ଚଳନ୍ତା ଇଞ୍ଜିନ୍‌ରେ ଲାଗିଲା ନିଆଁ, ଟ୍ରେନ୍‌ରୁ ଡେଇଁପଡିଲେ ଲୋକ ପାଇଲଟ୍

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ରୋଡ଼ ଷ୍ଟେସନ ନିକଟରେ ଦୁର୍ଘଟଣା । ଚଳନ୍ତା ଟ୍ରେନ୍ ଇଞ୍ଜିନରେ ଅଗ୍ନିକାଣ୍ଡ ଘଟିଛି ।

ଚଳନ୍ତା ଇଞ୍ଜିନ୍‌ରେ ଲାଗିଲା ନିଆଁ, ଟ୍ରେନ୍‌ରୁ ଡେଇଁପଡିଲେ ଲୋକ ପାଇଲଟ୍

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ରୋଡ଼ ଷ୍ଟେସନ ନିକଟରେ ଦୁର୍ଘଟଣା । ଚଳନ୍ତା ଟ୍ରେନ୍ ଇଞ୍ଜିନରେ ଅଗ୍ନିକାଣ୍ଡ ଘଟିଛି । ହୁତୁ ହୁତୁ ହୋଇ ଜଳୁଛି ଟ୍ରେନ୍ ଇଞ୍ଜିନ । ଚଳନ୍ତା ଇଞ୍ଜିନରୁ ତଳକୁ ଡେଇଁ ପଡିଲେ ଲୋକ ପାଇଲଟ୍ । ଲୋକ ପାଇଲଟ ସୁରକ୍ଷିତ ଥିବା ଜଣାପଡିଛି ।

ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ ।ପୂର୍ବତଟ ରେଳପଥର ଗୋବିନ୍ଦପୁର ଠାରେ ଏହି ଯୋରନ୍ଦା ରୋଡ଼ ଷ୍ଟେସନ । ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛି । ଇଞ୍ଜିନଟି କଟକ ଅଭିମୁଖେ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି ।