ଢିଲା ସୁରକ୍ଷା ବ୍ୟବସ୍ଥା , ଚକା ଖୋଲିଲା ବେଳେ ରିଙ୍ଗ୍ ବାଜି ଜଣେ ମୃତ ଜଣେ ଗୁରୁତର ,
ପାରାଦୀପ ସ୍ଥିତ ପିଆଇସିଟି ବା ପାରାଦୀପ ଇଣ୍ଟରନ୍ୟାସନାଲ୍ କାର୍ଗୋ ଟର୍ମିନାଲ୍ ରେ ଦୁର୍ଘଟଣା, କମ୍ପାନୀ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନବାଚୀ

ପାରାଦୀପ ସ୍ଥିତ ପିଆଇସିଟି ବା ପାରାଦୀପ ଇଣ୍ଟରନ୍ୟାସନାଲ୍ କାର୍ଗୋ ଟର୍ମିନାଲ୍ ରେ ଦୁର୍ଘଟଣା। ଫୋରକ୍ଲିପ୍ ମେସିନ ର ଟାୟାର୍ ଖୋଲୁଥିବା ସମୟରେ ରିଙ୍ଗ୍ ଛିଟିକି ପଡି ଜଣଙ୍କର ମୃତ୍ୟୁ ହୋଇଥିବା ଓ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ହୋଇଛି।
ସୂଚନାନୁଯାୟୀ ଆଜି ସକାଳ ୬ଟା ସମୟରେ ପାରାଦୀପ ସ୍ଥିତ ଜେ.ଏମ୍.ବକ୍ସି ର ପାରାଦୀପ ଇଣ୍ଟରନ୍ୟାସନାଲ୍ କାର୍ଗୋ ଟର୍ମିନାଲ୍ କମ୍ପାନୀ ଅଧିନରେ କାର୍ଯ୍ୟ କରୁଥିବା 'ନୁର୍ ଲିପଟର' ଠିକା ସଂସ୍ଥାର ଏକ ଫୋର୍ କ୍ଲିପ ମେସିନ ର ଚକା ପମ୍ପଚୋର ହୋଇଥିଲା ଯାହାକୁ ଚେଞ୍ଜ କରିବାକୁ ଯାଇ ହେଲପର ଜଣକ ଉକ୍ତ ଚକା ଖୋଲୁଥିଲେ । କିନ୍ତୁ କୌଣସି କାରଣ ବଶତଃ ଉକ୍ତ ଚକା ରେ ଲାଗିଥିବା ରିଙ୍ଗ୍ ଛିଟକି ହୋଇ ଯାଇଥିଲା ଯାହା ଛିଟକି ହୋଇ ହେଲପେର ର ମୁଣ୍ଡରେ ସିଧା ମାଡ ହୋଇଥିଲା ବେଳେ ତାଙ୍କ ପାଖରେ ଛିଡା ହୋଇଥିବା ମେକାନିକ ଙ୍କ ମୁଣ୍ଡ ଓ ଗୋଡରେ ଖୁବ୍ ଜୋର୍ ରେ ବାଜିଥିଲା ଫଳରେ ଘଟଣା ସ୍ଥଳରେ ହେଲପର୍ ର ମୃତ୍ୟୁ ହୋଇଥିବା ବେଳେ ମେକାନିକ ଜଣଙ୍କ ଗୁରୁତର ଆହତ ହୋଇଥିଲେ । ତେବେ ଉଭୟ ଙ୍କୁ ସ୍ଥାନୀୟ ବିଜୁ ମେମୋରିଆଲ ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଡାକ୍ତର ହେଲପର କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ଆହତ ହୋଇଥିବା ମେକାନିକ କୁ ତୁରନ୍ତ କଟକ ବଡ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ମୃତକ ଜଣଙ୍କ ହେଲେ ସହିଦ୍ ରାଜା ଓ ତାଙ୍କ ଘର ଉତ୍ତର ପ୍ରଦେଶ ଅଞ୍ଚଳରେ ବୋଲି ଜଣାପଡିଛି।
ତେବେ ସକାଳୁ ସକାଳୁ ଫୋରକ୍ଲିପ୍ ମେସିନ ଟି ଜାହାଜ ରେ ଆସିଥିବା ମାଲ୍ ଅନ୍ୟ ଏକ ଗାଡିକୁ ଲୋଡିଂ କରୁଥିବା ସମୟରେ ଏହି ଅଘଟଣ ଘଟିଥିଲା । ତେବେ ଏ ନେଇ ଲୋକେ କମ୍ପାନୀ ରେ ସୁରକ୍ଷା ବ୍ୟବସ୍ଥା କୁ ଦାୟୀ କରିଛନ୍ତି । କାହିଁକି ନ କମ୍ପାନୀ ରେ ସେପରି କିଛି ସୁରକ୍ଷା ବ୍ୟବସ୍ଥା ଠିକ ନ ଥିବାରୁ ସାମାନ୍ୟ ମେସିନ ର ଚକା ଖୋଲୁଥିବା ସମୟରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ତା ଛଡା ସର୍ବୋପରି ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥା ନେଇ ବନ୍ଦର ପ୍ରଶାସନ ମଧ୍ୟ ଅଧିକ ଯତ୍ନବାନ ହେବା କଥା କିନ୍ତୁ ପାରାଦୀପ ବନ୍ଦର ର ସେଫଟି ଅଫିସର ଯେ କଣ କରୁଛନ୍ତି ଓ କି ଦାୟିତ୍ଵ ତୁଲାଉଛନ୍ତି ତାହା କେବଳ ତାଙ୍କୁ ହିଁ ଜଣା । ପାରାଦୀପ ବନ୍ଦର ବର୍ତ୍ତମାନ ଯେପରି ସୁନାମ ଅର୍ଜନ କରି ଦେଶର ସର୍ବଶ୍ରେଷ୍ଠ ବନ୍ଦର ଭାବେ ସମ୍ମାନ ପାଇଛି ଏଭଳି ଛୋଟ ମୋଟ ଦୁର୍ଘଟଣା ମାନ ଘଟି ନିଶ୍ଚିନ୍ତ ବନ୍ଦର ମାନସମ୍ମାନ ରେ ଆଞ୍ଚ ଆସିବ ଯାହାକୁ ଅତ୍ୟନ୍ତ ସମ୍ବେଦନଶୀଳ ଭାବେ ପାରାଦୀପ ବନ୍ଦର କର୍ତ୍ତୁପକ୍ଷ ଗୁରୁତ୍ଵ ବହନ କରି ଏସବୁ ଉପରେ କଡା ନଜର ଦେବା କଥା । କିନ୍ତୁ ସେସବୁ ଉପରେ କାହାର ନଜର ନାହିଁ ଯେଉଁଥି ପାଇଁ ଚାଲି ଯାଉଛି ଅନେକ ନିରୀହ ଜୀବନ । ତେବେ ଘଟଣା କୁ ନେଇ ଶ୍ରମିକଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ପାରାଦୀପ ଆଦର୍ଶ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଲାଇଛି।
ପାରାଦୀପ ରୁ ଲାଲା ବିନୟ କୁମାର ରାୟ ଙ୍କ ରିପୋର୍ଟ