ହୁ ହୁ ହୋଇ ବଢୁଛି ହରଡ଼ ଡାଲି ର ବଜାର ଦର

ଖାଇବା ଥାଳିରେ ମହଙ୍ଗା ହେଉଛି ଡାଲି, ୧୫ ଦିନରେ ପାଖାପାଖି ୧୦ ପ୍ରତିଶତ ବୃଦ୍ଧି ନେଇ ସାଧାରଣ ରେ ଘୋର ଅସନ୍ତୋଷ

ହୁ ହୁ ହୋଇ ବଢୁଛି ହରଡ଼ ଡାଲି ର ବଜାର ଦର

ଖାଇବା ଥାଳିରେ ଡାଲି ନହେଲେ ନଚଳେ । ବିଶେଷ କରି ହରଡ଼ ଡାଲିର ଚାହିଦା ସବୁଠୁ ବେଶୀ । କିନ୍ତୁ ଡାଲି ଦର ଦିନକୁ ଦିନ ବଢ଼ିବାରେ ଲାଗିଛି । ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଛତିଶଗଡ଼ ଆଦି ରାଜ୍ୟରେ ଅଦିନିଆ ବର୍ଷା ଓ ଫସଲରେ ପୋକ ଲାଗିଯିବାରୁ ପ୍ରଭାବିତ ହୋଇଛି ଉତ୍ପାଦନ । ଆବଶ୍ୟକତାକୁ ମେଂଟାଇବା ପାଇଁ ବିଦେଶରୁ ଆମଦାନୀ କରାଯାଉଛି । ଏହାର ପ୍ରଭାବ ପଡ଼ିଛି ଖାଉଟି ବଜାର ଉପରେ 

ଭଲ ହରଡ଼ ଡାଲି ଦର ଏବେ ପାଖାପାଖି ୧୩୦ ଟଙ୍କାରେ ପହଁଚିଗଲାଣି । ଯଦି ସ୍ଥିତି ସ୍ୱାଭାବିକ ନହୁଏ, ଏହି ଦର ଆହୁରି ବଢ଼ିବା ଆଶଙ୍କା ରହିଛି । ସବୁ ଦିନଆ ଖାଦ୍ୟ ହୋଇଥିବାରୁ ଗ୍ରାହକଙ୍କୁ ବାଧୁଛି ଦରବୃଦ୍ଧି ।

ଏସବୁ ଭିତରେ ଓଡ଼ିଶା ବ୍ୟବସାୟୀ ମହାସଂଘର ଯୁକ୍ତି ହେଉଛି –
କାହିଁକି ବଢୁଛି ଡାଲି ଦର?
ସହାୟକ ମୂଲ୍ୟ ବଢୁଛି, କିନ୍ତୁ ଉତ୍ପାଦନ କମୁଛି
ଗତବର୍ଷ ଅପେକ୍ଷା ଉତ୍ପାଦନ ୧୦ ପ୍ରତିଶତ ହ୍ରାସ ପାଇଛି
କର୍ପୋରେଟ୍ ସଂସ୍ଥା ଅଧିକ ସାମଗ୍ରୀ ହୋର୍ଡିିଂ କରୁଛନ୍ତି
ଦର ନିୟନ୍ତ୍ରଣ କ୍ଷମତା କର୍ପୋରେଟ୍ ସଂସ୍ଥା ହାତରେ ରହୁଛି
ଡାଲି ଜାତୀୟ ଖାଦ୍ୟଶସ୍ୟ ଉତ୍ପାଦନ ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉନାହାନ୍ତି

ଡାଲି ଦରବୃଦ୍ଧି ନେଇ ମାର୍ଚ୍ଚ ୨୯ ତାରିଖ ଦିନ ଉଚ୍ଚସ୍ତରୀୟ ବୈଠକ ଡାକିଥିଲା କେନ୍ଦ୍ର ଖାଉଟି ମନ୍ତ୍ରାଳୟ । ଦରବୃଦ୍ଧି ଉପରେ ନଜର ରଖିବାକୁ ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦିଆଯିବା ସହ ମିଲର୍, ଟ୍ରେଡର, ଷ୍ଟକିଷ୍ଟ ଓ ହେଲସେଲର କେତେ ଷ୍ଟକ୍ ରଖିଛନ୍ତି ଏ ନେଇ ତଦାରଖ କରିବାକୁ କୁହାଯାଇଛି ।