କ୍ରିକେଟ ଖେଳିଲେ ପାଣ୍ଡିଆନ
ମା' ସମଲେଶ୍ବରୀଙ୍କ ମନ୍ଦିର ଯାଇ ମା'ଙ୍କ ଦର୍ଶନ କରିଥିଲେ ଫାଇଭ-ଟି ଅଧ୍ୟକ୍ଷ।

ରବିବାର ସକାଳୁଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସମ୍ବଲପୁର ଗସ୍ତରେ ଆସି ବିଭିନ୍ନ ଉନ୍ନତିମୂଳକ କାର୍ୟ୍ୟର ସମୀକ୍ଷା କରିଛନ୍ତି। ସମଲେଇ ପ୍ରକଳ୍ପ ବୁଲିବା ସହିତ କିଭଳି ସମଲେଇ ପ୍ରକଳ୍ପ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିପାରିବ ସେନେଇ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ୍।
ଏହି ଦିଗରେ ସମସ୍ତ ବ୍ୟବସ୍ଥା କରିବାକୁ ମନ୍ଦିର ଟ୍ରଷ୍ଟବୋର୍ଡ ସହ ଆଲୋଚନା କରାଯାଇଛି। ସମଲେଇ ପ୍ରକଳ୍ପ ବୁଲିବା ପରେ ମା' ସମଲେଶ୍ବରୀଙ୍କ ମନ୍ଦିର ଯାଇ ମା'ଙ୍କ ଦର୍ଶନ କରିଥିଲେ ଫାଇଭ-ଟି ଅଧ୍ୟକ୍ଷ।
ଏହାପରେ ସମ୍ୱଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ପହଞ୍ଚି ଆଥଲେଟିକ ଏସୋସିଏସନ କର୍ମକର୍ତ୍ତା ଓ ଖେଳାଳିଙ୍କ ସହ ଆଲୋଚନା କରିଥିଲେ ପାଣ୍ଡିଆନ। ଏହି ସମୟରେ ଷ୍ଟାଡିୟମରେ କ୍ରିକେଟ ଖେଳାଳିଙ୍କ ସହ ସେ କ୍ରିକେଟ ଖେଳିଥିଲେ। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ବଲପୁରରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ କରାଯିବା ସହ ସମ୍ବଲପୁରରେ ବହୁତ ବଡ କ୍ରିକେଟ ଷ୍ଟାଡିୟମ ଓ ଫୁଟବଲ ଷ୍ଟାଡିୟମ କରିବା ପାଇଁ ଜାଗା ଚିହ୍ନଟ କରାଯାଇଥିବାରୁ ଖୁସି ପ୍ରକାଶ କରିଛନ୍ତି ଖେଳାଳି। ଫୁଟବଲ ଓ କ୍ରିକେଟ ଷ୍ଟାଡିୟମ ନିର୍ମାଣ ପାଇଁ ୩୫୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଷ୍ଟାଡିୟମ ନିର୍ମାଣ ପରେ କ୍ରୀଡ଼ାବିତଙ୍କୁ ଏହା ବଡ ବୁଷ୍ଟ ହେବ ବୋଲି କୁହାଯାଉଛି।