ରାଜ୍ୟସ୍ତରୀୟ ଜୁଡ଼ୋ ପ୍ରତିଯୋଗିତା ଉଦ୍‌ଯାପିତ

ଜଗତସିଂହପୁର ଜିଲା ଜୁଡୋ ଆସୋସିଏସନ୍ ପକ୍ଷରୁ ଏହି ଦୁଇ ଦିନିଆ ଚମ୍ପିୟାନସିପ୍ ଆୟୋଜିତ କରାଯାଇ ପ୍ରଶିକ୍ଷାର୍ଥୀ ମାନଙ୍କୁ ପ୍ରୋତ୍ସାହିତ କରାଯାଉଛି

ରାଜ୍ୟସ୍ତରୀୟ ଜୁଡ଼ୋ ପ୍ରତିଯୋଗିତା ଉଦ୍‌ଯାପିତ

ପାରାଦୀପ : ଜଗତସିଂହପୁର ଜିଲା ତଥା ବନ୍ଦରନଗରୀ ପାରାଦ୍ବୀପରେ ଜୁଡୋର ବିକାଶ ପାଇଁ ଜଗତସିଂହପୁର ଜିଲା ଜୁଡ଼ୋ ଆସୋସିଏସନ ସଫଳତା ର ସହ କାର୍ଯ୍ୟ କରୁଛି। ମଧୁବନ ଠାରେ ଥ‌ିବା ମ୍ୟୁନିସିପାଲିଟି କଲ୍ୟାଣ ମଣ୍ଡପ ପରିସରରେ  ଚଳିତଥର ସଙ୍ଗଠନ ପକ୍ଷରୁ ଦୁଇଦିନିଆ ରାଜ୍ୟସ୍ତରୀୟ ଜୁଡ଼ୋ ଚମ୍ପିୟାନସିପ୍ ପାରାଦ୍ଵୀପରେ ଆୟୋଜିତ ହୋଇଯାଇଛି । ଜଗତସିଂହପୁର ଜିଲା ଜୁଡୋ ଆସୋସିଏସନ୍ ପକ୍ଷରୁ ଏହି ଦୁଇ ଦିନିଆ ଚମ୍ପିୟାନସିପ୍ ଆୟୋଜିତ କରାଯାଇ ପ୍ରଶିକ୍ଷାର୍ଥୀ ମାନଙ୍କୁ ପ୍ରୋତ୍ସାହିତ କରାଯାଉଛି । 

ଏହି ଚମ୍ପିୟାନସିପ୍‌ରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୫୦୦ରୁ ଅଧ‌ିକ ପ୍ରତିଯୋଗୀ ଭାଗ ନେଇଥିଲେ। ସବ୍ ଜୁନିୟର, ଜୁନିୟର, ସିନିୟର ବର୍ଗରେ ଉଭୟ ପୁରୁଷ ଓ ମହିଳା ପ୍ରତିଯୋଗୀମାନେ ନିଜର କ୍ରୀଡ଼ା ନୈପୂଣ୍ୟତା ପ୍ରଦର୍ଶନ କରିଥିଲେ। ରାଜ୍ୟସ୍ତରୀୟ ପ୍ରତିଯୋଗିତାର ଉଦଯାପନୀ ସଭାରେ ମୁଖ୍ୟଅତିଥି ଭାବେ ପାରାଦୀପ ବନ୍ଦର ମୁଖ୍ୟ ଅର୍ଥପରାମର୍ଶଦାତା ଡି.ଏନ୍.ସୋନ୍ଧୀ ଯୋଗଦେଇ ଜୁଡ଼ୋ ଆଜିର ସମୟର ଆବଶ୍ୟକତା । ଉଭୟ ପୁଅ ଓ ଝିଅ ଏହି କ୍ରୀଡ଼ା କୌଶଳକୁ ଶିକ୍ଷା କରିବା ଆବଶ୍ୟକ, ଏହା ଶାରୀରିକ ଗଠନ ଠିକ ରଖିବା ସହିତ ନିଜର ଆତ୍ମରକ୍ଷା ଜ୍ଞାନ କୌଶଳ ରେ ମଧ୍ୟ ସିଦ୍ଧହସ୍ତ ହୋଇଥାଏ , ସେ ଦୃଷ୍ଟିରୁ ଆଜିର ଯୁବ ପିଢୀ ଏଥିରେ ଆଗ୍ରହ ପ୍ରକାଶ କରିବା ସହିତ ପ୍ରଶିକ୍ଷଣ ନେଇ ଉପଯୁକ୍ତ ପ୍ରଶିକ୍ଷାର୍ଥୀ ଭାବେ ପରିଗଣିତ ହେବା ନିହାତି ଜରୁରୀ ଯାହାକି ଆଗାମୀ ଭବିଷ୍ୟତ ରେ ଏହି ରଣ କୌଶଳ ନିଜର ତଥା ସମଯରେ ଚାଲିବ ପାଇଁ ବେଶ ସହାୟକ ହୋଇଥାଏ । ଏହି ପରି ସାର ଗର୍ଭକ ମନ୍ତବ୍ୟ ଦେବା ସହ ଶ୍ରୀଯୁକ୍ତ ଶୋଧୀ ଜଗତସିଂହପୁର ଜିଲା ଜୁଡ଼ୋ ଆସୋସିଏସନ ପକ୍ଷରୁ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସାମିଲ ସମସ୍ତ ପ୍ରତିଯୋଗୀଙ୍କୁ ସେ ଧନ୍ୟବାଦ ଦେଇଥିଲେ। ସମ୍ମାନିତ ଅତିଥ୍ ଭାବେ ବନ୍ଦରର ଉପସଂରକ୍ଷକ ଏ.କେ.ସାହୁ, ଜେଏସଡବ୍ଲ୍ୟୁ ଉପସଭାପତି ଡି.କେ.ସିହ୍ନା, ସିଆଇଏସଏଫ କମାଣ୍ଡାଣ୍ଟ, ରାଜ୍ୟ ଜୁଡୋ ଆସୋସିଏସନ ସିଇଓ ଗୀତାଞ୍ଜଳି ପଣ୍ଡା, ଜଗତସିଂହପୁର ଜିଲା ଜୁଡୋ ଆସୋସିଏସନ୍‌ର ସଭାପତି ଶ୍ରୀ ସର୍ଗେଲ, ସମ୍ପାଦିକା ଲୋପାମୁଦ୍ରା ପତି, ଶ୍ରମିକ ନେତା ସମୀର ବିଶ୍ଵାଳ ପ୍ରମୁଖ ଯୋଗଦେଇ କୁଡ଼ୋ ଭଳି ଦୁଃସାହସିକ କ୍ରୀଡ଼ା ଦ୍ବାରା ନିଜର ତଥା ଦେଶର ନାମକୁ ଟେକ ରଖୁବାକୁ ପିଲାଙ୍କୁ ପରାମର୍ଶ ଦେଇଥିଲେ ।

ରାଜ୍ୟର ବହୁ ଲୁକ୍କାୟିତ ପ୍ରତିଭାଙ୍କୁ ଚିହ୍ନଟ କରିବା ଓ ସେମାନଙ୍କୁ ଲୋକଲୋଚନକୁ ଆଣିବାର ଏହା ଏକ ପ୍ରୟାସ ବୋଲି ଆସୋସିଏସନ୍ ପକ୍ଷରୁ କୁହାଯାଇଥିଲା । ଶେଷରେ ସଫଳ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।