ମହିଳା ପର୍ଯ୍ୟଟକ ମାନଙ୍କ ନିମନ୍ତେ ପାରାଦୀପ ବିଜୁ ମୈଦାନ ଠାରେ ମହିଳା ଶୌଚାଳୟ ଉଦଘାଟନ Toilet For Her

ପାରାଦୀପ ମେରାଇନ ରୋଡ଼ ସ୍ଥିତ ବିଜୁ ମୈଦାନ ଓ ତତ ସଂଲଗ୍ନ ସମୁଦ୍ର ବେଳାଭୂମି ସ୍ଥାନୀୟ ଓ ବାହାରୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ପାଇଁ ସ୍ବତନ୍ତ୍ର ଶୌଚାଳୟ ନିର୍ମିତ

ମହିଳା ପର୍ଯ୍ୟଟକ ମାନଙ୍କ ନିମନ୍ତେ ପାରାଦୀପ ବିଜୁ ମୈଦାନ ଠାରେ ମହିଳା ଶୌଚାଳୟ ଉଦଘାଟନ Toilet For Her

ପାରାଦୀପ ମେରାଇନ ରୋଡ଼ ସ୍ଥିତ ବିଜୁ ମୈଦାନ ଓ ତତ ସଂଲଗ୍ନ ସମୁଦ୍ର ବେଳାଭୂମି ସ୍ଥାନୀୟ ଓ ବାହାରୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ପାଇଁ ଏକ ଆକର୍ଷଣ ସ୍ଥାନ l ବର୍ଷ ତମାମ ପର୍ଯ୍ୟଟକ ମାନଙ୍କ ଭିଡ ଏଠାରେ ଲାଗି ରହିଥାଏ l ଏଠାରେ ବିଶେଷ କରି ମହିଳା ମାନଙ୍କ ନିମନ୍ତେ ଶୌଚାଳୟର କୌଣସି ବ୍ୟବସ୍ଥା ନଥିବାରୁ ମହିଳା ପର୍ଯ୍ୟଟକ ମାନେ ବିଶେଷ ଅସୁବିଧାର ସମୁଖୀନ ହୋଇଥାନ୍ତି l ଉକ୍ତ ସମସ୍ୟାକୁ ଦୃଷ୍ଟିରେ ରଖି JSW ଫାଉଣ୍ଡେସନ ଦ୍ୱାରା ସ୍ଥାନୀୟ ମୁନିସିପାଲିଟି ସହଯୋଗରେ ନୂତନ ଢଙ୍ଗରେ ଏକ ପୁରୁଣା ଯାତ୍ରୀବାହୀ ବସକୁ ବ୍ୟବହାର କରି ଆଧୁନିକ ଜ୍ଞାନ କୌଶଳରେ ମହିଳା ଶୌଚାଳୟ ନିର୍ମାଣ କରାଯାଇ ଲୋକାର୍ପିତ କରାଯାଇଛି

ପାରାଦୀପ ପୌର ପରିଷଦର ଅଧ୍ୟକ୍ଷ ବସନ୍ତ ବିଶ୍ବାଳଙ୍କ ଆଗ୍ରହ ଓ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ପ୍ରଶାସନିକ ସହଯୋଗରେ ଏହି ବସ ଟଏଲେଟର ନିର୍ମାଣ କରାଯାଇଥିଲା। ଉକ୍ତ ବସ୍ ରେ ୩ଟି ଭାରତୀୟ ଶୈଳୀ ଓ ୧ଟି ପଶ୍ଚିମ ଶୈଳୀ ଶୌଚାଳୟ, ଛୋଟ ଶିଶୁ ମାନଙ୍କ ପାଇଁ ଏକ ବେବି ଡାଇପର ବଦଳାଇବା ସ୍ଥାନ, ସାନିଟାରୀ ପ୍ୟାଡ଼ ଭେଣ୍ଡିଙ୍ଗ ମେସିନ, ହାତ ସଫାକରିବା ପାଇଁ ୨ଟି ବେସିନ ର ବ୍ୟବସ୍ଥା କରାଯାଇଛି l  ପରିବେଶ ସୁରକ୍ଷାକୁ ଧ୍ୟାନରେ ରଖି ଏଥିରେ ଏକ ବ୍ୟର୍ଯ୍ୟ ପରିଚାଳନା ୟୁନିଟ {Sewage treatment plant (STP)} ସ୍ଥାପନ କରାଯାଇଛି l ଏହାର ବିଶୋଧିତ ଜଳକୁ ସିଧା ସଳଖ Drip Irrigation ଜରିଆରେ ଏହାର ଚାରିପଟେ ରୋପଣ କରାଯାଇଥିବା ଗଛରେ ବ୍ୟବହାର କରାଯିବ l

ଏହି ଅବସରରେ Toilet For Her ନାମରେ ନାମିତ କରାଯାଇ ଏହାର ଉଦଘାଟନ ଉତ୍ସବ ଆୟୋଜିତ କରାଯାଇ ଏହାକୁ ଲୋକାର୍ପିତ କରାଯାଇଥିଲା

ଯେଉଁଥିରେ ପାରାଦୀପ ପୋର୍ଟ ଅଧ୍ୟକ୍ଷ ଶ୍ରୀ ପି.ଏଲ.ହରନାଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟିତ କରି ମହିଳା ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଥିଲେ 

ଏହି ଉଦଘାଟନ ଉତ୍ସବରେ ଅନ୍ୟ ଅତିଥିଙ୍କ ମଧ୍ୟରେ ସମ୍ମାନୀୟ ଅତିଥି ଭାବେ ପାରାଦୀପ ପୋର୍ଟ ଉପଧାକ୍ଷ ଶ୍ରୀ ଆଶିଷ କୁମାର ବୋଷ ଯୋଗ ଦେଇଥିଲେ l

JSW ତରଫରୁ JSW PTPL ୟୁନିଟ ମୁଖ୍ୟ ଶ୍ରୀ ମନୀଷ ଗୁପ୍ତା,ଜେଏସଡବ୍ଲୁ ଇନଫ୍ରାର ମାନବ ସମ୍ବଳ ମୁଖ୍ୟ ଡଃ ଏନ୍ ସୁରେଶ କୁମାର,

JSW Foundation ର ଓଡିଶା ମୁଖ୍ୟ ଶ୍ରୀ ପ୍ରଶାନ୍ତ ବିଶ୍ୱାଳ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ l 

ଶୌଚାଳୟର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାଇତ୍ୱ ସ୍ଥାନୀୟ ମହିଳା ମହିଳା ଗୋଷ୍ଠୀକୁ ପ୍ରଦାନ କରାଯାଇଅଛି l ଏହାର ସ୍ଥାୟୀତ୍ୱ ନିମନ୍ତେ ଏଥିସହ ଏକ କାଫେ ସଂଲଗ୍ନ କରାଯାଇଛି, ଯାହାକି ଏହାର ପରିଚାଳନା ଓ ରକ୍ଷଣାବେକ୍ଷଣ ନିମନ୍ତେ ଆବଶ୍ୟକୀୟ ଅର୍ଥ ଯୋଗାଡ କରିବାରେ ସାହାଯ୍ୟ କରିବ ଓ ଏହାକୁ ଏକ ସ୍ୱୟଂ ପରିଚାଳିତ ଉଦ୍ୟୋଗ  ଏବଂ ଏକ ସ୍ଥାୟୀ ପରିମଳ ମଡେଲ ମାଇକ୍ରୋ ଏଣ୍ଟରପ୍ରାଇଜ୍ ଭାବରେ ସ୍ଥାପନ କରିବ l ଏହି ୟୁନିଟ୍ ମହିଳା ଏବଂ ବାଳିକାମାନଙ୍କ ପାଇଁ ମାଗଣାରେ ସୁରକ୍ଷିତ ଏବଂ ପରିଷ୍କାର ଶୌଚାଳୟ ସୁବିଧା ସହିତ ସାନିଟାରୀ ନାପକିନ ପ୍ୟାଡ଼ ସୁଲଭ ମୂଲ୍ୟରେ ଯୋଗାଇ ଦେବ l ଏଥିରେ ଥିବା ଏକ ଛୋଟ କାଫେ ଏଠାକୁ  ଆସୁଥିବା ପର୍ଯ୍ୟଟକ ମାନଙ୍କୁ  ସୁଲଭ ମୂଲ୍ୟରେ ସ୍ନାକ୍ସ, ଚା, କଫି, ଆୟୁର୍ବେଦିକ ଚା, କୋଲଡ଼ କଫି, ଫଳ ରସ, ପଇଡ ପାଣି, ଆଖୁ ରସ ସହିତ ଉତ୍ତମ କ୍ୱାଲିଟିର ଫାଷ୍ଟ ଫୂଡ଼ ଉପଲବ୍ଧ କରିବ l 

JSW ଫାଉଣ୍ଡେସନ୍ ତରଫରୁ ଏହିଭଳି ଏକ ଶୌଚାଳୟ ବିଶେଷ କରି ମହିଳା ମାନଙ୍କ ନିମନ୍ତେ କରାଯାଇଥିବା ଏହି ମହତ୍ୱପୁର୍ଣ ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି l

ପାରାଦୀପ ରୁ ଳାଲା ବିନୟ କୁମାର ରାୟ ଙ୍କ ରିପୋର୍ଟ , ଓଏନ୍ଏମ୍ ନ୍ୟୁଜ