ସମୁଦ୍ର ମଧ୍ୟରେ ବଞ୍ଚିଲା ୧୧ଟି ମୂଲ୍ୟବାନ ଜୀବନ

ସମୁଦ୍ର ମଧ୍ୟରେ ବୁଡ଼ି ଯାଉଥିବା ଜାହାଜ ରୁ ୧୧ଟି ମୂଲ୍ୟବାନ ଜୀବନ ବଞ୍ଚାଇଲେ ଭାରତୀୟ ତଟରକ୍ଷୀ ବାହିନୀ

ସମୁଦ୍ର ମଧ୍ୟରେ ବଞ୍ଚିଲା ୧୧ଟି ମୂଲ୍ୟବାନ ଜୀବନ

ବଞ୍ଚିଗଲା ୧୧ଟି ମୂଲ୍ୟବାନ ଜୀବନ, ବଞ୍ଚାଇଲେ ଭାରତୀୟ ତଟରକ୍ଷୀ ବାହିନୀ, ଯେଉଁଥିରେ ଜଳପଥ ଓ ଅକାଶପଥ ରେ ତଟରକ୍ଷୀ ବାହିନୀ ଙ୍କୁ ଏହି ଜୀବନ ବଞ୍ଚାଇବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିବାକୁ ପଡିଥିଲା । ଘଟଣାଟି ଘଟି ଯାଇଛି ସାଗର ଦ୍ଵୀପରୁ ଦକ୍ଷିଣରେ ସମୁଦ୍ର ମଧ୍ୟରେ ୯୦ ନଟିକାଲ ମାଇଲ ଦୂରରେ। କୋଲକାତାରୁ ପୋର୍ଟବ୍ଲେୟର ଅଭିମୁଖେ ଯାଉଥ‌ିବା ଏମଭି ଆଇଟିଟି ପୁମା ନାମକ ଜାହାଜ ମଝି ସମୁଦ୍ରରେ କୌଣସି କାରଣରୁ ବୁଡ଼ି ଯାଇଥିଲା । ଯେଉଁଥିରେ କି ୧୧ ଜଣ କ୍ରିୟୁ ମେମ୍ବର ରହିଯାଇଥିଲେ ଏନେଇ ଜାହାଜରୁ କୌଣସି ମତେ ଭାରତୀୟ ତଟରକ୍ଷୀ ବାହିନୀ କୁ ଖବର ଦିଆଯାଇଥିଲା । ତେବେ ସଙ୍ଗେ ସଙ୍ଗେ ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ସାରଙ୍ଗ ଓ ଅମୋଘ ସମେତ ଏକ ସିଜି ଡୋର୍ନିଅର୍ ହେଲିକପ୍ଟର ଘଟଣା ସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ରାତି ହୋଇଥିବାରୁ ଭାରତୀୟ ତଟରକ୍ଷୀ ବାହିନୀର ଯବାନମାନେ ଅଶାନ୍ତ ସମୁଦ୍ର ମଧ୍ୟରେ ଅକ୍ଳାନ୍ତ ପରିଶ୍ରମ କରି ସମସ୍ତ ୧୧ଜଣ ନାବିକ ଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ । ତେବେ ଏ ଅଘଟଣ କେମିତି ଘଟିଲା , କିପରି ଘଟିଲା ସେନେଇ କୌଣସି ସୂଚନା ମିଳି ପାରିନାହିଁ । ତେବେ ସମସ୍ତଙ୍କୁ ମଙ୍ଗଳବାର ଦିନ ପାରାଦୀପ ଅଣାଯାଉଛି ଏବଂ ସେଠାରେ ଥିବା କୋଷ୍ଟଗାର୍ଡ଼ ହେଡ୍ କ୍ଵାର୍ଟର୍ ରୁ ସବିଶେଷ ତଥ୍ୟ ପ୍ରଦାନ କରାଯିବ ବୋଲି ଜଣ ପଡିଛି । ତେବେ ଭାରତୀୟ ତଟରକ୍ଷୀ ବାହିନୀ ସମୁଦ୍ର ମଧ୍ୟରେ ଏପରି  କମାଲ କରି ଦେଖାଇ ଥିବାରୁ ବିଭିନ୍ନ ମହଲରୁ ପ୍ରଶଂସା ର ସୁଅ ଛୁଟିଛି । 

ପାରାଦୀପ ରୁ ଲାଲା ବିନୟ କୁମାର ରାୟ