ଅଡ଼ୁଆ ସ୍ଥିତି ରେ ଦିଗପହଣ୍ଡି ବସ୍ ଦୁର୍ଘଟଣା
ବସ୍ ଦୁର୍ଘଟଣା ନେଇ ଥାନାରେ ଏତଲା : ମିନି ବସର ପରମିଟ୍ ନଥିବା ସୂଚନା; ଉଠିଲା ପ୍ରଶ୍ନ ୨୬ବର୍ଷର ପୁରୁଣା ଗାଡି କେମିତି ପାଉଛି ଫିଟନେସ୍ ସାର୍ଟିଫିକେଟ୍ ?

ଦିଗପହଣ୍ଡି ବସ୍ ଦୁର୍ଘଟଣା ନେଇ ଥାନାରେ ଏତଲା । ମିନି ବସର ପରମିଟ୍ ନଥିବା ପ୍ରଥାମିକ ତଦନ୍ତରୁ ସୂଚନା । ରାସ୍ତାରେ ଗଡୁଥିଲା ୨୫ବର୍ଷ ୩ ମାସର ଗାଡି । ଗାଡି ଅଧିକ ପୁରୁଣା ଯୋଗୁଁ ଧକ୍କା ପରେ ଭାଙ୍ଗିଗଲା ଆକ୍ସିଲ୍ । ବିନା ପରମିଟରେ ମିନି ବସ୍ ଯାଇଥିଲା । ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ଗାଡିର ଫିଟନେସ୍ ରହିଛି । ୨୬ବର୍ଷର ପୁରୁଣା ଗାଡି କେମିତି ପାଉଛି ଫିଟନେସ୍ ସାର୍ଟିଫିକେଟ୍ ?
ସୂଚନାନୁସାରେ, ବ୍ରହ୍ମପୁର ବ୍ରହ୍ମାନଗରରେ କନ୍ୟାକୁୁ ଛାଡ଼ି ବାହାଘର ଭୋଜି ଖାଇ ମିନି ବସରେ ହସ ଖୁସିରେ ଘରକୁ ଫେରୁଥିବା ବେଳେ ବାଟରେ ସତେ ଯେମିତି ଛକି ବସିଥିଲା ଯମ । ସାମ୍ନା ପଟୁ ଦ୍ରୁତ ଗତିରେ ଆସି ଏକ ଓଏସଆରଟିସି ବସ୍ ମିନି ବସକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ବି ଘଟଣାସ୍ଥଳରେ ହିଁ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ଜଣଙ୍କୁୁ କଟକ ମେଡିକାଲ ନେବା ସମୟରେ ତାଙ୍କର ବାଟରେ ମୃତ୍ୟୁ ହୋଇଥିଲା ।
ମୃତକ ମାନେ, ମନ୍ତ୍ରୀ ବିକ୍ରମ ଆରୁଖ ଓ ପୂର୍ବତନ ସାଂସଦ ରେଣୁବାଳା ପ୍ରଧାନଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି । ରବିବାର ରାତିରେ ବ୍ରହ୍ମପୁର ବ୍ରହ୍ମାନଗରରେ ହେଉଥିବା ବାହାଘର ଉତ୍ସବରେ ଯୋଗଦେବା ପାଇଁ ପାଟପୁର ଥାନା ଅନ୍ତର୍ଗତ ଖଣ୍ଡଦେଉଳି ଗାଁରୁ କନ୍ୟାଯାତ୍ରୀ ଦଳ ଆସିଥିଲେ । ବାହାଘର ସ୍ଥାନରେ କନ୍ୟାକୁ ଛାଡିବା ପରେ ଭୋଜି ଖାଇ ଏକ ମିନି ବସରେ ପ୍ରାୟ ୩୦ ଜଣ କନ୍ୟାଯାତ୍ରୀ ନିଜ ଗାଁକୁ ଫେରୁଥିଲେ ।