ପାରାଦୀପ ରେ ୫ଟି ସଚିବ ଭିକେ ପାଣ୍ଡିଆନ
କହିଲେ - ପାରାଦ୍ୱୀପ ବନ୍ଦରକୁ ୧ ନମ୍ବରରେ ପରିଣତ କରିବା ପାଇଁ ବିଜୁ ବାବୁ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଆଜି ସାକାର ହୋଇଛି
ପାରାଦୀପ ରେ ପାଣ୍ଡିଆନ , କଣ କହିଲେ ପୁରା ଭିଡିଓ ଦେଖନ୍ତୁ
ପାରାଦୀପ ରେ ୫ଟି ସଚିବ ଭିକେ ପାଣ୍ଡିଆନ , କହିଲେ - ପାରାଦ୍ୱୀପ ବନ୍ଦରକୁ ୧ ନମ୍ବରରେ ପରିଣତ କରିବା ପାଇଁ ବିଜୁ ବାବୁ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଆଜି ସାକାର ହୋଇଛି .
ଦୁଇ ଦିନିଆ ଜଗତସିଂହପୁର ଜିଲ୍ଲା ଗସ୍ତ ରେ ୫ଟି ସଚିବ ଭିକେ ପାଣ୍ଡିଆନ ।ଜିଲ୍ଲାର ବାଲିକୁଦା-ଏରସମା, ପାରାଦ୍ୱୀପ,କୁଜଙ୍ଗ ଓ ଜଗତସିଂହପୁର ପୌରାଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ମାରାଥନ ସମୀକ୍ଷା କରିଛନ୍ତି ୫ଟି ସଚିବ । ଏଥି ସହିତ ଜିଲ୍ଲାର ଚାଷୀ, ଛାତ୍ର ଛାତ୍ରୀ ଓ ସାଧାରଣ ଜନତାଙ୍କୁ ଭେଟି ସେମାନଙ୍କ ସମସ୍ୟା ବାବଦରେ ଆଲୋଚନା କରିଛନ୍ତି ।ସେହିପରି ମିଶନ ଶକ୍ତି ମହିଳାଙ୍କ ଉନ୍ନତି ନିମନ୍ତେ ରାଜ୍ୟ ସରକାର କରୁଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବାବଦରେ ସେମାନଙ୍କ ସହିତ ଆଲୋଚନା କରିଛନ୍ତି ଭିକେ ପାଣ୍ଡିଆନ ଏଥି ସହିତ କୃଷି, ଆବାସ ଯୋଜନା,ମଧୁବାବୁ ପେନସନ ଓ ଜଳ ସେଚନ ସମସ୍ୟା ବାବଦରେ ଯେଉଁମାନେ ଅଭିଯୋଗ ଜଣାଇଛନ୍ତି ସେମାନେ ମଧ୍ୟ ଖୁବ ଶୀଘ୍ର ଖୁସି ଖବର ପାଇବେ ବୋଲି କହିଥିଲେ ଭିକେ ପାଣ୍ଡିଆନ ।ଶିଆଳି ପରେ ପାରାଦ୍ବୀପ ଗ୍ରସ୍ତ କରି ମିଶନ ଶକ୍ତି କାଫେ ପରିଦର୍ଶନ କରିଥିଲେ 5 ଟି ସଚିବ । ପରେ ବିଜୁ କନଭେନସନ ସେଣ୍ଟର ଠାରେ ଆୟୋଜିତ ଜନଶୁଣାଣିରେ ଯୋଗ ଦେଇ ପାରାଦ୍ୱୀପ ବନ୍ଦରକୁ ୧ ନମ୍ବରରେ ପରିଣତ କରିବା ପାଇଁ ବିଜୁ ବାବୁ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଆଜି ସାକାର ହୋଇଛି ବୋଲି କହିଥିଲେ । ପାରାଦୀପ ରୁ ଲାଲା ବିନୟ କୁମାର ରାୟ ଙ୍କ ରିପୋର୍ଟ