ପାରାଦୀପ ବନ୍ଦର ସୁନାମ ରେ ଦୁର୍ନାମ ଆଣୁଛି କିଏ ?

କୋଇଲା ଚୋରା ଚାଲାଣ ପଛରେ ଶ୍ରମିକ ନେତା କିଏ  ? କେଉଁ ଶ୍ରମିକ ନେତା ଙ୍କ ଛତ୍ରଛାୟା ତଳେ ଚାଲିଛି ଏ କୋଇଲା କଳା କାରନାମା  ? କେତେ ଦିନ ଧରି ଚାଲିଛି ? ଓ ଏଥିରେ ଆଉ ସବୁ କିଏ ସମ୍ପୃକ୍ତ ଅଛନ୍ତି ତାକୁ ନେଇ ଏବେ ଚାଲିଛି ଖୋଳତାଡ଼ ।

ପାରାଦୀପ ବନ୍ଦର ସୁନାମ ରେ ଦୁର୍ନାମ ଆଣୁଛି କିଏ  ?

କୋଇଲା ଚୋରା ଚାଲାଣ ପଛରେ ଶ୍ରମିକ ନେତା କିଏ  ?

କେଉଁ ଶ୍ରମିକ ନେତା ଙ୍କ ଛତ୍ରଛାୟା ତଳେ ଚାଲିଛି ଏ କୋଇଲା କଳା କାରନାମା  ?

କେତେ ଦିନ ଧରି ଚାଲିଛି ? ଓ ଏଥିରେ ଆଉ ସବୁ କିଏ ସମ୍ପୃକ୍ତ ଅଛନ୍ତି ତାକୁ ନେଇ ଏବେ ଚାଲିଛି ଖୋଳତାଡ଼ ।

ଜଗତସିଂହପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଧାସଳଖ ଏହାକୁ ମନିଟରିଂ କରୁଛନ୍ତି । ଏହି କଳା କାରନାମା ର ଚେର ଚଣ୍ଡିଖୋଲ, ମଙ୍ଗୁଳି ସମେତ ଛତିଶଗଡ଼ ରାୟପୁର ପର୍ଯ୍ୟନ୍ତ ଲମ୍ବିଛି ।

ବର୍ତ୍ତମାନ ସୁଦ୍ଧା ୫ଜଣଙ୍କୁ ଆଣି ପୋଲିସ୍ ପଚରାଉଚରା କରୁଛି । ଏ ସବୁ ଖବର ସମ୍ପୃକ୍ତ ଶ୍ରମିକ ନେତା କାନରେ ପଡ଼ି ସାରିଛି । ସେଥିପାଇଁ ଘନଘନ ପାରାଦୀପ ଥାନା ଚାରିପଟେ ଚକ୍କର କଟା ଚାଲିଛି ।

ଡିଏସପି ବ୍ୟସ୍ତ, ଆଇଆଇସି ବ୍ୟସ୍ତ,  ସାମ୍ବାଦିକ ଙ୍କୁ ତଥ୍ୟ ଦେବାକୁ କୁଣ୍ଠିତ, ଘନ ଘନ ଚାଲିଛି ଫୋନ୍ , କେଉଁ ପ୍ଲଟ୍ ରୁ ଏ କୋଇଲା ଲୋଡ୍ ହେଲା ? କାହା ଲୋଡର ଏବଂ ଅପୋରେଟର ଏଥିରେ ସହଯୋଗ କଲା ? କେଉଁ ଷ୍ଟିଭେଡୋର ଜାଣତରେ ଏ କାମ ହେଉଛି , ଲୋଡିଂ ସରିବାପରେ କଣ୍ଟା କେମିତି ହେଲା, ଆଉଟ୍ ଗେଟ୍ ପାସ୍ କେମିତି ବାହାରିଲା ଏମିତି କେତେ କଣ ଦିଗରେ ଚାଲିଛି ଅନବରତ ତଦନ୍ତ। ତେବେ ଏହା ଯେ ଏକାଧିକ ଚୋରଙ୍କ ରାକେଟ୍ ଓ ଏଥିରେ ହାତ ଚିକ୍କଣ ପରି ପଇସା କାରବାର ହେଉଛି ଏଥିରେ ସନ୍ଦେହ ନାହିଁ। କିନ୍ତୁ ଏଥିରେ କେଉଁ ଶ୍ରମିକ ନେତା ଙ୍କ ନାଁ ଉଠୁଛି ତାକୁ ନେଇ ସମସ୍ତେ ଉତ୍ସୁକତାର ସହ ଚାହିଁ ବସିଛନ୍ତି। କାହିଁକି ନା ପୁର୍ବରୁ ଯେଉଁ ଶ୍ରମିକ ନେତା ମାନେ ଥିଲେ ସେମାନେ ଶ୍ରମିକ ମାନଙ୍କ ସ୍ବାର୍ଥ ପାଇଁ କାମ କରୁଥିଲେ କିନ୍ତୁ ଏବେ ଯେଉଁ ଶ୍ରମିକ ନେତା ମାନେ ଅଛନ୍ତି ସେମାନେ କଣ କରୁଛନ୍ତି ତାହା ଏବେ ଦାଣ୍ଡରେ ପଡି ହାଟରେ ଗଡିଲାଣି । ସବୁଠାରୁ ଗୁରତ୍ୱପୂର୍ଣ୍ଣ କଥା ହେଉଛି ଏତେ ପରେ ବି ବନ୍ଦର ନିଷିଦ୍ଧାଞ୍ଚଳକୁ ସୁରକ୍ଷା ବଳୟରେ ବାନ୍ଧି ରଖିଥିବା ସିଆଇଏସ୍ଏଫ୍ ର କାର୍ଯ୍ୟ କଳାପ ଏବେ ସମ୍ପୁର୍ଣ୍ଣ ସନ୍ଦେହ ଘେରରେ । ଖାଲି ସେତିକି ନୁହେଁ ବନ୍ଦର ନିଷିଦ୍ଧାଞ୍ଚଳରେ ୨୪ ଘଣ୍ଟିଆ କ୍ରାଇମ୍ ସ୍କ୍ୱାର୍ଡ ଓ ଟ୍ରାଫିକ ସ୍କ୍ୱାର୍ଡ ପଇଁତରା ମାରୁଛନ୍ତି। ସେମାନେ ଚୋରା କାର୍ଯ୍ୟ କୁ ଜଗୁଛନ୍ତି ନା ଚୋରି କରୁଛନ୍ତି ତାକୁ ନେଇ ଏବେ ଚାଲିଛି ତନାଘନା। ସେସବୁକୁ ଭେଦି କେମିତି ଏ ଗାଡ଼ି ସବୁ କୋଇଲା ଲୋଡ୍ କରି ଗେଟ୍ ବାହାରକୁ ବାହାରିଲା ତାକୁ ନେଇ ଏବେ ବଡ଼ ପ୍ରଶ୍ନ ।