ପ୍ରସ୍ତୁତି ଜୋରଦାର ହୋଇଛି । ମୁଖ୍ୟମନ୍ତ୍ରୀ ଙ୍କ ହେଲିକପ୍ଟର ଅବତାରଣା ଠାରୁ, ସରକାରୀ ଓ ବେସରକାରୀ ଷ୍ଟଲ୍, ସାଂସ୍କୃତିକ ମଞ୍ଚ, ଲାଇଟ୍, ସାଉଣ୍ଡ୍ ପାର୍କିଂ ୟାର୍ଡ୍, ଟ୍ରାଫିକ ବ୍ୟବସ୍ଥା ସବୁକିଛି ତଦାରଖ କରିଛନ୍ତି। ତେବେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ବେଶ୍ ଆକର୍ଷଣୀୟ କରାଯିବା ପାଇଁ ବାଲିଯାତ୍ରା ମହୋତ୍ସବ ପ୍ରସ୍ତୁତ ହେଉଛି ବୋଲି ଜଗତସିଂହପୁର ଜିଲ୍ଲାପାଳ ଜେ ସୋନାଲ୍ କହିଛନ୍ତି ।

ତେବେ ଲକ୍ଷାଧିକ ଜନ ସମାଗମ ନେଇ ପରିମଳ ବ୍ୟବସ୍ଥା, ପାନୀୟ ଜଳ, ରକ୍ଷଣାବେକ୍ଷଣ, ପଲିଥିନ୍ ବାରଣ ସବୁକିଛି ତଦାରଖ କରୁଛି ପାରାଦୀପ ପୌର ପ୍ରଶାସନ । ଏଥିପାଇଁ ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳ ଙ୍କ ନିର୍ଦ୍ଦେଶନାରେ ଏକ ସ୍ବତନ୍ତ୍ର ଟିମ୍ ବାଲିଯାତ୍ରା ପଡ଼ିଆ ତନଖି କରି ସମସ୍ତ ବିଦ୍ଧି ବ୍ୟବସ୍ଥା ଯାଞ୍ଚ୍ କରୁଛନ୍ତି । ପ୍ରାୟ ହଜାରରୁ ଉର୍ଦ୍ଧ୍ଵ ଷ୍ଟଲ୍ ଏଥର ପଡ଼ିଥିବା ରୁ ସମସ୍ତ ଷ୍ଟଲ୍ ଗୁଡ଼ିକ ର ରକ୍ଷଣାବେକ୍ଷଣ ସହିତ ସମସ୍ତ ପ୍ରକାର ସୁବିଧା ସୁଯୋଗ ଓ ଜନ ସାଧାରଣ ଙ୍କ ପାଇଁ ଗମନା ଗମନ ବ୍ୟବସ୍ଥା କୁ ସୁଚାରୁରୂପେ ପରିଚାଳନା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳ କହିଛନ୍ତି ।

ତେବେ ବାଲିଯାତ୍ରା ରେ ମୁଖ୍ୟ ଆକର୍ଷଣ ରହିଥାଏ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଚଟ୍ ପଟି ଖାଦ୍ୟ ସମ୍ଭାର ର । ଖାଦ୍ୟ ପେୟ ର ଅନେକ ଛୋଟ ବଡ଼ ଷ୍ଟଲ୍ ପଡୁଥିବା ବେଳେ ଏମ୍ପାଏର୍ସ୍ ଗ୍ରୁପ୍ ପକ୍ଷରୁ ଡେଲି କେଫ୍ ମଧ୍ୟ ତାର ଷ୍ଟଲ୍ କୁ ପାରାଦୀପ ବାଲିଯାତ୍ରା ରେ ପକାଇବା ପାଇଁ ଯୋଜନା ପ୍ରସ୍ତୁତ କରିଛି । ଏଥିନିମନ୍ତେ ଗ୍ରାହକଙ୍କ ପାଇଁ ସ୍ବତନ୍ତ୍ର ହାଇଜେନିକ୍ ଫୁଡ୍ ପ୍ରସ୍ତୁତ କରିବା ସହ ସୁଲଭ ମୂଲ୍ୟରେ ଚାଇନିଜ୍ ଇଣ୍ଡିଆନ୍ ଫୁଡ୍ ପରିବେଷଣ ପାଇଁ ବ୍ୟବସ୍ଥା କରାଯାଇଛି । ତେବେ ଚଳିତ ବର୍ଷ ଭଲ ଲୋକ ହେବେ ବୋଲି ଆଶା କରିବା ସହ ଡେଲି କେଫ୍ ମଧ୍ୟ ସୁସ୍ବାଦୁ ଭୋଜନରେ ସେମାନଙ୍କୁ ଆପ୍ୟାୟିତ କରିବ ବୋଲି ଏମ୍ପାଏର୍ସ୍ ହୋଟେଲ ର ସିନିୟର୍ ମ୍ୟାନେଜର ସେଲସ୍ ଏମ୍ ଏମ୍ ଖାନ୍ କହିଛନ୍ତି ।

ତେବେ ଚଳିତ ବର୍ଷ ଦେଖା ଯାଇଛି ଏକ ନୁତନ ପରିବର୍ତ୍ତନ। ପ୍ରତିବର୍ଷ ଡେକୋରେସନ ରେ କିଏ କେଉଁ ପ୍ରକାରର କପଡା ଲଗାଉଥିଲା କିନ୍ତୁ ଚଳିତ ବର୍ଷ ସମସ୍ତେ ଗୋଟିଏ ପ୍ରକାର ରଙ୍ଗ ର କପଡା ବ୍ୟବହୃତ କରିଛନ୍ତି ଯାହାକି ଗେରୁଆ ରଙ୍ଗ । ସମ୍ପୁର୍ଣ୍ଣ ବାଲିଯାତ୍ରା ପଡ଼ିଆ ଏକ ପ୍ରକାର ଗେରୁଆ ରଙ୍ଗର ସଜେଇ ହୋଇଛି । କାହିଁକି ନାଁ ରାଜ୍ୟ ରେ ସରକାର ବଦଳିଛନ୍ତି । ୨୪ବର୍ଷର ସବୁଜ ସରକାର ବିଜେଡି ବଦଳି ଏବେ ନୁଆ କରି ଗେରୁଆ ବିଜେପି ସରକାର ଆସିଛନ୍ତି । ତେଣୁ ସେଦୃଷ୍ଟିରୁ ପରିବର୍ତ୍ତନ ତ ନିଶ୍ଚିନ୍ତ ହେବ । ଯେଉଁଥି ପାଇଁ ସବୁ ଡେକୋରେସନ୍ ସଂସ୍ଥା କୁ କୁହାଯାଇଛି ଗୋଟିଏ ପ୍ରକାର ଗେରୁଆ କପଡା ଏବଂ ତାହା ପୁଣି ଅରଖ ନୁଆ କପଡା ବ୍ୟବହାର କରିବାକୁ ଯେଉଁଥିପାଇଁ ସମସ୍ତେ ତାହା ମାନି ସମଗ୍ର ବାଲିଯାତ୍ରା ପଡ଼ିଆ କୁ ଗେରୁଆ ରଙ୍ଗରେ ସଜେଇ ଦେଇଛନ୍ତି ବୋଲି ଡେକୋରେଟର କୈଳାସ ମଲ୍ଲିକ କହିଛନ୍ତି ।

ତେବେ ଚଳିତ ବର୍ଷ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଯୋଗଦାନ ଓ ପ୍ରସିଦ୍ଧ କଣ୍ଠଶିଳ୍ପୀ ସୋନୁ ନିଗମ ଙ୍କ ଆଗମନ ରେ ଆମର ଐତିହାସିକ ପରମ୍ପରା ସ୍ମୃତି ଓ ସଂସ୍କୃତି ର ଅନନ୍ୟ ଝଲକ ଦେଖିବାକୁ ମିଳିବ ।

ପାରାଦୀପ ରୁ ଲାଲା ବିନୟ କୁମାର ରାୟ ଙ୍କ ରିପୋର୍ଟ ଓଏନ୍ଏମ୍ ନିୟୁଜ୍