ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତ ଦେହ ଉଦ୍ଧାର
ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ଅନ୍ତର୍ଗତ ଅରିଗାଁ ମହାନଦୀ କୂଳରେ ଥିବା ଏକ ଗଛରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ଅନ୍ତର୍ଗତ ଅରିଗାଁ ମହାନଦୀ କୂଳରେ ଥିବା ଏକ ଗଛରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି । ପ୍ରାପ୍ତ ସୂଚନା ମୁତାବକ ଶନିବାର ଭୋର ସକାଳୁ ଅରିଗାଁ ର କିଛି ଯୁବକ ନିକଟସ୍ଥ ମହାନଦୀ କୁ ଶୌଚ ପାଇଁ ଯାଇଥିବା ସମୟରେ ନଦୀ କୂଳରେ ଥିବା ଏକ ଗଛରେ ଜଣେ ଯୁବତୀଙ୍କ ମୃତ ଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ ।
ପରେ ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେଇଥିଲେ । ତେବେ ବିଶ୍ୱସ୍ତ ସୁତ୍ରରୁ ଉକ୍ତ ମୃତ ଦେହଟି ବିନିକା ବ୍ଳକ ବାବୁପାଲି ପଞ୍ଚାୟତ ଅନ୍ତର୍ଗତ ପଲସାପାଲି ଗାଁର ପ୍ରେମଶିଳା ଥାଟି (୪୦ ବର୍ଷ)ବୋଲି ଜଣାପଡିଥିଲା । ପରେ ପରିବାର ଲୋକଙ୍କ ଉପସ୍ଥିତି ରେ ବିନିକା ପୋଲିସ ପକ୍ଷରୁ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ମୃତ ଯୁବତୀ ଜଣକ ଗତ ଶୁକ୍ରବାର ଦିନ ପୂର୍ବାହ୍ନ ସମୟରୁ ନିଖୋଜ ଥିବା ଏବଂ ପରିବାର ପକ୍ଷରୁ ବହୁ ଖୋଜାଖୋଜି ପରେ ମଧ୍ୟ କିଛି ଖବର ପାଇ ପାରି ନ ଥିଲେ । ତେବେ ସେ ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରି ଘଟଣା ର ତଦନ୍ତ କରୁଥିବା ସୂଚନା ମିଳଛି l
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର