ପାରାଦୀପ ରେ ଆୟୋଜିତ ହେଲା ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀ

ଜଗତସିଂହପୁର ଜିଲ୍ଲା ପାରାଦୀପ ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ପକ୍ଷରୁ କେନ୍ଦ୍ରରେ ମୋଦି ଶାସନର ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀ  ସ୍ଥାନୀୟ ପାରାଦୀପ ଜୟଦେବ ସଦନ ଭବନରେ ଅନୁଷ୍ଠିତ ହୋଇଯାଇଛି ।

ପାରାଦୀପ ରେ ଆୟୋଜିତ ହେଲା ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀ

ଜଗତସିଂହପୁର ଜିଲ୍ଲା ପାରାଦୀପ ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ପକ୍ଷରୁ କେନ୍ଦ୍ରରେ ମୋଦି ଶାସନର ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀ  ସ୍ଥାନୀୟ ପାରାଦୀପ ଜୟଦେବ ସଦନ ଭବନରେ ଅନୁଷ୍ଠିତ ହୋଇଯାଇଛି ।

ଏହି ସମ୍ମଳନୀରେ କେନ୍ଦ୍ରମନ୍ତ୍ରୀ ତଥା ରେଲୱେ ଏବଂ ଟେକ୍ସଟାଇଲ ରାଷ୍ଟ୍ରମନ୍ତ୍ରୀ  ଦର୍ଶନା ଜାରଦୋଶ୍ ଯୋଗ ଦେଇ କେନ୍ଦ୍ରରେ ମୋଦି ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ।

ସେବା, ସୁଶାସନ ଓ ଗରିବୀ କଲ୍ୟାଣର ଏହି ୯ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି, ଶିକ୍ଷା, ସ୍ୱାସ୍ଥ୍ୟ,ପ୍ରତିରକ୍ଷା ଠାରୁ ଆରମ୍ଭ କରି ବୈଦେଶିକ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଯୁଗନ୍ତକାରୀ ପଦକ୍ଷେପ ଗ୍ରହଣ କରି ସାରା ବିଶ୍ୱରେ ଭାରତକୁ ସ୍ୱତନ୍ତ୍ର ସ୍ଥାନରେ ପହଞ୍ଚାଇ ପାରିଛନ୍ତି ।ଏହା ସହିତ ମେ ୩୦ ଠାରୁ ଜୁନ ୩୦ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ପକ୍ଷରୁ ଚାଲିଥିବା ମହା ଜନସମ୍ପର୍କ ଅଭିଯାନ ମାଧ୍ୟମରେ ପାର୍ଟିର କର୍ମକର୍ତ୍ତା ମାନେ ଘରକୁ ଘର ବୁଲି ୨୦୦୯ ରୁ ୨୦୨୩ ମଧ୍ୟରେ ମୋଦି ସରକାରଙ୍କ ଦ୍ବାରା କରାଯାଇଥିବା ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା  ବାବଦରେ ଜନସାଧାରଣଙ୍କୁ ସଚେତନ କରାଇବା ସହିତ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତି କରାଯାଇ ତୃଣମୂଳ ସ୍ତରରେ ସଙ୍ଗଠନକୁ ସୃଦୃଢ କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ ତଥା ରେଲୱେ ଏବଂ ଟେକ୍ସଟାଇଲ ରାଷ୍ଟ୍ରମନ୍ତ୍ରୀ  'ଦର୍ଶନା ଯାରଦୋଶ୍' ମାର୍ଗଦର୍ଶନ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ତଥା ଅନୁସୁଚିତ ଜାତି ମୋର୍ଚ୍ଚା ର  ସଭାପତି ବିଭୁ ପ୍ରସାଦ ତରାଇ, ଜଗତସିଂହପୁର ଜିଲ୍ଲା ଲୋକସଭା ର ପ୍ରଭାରୀ ପବିତ୍ର ଦାସ୍,ପାରାଦୀପ ପୌରାଞ୍ଚଳ ପାରିଷଦ ପ୍ରତାପ ନାୟକ, ପାରାଦ୍ବୀପର ଯୁବ ନେତା ସମ୍ପଦ ସ୍ବାଇଁ ପ୍ରମୁଖ ବହୁ ଦଳିୟ ନେତୃବୃନ୍ଦ ଉପସ୍ଥିତ ରହିଥିଲେ ।

ସକାଳ ସମୟରେ ପାରାଦୀପ ଆଇଓସିଏଲ୍ ରିଫାଇନାରୀ ଓ ପାରାଦୀପ ବନ୍ଦର ବୁଲି ଦେଖିବା ସହ ସିଜୁ ଗ୍ରାମରେ ମହା ଜନସଂପର୍କ ଅଭିଯାନ ମାଧ୍ୟମରେ ମୋଦି ଶାସନ ର ୯ବର୍ଷ ରେ ବିଭିନ୍ନ ଜନକଲ୍ୟାଣ କାରୀ ଯୋଜନା ବାବଦରେ ଲୋକମାନଙ୍କ ଅବଗତ କରିଥିଲେ।