ଜଣେ ନିର୍ଯ୍ୟାତିତ ସଂଘ ସମ୍ପାଦକ ଙ୍କ କରୁଣ କାହାଣୀ
ସଂଘ ସିନା ଛାଡିଛି କିନ୍ତୁ ଛାଡୁନାହିଁ ମନୁଷ୍ୟ କୃତ ବିବାଦ, ମିଥ୍ୟା ମାମଲା ରେ ଫସେଇବାକୁ ବିଦ୍ଧି ବଦ୍ଧ ଷଡ଼ଯନ୍ତ୍ର, ସନ୍ତୋଷ ଙ୍କ ବିରୁଦ୍ଧରେ ଅସନ୍ତୋଷ

ପ୍ରେସ୍ ବିବୃତି
ରତ୍ନାକର ଜେନା, ପାରାଦୀପ ରେ ବେଶ୍ ଜଣାଶୁଣା ଏ ନାଁ, କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହି କି ଯେ ଆଜି ଏକ ବିଦ୍ଧି ବଦ୍ଧ ଷଡ଼ଯନ୍ତ୍ର ବା ଚକ୍ରାନ୍ତ ରେ ପେଶି ହୋଇ ଯାଇଛି ଏହି ଜଣାଶୁଣା ବ୍ୟକ୍ତି ବିଶେଷ ରତ୍ନାକର ଜେନା । ଯେପରି କି କାହିଁ କେଉଁ କାଳରେ ଏକ ପ୍ରଚଳିତ ପ୍ରଥା ଥିଲା ଯେ କେଉଁ ଯାଗାକୁ କେବଳ ଆସିବା ପଦ ଚିହ୍ନ ଥାଏ କିନ୍ତୁ ଫେରିବା ପଦ ଚିହ୍ନ ନଥାଏ ସେହିପରି ଏକ ହିନ ମାନସିକତା ର ନଗ୍ନ ରୁପ ଦେଖିବାକୁ ମିଳିଛି ଖ୍ୟାତନାମା ବନ୍ଦର ସହର ପାରାଦୀପ ବନ୍ଦର ରେ ଥିବା ଏକ ଡ୍ରମ୍ଫର ଆସୋସିଏସନ୍ ରେ । ପୂର୍ବରୁ ବିଶ୍ଵନାଥ ଏବଂ ପରେ ଲ୍ୟାଣ୍ଡଲୁଜର ସଂଘ ମାଧ୍ୟମରେ ହାତଗଣତି ଚାଲୁଥିବା କେତୋଟି ଗାଡ଼ି କୁ ନେଇ ବହୁତ ରାଜନିତୀ ଚାଲୁଥିବା ଏବେ ଲୋକ ଲୋଚନକୁ ଆସିଛି। ଯାହାର ଗୁମର ଖୋଲିଛନ୍ତି ସଂଘର ପୂର୍ବତନ ସମ୍ପାଦକ ରତ୍ନାକର ଜେନା । ସଂଘ ର ସଭାପତି ସନ୍ତିଆ ଥିବା ବେଳେ ବିଶ୍ଵନାଥ ନାଁ ହାଇଜାକ୍ ହୋଇଥିଲା ଯାହାର ପରବର୍ତ୍ତୀ ସମୟରେ ଲ୍ୟାଣ୍ଡ୍ ଲୁଜର ଜନ୍ମ ନେଇଥିଲା । କିନ୍ତୁ ସନ୍ତିଆ ତାର ସର୍ବେ ସର୍ବା ହୋଇ ସମସ୍ତ ରୋଜଗାର ଖାଉଥିବା ବେଳେ କେବଳ ବୋଲକରା ହୋଇ ରତ୍ନାକର କାର୍ଯ୍ୟ ନିର୍ବାହ କରୁଥିଲେ । ତେବେ ବିଭିନ୍ନ ଅନ୍ୟାୟ ଅନିତି ଦୁର୍ନୀତି ରେ ସମ୍ପୃକ୍ତ ରହି ସଭାପତି ବିଭିନ୍ନ କୌଶଳ କ୍ରମେ ଅର୍ଥ ତୋଷାରପାତ କରିଥାନ୍ତି କିନ୍ତୁ ତାର ଦୁର୍ନାମ ସମ୍ପାଦକ ମୁଣ୍ଡ ରେ ଲଦି ଦେଇଥାନ୍ତି ଯାହାକି କାଉ ଖାଇଲା ପଣସ ବଗ ମୁଣ୍ଡରେ ଅଠା ବୋଳିବା ସଦୃଶ ହୋଇଥାଏ ।
ଏଥିରେ ଅତିଷ୍ଠ ଓ ଅଣନିଃଶ୍ବାସୀ ହୋଇ ରତ୍ନାକର ଜେନା ସଂଘ ରୁ ଇସ୍ତଫା ଦେଇସାରିଛନ୍ତି। କାହିଁକି ନା ଉଦାହରଣ ସ୍ୱରୂପ ଫୋନ୍ ରେ ଜେନା ବାବୁ କୋଉଠି ଅଛ ପଚାରି ସେ ଅମକ ବାବୁ ସେ ଯାଗାରେ ଛିଡ଼ା ହୋଇଛନ୍ତି ତାଙ୍କୁ ଟିକେ ୧୦ହଜାର ଟଙ୍କା ପହଞ୍ଚାଇଦେଲ । ପୁଣି ଦିନେ ଦୁଇଦିନ ପରେ ଜେନା ବାବୁ କୋଉଠି ଅଛ ମୁଁ ଟିକିଏ ଭୁବନେଶ୍ୱର ପଳାଇ ଆସିଛି ସେ ଅମକବାବୁ ଯାଇ ପହଞ୍ଚିବେ ତାଙ୍କୁ ଟିକେ ଯୋଗାଡ କରି ୨୦ହଜାର ଦେଇଦେବ କିନ୍ତୁ ସଭାପତି କେବେ ଜାଣିବାକୁ ଚେଷ୍ଟା କରିନାହାଁନ୍ତି ଯେ ସେ ପଇସା ଆସିଲା କେଉଁଠୁ ? କେମିତି ପୁଣି ଭରଣା ହେବ ? କିଏ ସେ ପଇସା ସୁଝିବ ? ଏମିତି କେତେ କଣ । ଖାଲି ସେତିକି ନୁହେଁ ସଂଘର ନୁଆ ୧୨ଚକିଆ ହାଇୱ୍ଵା ଗାଡ଼ି ଆସିଲା ସେଥିରେ କମିଶନ୍ ବାବଦକୁ ଲକ୍ଷାଧିକ ଟଙ୍କା ହରି ଲୁଟ୍ ହୋଇ ଗଲା ଯିଏ ମୁହଁ ଖୋଲିଲା ତାର ଗାଡ଼ି ଲୋଡିଂ ନପାଇ ଛିଡ଼ା ହୋଇ ରହିଲା । ତେବେ ଏସବୁ ଅନିତି ଦୁର୍ନୀତି କୁ ସହ୍ୟ ନକରିପାରି ସଂଘ ସମ୍ପାଦକ ରତ୍ନାକର ଜେନା ଏକ ପ୍ରକାର ଅଣନିଃଶ୍ବାସୀ ହୋଇ ସଂଘ ଛାଡ଼ିଛନ୍ତି । ଏହାପରେ ବହୁବାର ଉଦ୍ୟମ ଜେନା ବାବୁ ଙ୍କୁ ପୁଣି ସଂଘକୁ ଫେରେଇ ଆଣିବା ପାଇଁ ଚେଷ୍ଟା କରି ଫେଲ ମାରିଛନ୍ତି ସଭାପତି ସନ୍ତିଆ ପଟ୍ଟନାୟକ ।
ତେବେ ସଂଘ ଛାଡ଼ି ଆସିବାର ପ୍ରାୟ ଦୁଇବର୍ଷ ପରେ ଏବେ ବିଭିନ୍ନ କୌଶଳ ରେ ମିଥ୍ୟା ଏତଲା ସବୁ ପାରାଦୀପ ଥାନା ରେ ଦାୟର ହେବାକୁ ଲାଗିଛି । କିଏ ଯାଇ ମୋ ଗାଡ଼ି ସଭାପତି ଙ୍କ ୟୁନିୟନ୍ ରେ ବାଲି ପକେଇଥିଲା ତା ପଇସା ଦିଅ କହିଲା ବେଳେ ଆଉ କିଏ କହିଲାଣି ସେ ଟ୍ରାନ୍ସପୋର୍ଟର କାହିଁକି ପଇସା ଦେଇନି ତମେ ଦିଅ । ଆଉ କେହି କହିଲାଣି ତମେ ସଂଘ ରୁ ଏତିକି ପଇସା ନେଇଛ ସିଏ ଆମ ପଇସା ସଭାପତି କହିଲେ ଯେ ତମେ ସମ୍ପାଦକ କୁ ମାଗ ଏମିତି କେତେ କଣ । ତେବେ ଏତଲା କାରୀ ଏସବୁ ଘଟଣା ମିଥ୍ୟା ବୋଲି ଜାଣିପାରି ମଧ୍ୟ କେବଳ ଡ୍ରମ୍ଫର ସଂଘ ଓ ସଭାପତି ସନ୍ତିଆ ଙ୍କ ନାଲି ଆଖି କୁ ଡରି ବାଧ୍ୟ ହୋଇ ପାରାଦୀପ ଥାନା ରେ ମିଥ୍ୟା ଅଭିଯୋଗ କରୁଛନ୍ତି । ଆରେ ବାବୁ ଏଠି ଗୋଟିଏ କଥା ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ଯଦି ସମ୍ପାଦକ ପଇସା ଖାଇଛନ୍ତି ତେବେ ଆଜି ପର୍ଯ୍ୟନ୍ତ ଏ ଭଦ୍ରଲୋକ ମାନେ ଥିଲେ କେଉଁଠି ? କଣ ପାଇଁ ଦୁଇ ବର୍ଷ ପରେ ଏସବୁ ମନେ ପଡ଼ିଲା । ପଇସା ବା ପୁଣି କାହାର ଆବଶ୍ୟକତା ନଥାଏ, ଯାହାର ପଇସା ବାକି ରହିଛି ସେ ଆଜି ପର୍ଯ୍ୟନ୍ତ ଶୋଇଥିଲା କେଉଁଠି ? ତାଛଡା ସଂଘ ଛାଡ଼ି ଆସିବା ପରେ ତାର କାଗଜ ପତ୍ର , ହିସାବ ପତ୍ର ସବୁକିଛି ସଂଘରେ ଅଛି ଯିଏ ଦାୟିତ୍ଵ ନେଇଥିବ ସିଏ ସେସବୁ ଦୃଷ୍ଟି ଦେବା କଥା କିନ୍ତୁ ତାହା ନକରି ଦୁଇବର୍ଷ ପରେ ଏ ପ୍ରକାର ନାଟକ କଣ ପାଇଁ ?
ତେଣୁ ରତ୍ନାକର ଜେନା ସମ୍ପାଦକ ପଦ ଛାଡ଼ିବା ପରେ ସଂଘ ଏକ ପ୍ରକାର ନିସ୍ତେଜ ଓ ନିଷ୍କ୍ରିୟ ହୋଇ ସାରିଛି ତେଣୁ ବିଶେଷ ସୁତ୍ରରୁ ଯାହା ଜଣାପଡିଛି ଯେ ସଂଘର ପୁନରୁଦ୍ଧାର ଓ ସୁପରିଚାଳନା ପାଇଁ ପୁଣି ସଭାପତି ସନ୍ତିଆ ଯେନତେନ ପ୍ରକାରେ ରତ୍ନାକର ଜେନା ଙ୍କୁ ପୁଣି ନିଜ ଅଧିନକୁ ନେବାପାଇଁ ଏକ ପ୍ରକାର ଚାପ ସୃଷ୍ଟି କରୁଛି ଯେଉଁଥି ପାଇଁ କଳେ ବଳେ କୌଷଳେ ଏ ପ୍ରକାର ଉଦ୍ୟମ କରୁଛନ୍ତି ବୋଲି ରତ୍ନାକର ଜେନା ତାଙ୍କ ପ୍ରେସ୍ ବିବୃତି ରେ ଜଣାଇଛନ୍ତି । ଯାହାକି ଏହା ଏକ ହୃଦୟ ବିଦାରକ ପ୍ରସଙ୍ଗ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।
କିନ୍ତୁ ଏନେଇ ସନ୍ତୋଷ ଙ୍କ କଣ ରହିଛି ଅସନ୍ତୋଷ ଜାଣିବାକୁ ଚାହିଁ ବାରୁ ସେ କୋଉଠି ରହୁଛନ୍ତି, କଣ କରୁଛନ୍ତି କିଛି ବୁଝା ପଡୁନାହିଁ ଯେଉଁଥିପାଇଁ ତାଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇନାହିଁ