ବେସାହାରା ଉଠା ବ୍ୟବସାୟୀ ମାନଙ୍କ ପାଇଁ ସାହାରା ବନିଲେ ବାପି ସର୍ଖେଲ୍
ଗଠିତ ହେଲା ଜଗନ୍ନାଥ ବଣିକ ସଂଘ, ମୁଖ୍ୟ ଉପଦେଷ୍ଟା ହେଲେ ବାପି ସର୍ଖେଲ୍

ପାରାଦ୍ଵୀପ ସମୁଦ୍ର ଉପକୂଳରେ ବ୍ୟବସାୟ କରୁଥିବା ଉଠା ଦୋକାନୀ ମାନଙ୍କ ସାହାର ବନିଛନ୍ତି ଲୋକପ୍ରିୟ ଜନନେତା ବାପି ସର୍ଖେଲ୍ । ଦୋକାନୀ ମାନେ ଏକଜୁଟ ହୋଇ ଜଗନ୍ନାଥ ବଣିକ ସଂଘ ନାମରେ ଏକ ସଂଗଠନ ଗଠନ କରି ସରକାରଙ୍କ ଦ୍ବାରା ପଞ୍ଜୀକୃତ ହୋଇଛନ୍ତି। ଏଥି ସହିତ ଜଗନ୍ନାଥ ବଣିକ ସଂଘ ପକ୍ଷରୁ ତାଙ୍କର ଉପଦେଷ୍ଟା ଭାବରେ ରଖିବା ପାଇଁ ବାପି ସର୍ଖେଲ୍ ଙ୍କୁ ନିବେଦନ କରି ସହମତି ମଧ୍ୟ ପାଇଛନ୍ତି।
ତେବେ ଆଗାମୀ ଦିନରେ ଜଗନ୍ନାଥ ବଣିକ ସଂଘର ସ୍ବାର୍ଥ ରକ୍ଷା ପାଇଁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ବାପି ସର୍ଖେଲ୍ ପ୍ରତିଶ୍ରୁତି ପ୍ରଦାନ କରିବା ସହିତ ସଂଘର ସମସ୍ତ ସଭ୍ୟ ମାନଙ୍କୁ ସୁରକ୍ଷିତ ଭାବେ ବ୍ୟବସାୟ କରିବା ପାଇଁ ମଧ୍ୟ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏନେଇ ବେସାହାରା ହୋଇ ପଡ଼ିଥିବା ବ୍ୟବସାୟୀ ମାନେ ସାହାରା ପାଇବା ନେଇ ଆଶା ସଞ୍ଚାର ହୋଇଛି। ଯାହାକୁ ନେଇ ତାଙ୍କ ପରିବାର ବର୍ଗଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି।