ପାରାଦ୍ୱୀପ ସମୁଦ୍ରରେ ନୌସେନା ଜାହାଜ
ପାରାଦୀପ ବନ୍ଦର ରେ ଆସି ପହଞ୍ଚିଛି ଭାରତୀୟ ନୌସେନା ର ବିଧ୍ବଂସି ଜାହାଜ ଆଏନ୍ଏସ୍ ସାତପୁରା ।

ପାରାଦୀପ ବନ୍ଦର ରେ ଆସି ପହଞ୍ଚିଛି ଭାରତୀୟ ନୌସେନା ର ବିଧ୍ବଂସି ଜାହାଜ ଆଏନ୍ଏସ୍ ସାତପୁରା । ଗତ କାଲି ଅପରାହ୍ନରେ ଏହି ଜାହାଜ ପାରାଦୀପ ରେ ପହଞ୍ଚିବା ପରେ କିଛି ସମୟ ପାଇଁ ସାଧାରଣ ଲୋକଙ୍କ ପରିଦର୍ଶନ ପାଇଁ ଉନ୍ମୁକ୍ତ କରାଯାଇ ଥିଲା ଯେଉଁଥିରେ ଏନ୍ ସି ସି ଓ ମେରିଟାଇମ୍ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏହି ଜାହାଜ ଦେଖିବାକୁ ସୁଯୋଗ ଦିଆ ଯାଇଥିଲା। ତେବେ ଏହି ଜାହାଜ ଭାରତୀୟ ନୌସେନା ର ଏକ ଶକ୍ତିଶାଳୀ ଜାହାଜ । ଏଥିରେ ଶକ୍ତିଶାଳୀ କ୍ଷେପଣାସ୍ତ୍ର ସହ ଛୋଟ ବଡ଼ ମିଶାଇଲ୍, ଅଟୋମେଟିକ୍ ଫାଇରିଙ୍ଗ୍ ଗନ୍ , ସହ ନିଜସ୍ଵ ହେଲିକପ୍ଟର ଓ ଡକ୍ ମଧ୍ୟ ରହିଛି। ଗଭୀର ସମୁଦ୍ର ଜଳରାଶି ରେ ଏହି ଜାହାଜ ଏକାକୀ ଶତ୍ରୁ ପକ୍ଷକୁ ମୁକାବିଲା କରିବା ସହ ତାକୁ ଧରାଶାୟୀ ତଥା ପରାସ୍ତ କରିବା ପାଇଁ ଅଭିଜ୍ଞ ତାଲିମ ପ୍ରାପ୍ତ ଜବାନ୍ ମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ତେବେ ନୌ ସପ୍ତାହ ପାଳନ ଅବସରରେ ପ୍ରତିବର୍ଷ ସାଧାରଣ ଲୋକଙ୍କ ନିମନ୍ତେ ଭାରତୀୟ ନୌସେନା ପକ୍ଷରୁ ଏହି ସୁଯୋଗ ଦିଆଯାଉଛି କିନ୍ତୁ ଉପଯୁକ୍ତ ପ୍ରଚାର ପ୍ରସାର ଅଭାବରୁ ଅନେକ ଲୋକେ ଏହାକୁ ଦେଖିବାକୁ ବଞ୍ଚିତ ହେଉଥିବା ସୁଚନା ମିଳିଛି।