ପାରାଦ୍ୱୀପ ବାଲିଯାତ୍ରା ଟେଣ୍ଡର ପ୍ରକ୍ରିୟା ରେ ଅନିୟମିତତା

ପାରାଦୀପ ରେ ଅନୁଷ୍ଠିତ ହେଉଛି ବାଲିଯାତ୍ରା, କିନ୍ତୁ ରହୁନାହିଁ କାର୍ଯ୍ୟ ରେ ସ୍ବଚ୍ଛତା, ଟେଣ୍ଡର ପ୍ରକ୍ରିୟା ରେ ହେଉଛି ବ୍ୟାପକ ଅନିୟମିତତା

ପାରାଦ୍ୱୀପ ବାଲିଯାତ୍ରା ଟେଣ୍ଡର ପ୍ରକ୍ରିୟା ରେ ଅନିୟମିତତା

ପାରାଦୀପ ରେ ଅନୁଷ୍ଠିତ ହେଉଛି ବାଲିଯାତ୍ରା, କିନ୍ତୁ ରହୁନାହିଁ କାର୍ଯ୍ୟ ରେ ସ୍ବଚ୍ଛତା, ଟେଣ୍ଡର ପ୍ରକ୍ରିୟା ରେ ହେଉଛି ବ୍ୟାପକ ଅନିୟମିତତା, ସାମାନ୍ୟ ସାଇକେଲ ଷ୍ଟାଣ୍ଡ୍ ନେଇଛି ଦେଖାଦେଇଛି ତିକ୍ତତା, ସବୁକିଛି ଠିକ୍ ଠାକ୍ ରହି ଆମକୁ ଷ୍ଟାଣ୍ଡ୍ ମିଳୁନି କିନ୍ତୁ ଯାହାର କିଛି ନାହିଁ ତାକୁ ଦିଆଯାଉଛି । ଏଥିରେ ସମ୍ପୁର୍ଣ୍ଣ ଅନିୟମିତତା କରାଯାଉଛି ବୋଲି ପାରାଦୀପ ରେ ବିଜୁ ଜନତା ଦଳ ର କେତେକ କର୍ମୀ ଅଭିଯୋଗ ଉଠାଇଛନ୍ତି। ଯେହେତୁ ଏଥର ବିଜେପି ପାଣିପାଗ ରେ ବାଲିଯାତ୍ରା ଅନୁଷ୍ଠିତ ହେଉଛି ସେଥିରେ ଦଳୀୟ ଭିତ୍ତିକ ସ୍ବାର୍ଥ କୁ ଗୁରୁତ୍ବ ଦିଆଯାଉଛି । କାହିଁକି ନାଁ ଆମେ ବିଗତ ଦିନ ମାନଙ୍କରେ ସାଇକେଲ ଷ୍ଟାଣ୍ଡ୍ ଟେଣ୍ଡର ପ୍ରକ୍ରିୟା ରେ ଅଂଶଗ୍ରହଣ କରି କାର୍ଯ୍ୟ କରୁଥିଲୁ କାହିଁକି ନାଁ ସେତେ ବେଳେ ରାଜ୍ୟ ରେ ବିଜେଡି ସରକାର ଥିଲା। କିନ୍ତୁ ବର୍ତ୍ତମାନ ପାଣିପାଗ ବଦଳି ଥିବାରୁ ଆମ ମାନଙ୍କୁ ହିନସ୍ଥା ହେବାକୁ ପଡୁଛି। ଆମେ ଅଗ୍ରିମ ଟଙ୍କା ଡିପୋଜିଟ୍ କରି ଷ୍ଟାଣ୍ଡ୍ ପାରୁନାହୁଁ କିନ୍ତୁ ଅପରପକ୍ଷ ଟଙ୍କା ଡିପୋଜିଟ୍ ନ କରି ପରବର୍ତ୍ତୀ ସମୟ ମାଗିଲେ ମଧ୍ୟ ତାଙ୍କୁ ସେ ସୁବିଧା ସୁଯୋଗ ପ୍ରଦାନ କରାଯାଉଛି। ତେଣୁ ଏଥିରେ ସ୍ବଚ୍ଛତା ରହୁଛି କେଉଁଠି, ଆମ ମାନଙ୍କୁ ଶାରୀରିକ ଓ ମାନସିକ ଭାବେ ହାରାସ କରାଯାଉଛି ତେଣୁ ବାଧ୍ୟ ହୋଇ ଆମେ ଉଚ୍ଚ ନେତୃବୃନ୍ଦ ଙ୍କ ସହ ଆଲୋଚନା କରି ରାଜରାସ୍ତାକୁ ଓହ୍ଲାଇବୁ ବୋଲି ବିଜୁ ଜନତା ଦଳ ର ଯୁବ ସମ୍ପାଦକ ମନୋଜ ନାୟକ କହିଛନ୍ତି । 

ତେବେ ରାଜ୍ୟ ରେ ସରକାର ବଦଳିଲେ ମଧ୍ୟ ପ୍ରଶାସନ ନିରପେକ୍ଷ ଅବଲମ୍ବନ କରିବା କଥା କିନ୍ତୁ ସେଥିରେ ପାରାଦୀପ ର ସ୍ଥାନୀୟ ପ୍ରଶାସନ ନିରପେକ୍ଷ ଅବଲମ୍ବନ ନ କରି ପକ୍ଷପାତିତା କରୁଛି । ତେଣୁ ଏହା ସମ୍ପୁର୍ଣ୍ଣ ନିନ୍ଦନୀୟ ତେଣୁ ଏହି ଘଟଣା ଆମ କ୍ଲବ୍ ସଦସ୍ୟ ମାନଙ୍କ ମଧ୍ୟରେ ବେଶ୍ ଆଘାତ ଦେଇଛି। ଯେହେତୁ ଆମ ପୌର ପରିଷଦର ୧୪ ନମ୍ବର ଓ ୧୬ ନମ୍ବର ୱ୍ଵାର୍ଡ ରେ ଏହି ସାଇକେଲ ଷ୍ଟାଣ୍ଡ୍ ରହୁଛି ତେଣୁ ନିୟମ ଦୃଷ୍ଟି ରୁ ସ୍ଥାନୀୟ ପିଲା ଏହା ପାଇବାକୁ ହକ୍ ଦାର, ସେଥିରେ ପୁଣି କାର୍ଯ୍ୟ ରେ ସ୍ବଚ୍ଛତା ଆଣିବା ପାଇଁ ଆମେ ମାନେ ନିୟମ ମୁତାବକ ଟେଣ୍ଡର ପ୍ରକ୍ରିୟା ରେ ଅଂଶଗ୍ରହଣ କରୁଛୁ କିନ୍ତୁ ଆମେ ବିଜେଡି ଦଳର କର୍ମୀ ବୋଲି ଆମକୁ ଷ୍ଟାଣ୍ଡ୍ ଦିଆ ନଯାଇ ତାହା ଦଳୀୟ ଭିତ୍ତିକ ସ୍ବାର୍ଥ ଦେଖା ଯାଇ ବିଜେପି କର୍ମୀଙ୍କୁ ପ୍ରଦାନ କରାଯାଇଛି ତେଣୁ ଏଥିରେ ବିଜୁ ଜନତା ଦଳ ଚୁପ୍ ହୋଇ ବସିବ ନାହିଁ ବରଂ ଏହାକୁ ଆନ୍ଦୋଳନ ରୁପ ଦିଆଯିବା ନେଇ ପ୍ରସ୍ତୁତ କରାଯିବ ବୋଲିି ବିଜେଡି କର୍ମୀ ମାନେ କହିଛନ୍ତି ।

ତେବେ ସରକାର ବଦଳିବା ପରେ ବିଭିନ୍ନ କ୍ଷେତ୍ରରେ ଏପରି ଅଭିଯୋଗ ମାନ ବାରମ୍ବାର ଆସୁଛି କିନ୍ତୁ ଏହାକୁ ନେଇ କେହି କିଛି ପ୍ରତିକ୍ରିୟା ଦେବାକୁ ଉଚିତ୍ ମନେ କରୁନାହାଁନ୍ତି । ତେଣୁ ଏହି ଦଳୀୟ କନ୍ଦଳ ଆଗାମୀ ଦିନରେ ନିଶ୍ଚିନ୍ତ ଭାବରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । 

ବ୍ୟୁରୋ ରିପୋର୍ଟ ଓଏନ୍ଏମ୍ ନିୟୁଜ୍