ଆଦର୍ଶ ହରାଇଛି ପାରାଦୀପ ଆଦର୍ଶ ଥାନା

ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ , ତେଜୁଛି ଜନ ଅସନ୍ତୋଷ 

ଆଦର୍ଶ ହରାଇଛି ପାରାଦୀପ  ଆଦର୍ଶ ଥାନା

ଫଳକ ରେ ଲେଖା ହୋଇଛି ନିରନ୍ତର ସେବା ରେ , କିନ୍ତୁ କାହା ସେବା କିଏ କରୁଛି କେବଳ ତାଙ୍କୁ ହିଁ ଜଣା 

ପାରାଦୀପ : ପାରାଦୀପ ଆଦର୍ଶ ଥାନା ଏବେ ଆଦର୍ଶ ଠାରୁ ବହୁ ଦୁରରେ ଥିବା ପରି ମନେ ହେଉଛି । ସାମାନ୍ୟ ବିବାଦ କୁ ମଧ୍ୟ ସାମ୍ନା ନ କରି ଲୋକ ଙ୍କୁ ନ୍ୟାୟ ପ୍ରଦାନ ରୁ ବଞ୍ଚିତ ହେଉଛି ପାରାଦୀପ ଥାନା । ଯେଉଁଥିରେ ପୂର୍ବରୁ ପାରାଦୀପ ଥାନା ରେ ଶିବଶଙ୍କର ମହାପାତ୍ର, ଭବାନୀ ଶଙ୍କର ମିଶ୍ର, ରାଜକିଶୋର ପାଇକରାୟ, ଶୁଭ୍ରାଂଶୁ ନାୟକଙ୍କ ପରି ଦକ୍ଷ ଅଧିକାରୀ କାମ କରି ଯାଇଛନ୍ତି ତାଙ୍କୁ ଏବେ ଲୋକେ ମନେ ପକାଉଛନ୍ତି । ଏପରି ଲୋକପ୍ରିୟ ଅଧିକାରୀ ମାନଙ୍କ କାର୍ଯ୍ୟ ଧାରାକୁ ଲୋକେ ଝୁରୁଛନ୍ତି । ପୂର୍ବରୁ ଏହି ପାରାଦୀପ ଥାନା ର ପରିସୀମା ବିଶାଳକାୟ ଥିବା ବେଳେ ବର୍ତ୍ତମାନ ତାହା ପାଞ୍ଚଟି ଥାନା ଅଧୀନରେ ବିଭକ୍ତ ହୋଇ କାର୍ଯ୍ୟ କରୁଛି । କିନ୍ତୁ ତଥାପି ଏତେ ପରିମାଣର କାର୍ଯ୍ୟ କମିବା ପରେ ମଧ୍ୟ ବହୁତ କାମ ଅଛି ବୋଲି ଦର୍ଶାଇ ସାଧାରଣ ଲୋକଙ୍କୁ ବାରମ୍ବାର ଥାନା କୁ ଦୌଡା ଯାଉଛି । କିନ୍ତୁ କେଉଁ ଅଧିକାରୀ କେତେ ବେଳେ କାହିଁକି ଏପରି ଦୌଡ଼ଉଛନ୍ତି ତାହା ସ୍ପଷ୍ଟ ହୋଇନଥିବା ବେଳେ ଏନେଇ କିଛି ଟା ମନ୍ଦ ଉଦ୍ଦେଶ୍ୟ ରଖି ଏପରି କରାଯାଉଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯାହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ପାରାଦୀପ ରେ ରହୁଥିବା ଜି. ଗୋବିନ୍ଦ ରେଡ୍ଡୀ ଙ୍କ ଘଟଣା ରେ । 

ସାମାନ୍ୟ ଏକ ଚାକିରୀ କରାଇ ଦେବାକୁ କହି ପ୍ରାୟ ୨ଲକ୍ଷ ଟଙ୍କା ଲୁଟି ନେଇଛି ସାଧବ ସିପିଂ ର ଜନୈକ କର୍ମଚାରୀ ନୃସିଂହ ପ୍ରଧାନ ଓରଫ୍ ହାପି । ଟଙ୍କା ଦେବା ପରେ ଗୋବିନ୍ଦ ରେଡ୍ଡୀ ଚାକିରି ପାଇଁ ଅପେକ୍ଷା କରି କରି ଶେଷରେ ନିରାଶ ହେବାରୁ ବାଧ୍ୟ ହୋଇ ଟଙ୍କା ଫେରସ୍ତ ନେବାକୁ ଚାହିଁଲେ କିନ୍ତୁ ନୃସିଂହ ଗୋବିନ୍ଦ ଙ୍କ ଚାକିରୀ କରାଇ ଦେଲା ନା ଟଙ୍କା ଫେରସ୍ତ କଲା । ଏନେଇ ବିବାଦ ଦେଖା ଦେବାରୁ ଗୋବିନ୍ଦ ଶେଷରେ ପାରାଦୀପ ଆଦର୍ଶ ଥାନା ର ଦ୍ବାରସ୍ଥ ହୋଇ ଲିଖିତ ଆକାର ରେ ଜଣାଇବା ପରେ ମଧ୍ୟ କୋୖଣସି ସୁଫଳ ମିଳିନାହିଁ । ଦୌଡ଼ି ଦୌଡ଼ି ଗୋବିନ୍ଦ ଙ୍କ ଚପଲ ଛିଣ୍ଡିଲାଣି କିନ୍ତୁ ଏପର୍ଯ୍ୟନ୍ତ ପାରାଦୀପ ଥାନା ରୁ ଗୋବିନ୍ଦ ରେଡ୍ଡୀ ଙ୍କୁ ନ୍ୟାୟ ମିଳିଲା ନାହିଁ କି ନେଇଥିବା ଲୋକ ପଇସା ମଧ୍ୟ ଫେରାଉନାହିଁ । ଖାଲି ଆଜି ଆସ, କାଲି ଆସ, ପଅରଦିନ ଆସ ଶୁଣିବାକୁ ମିଳୁଛି । ଯେଉଁଥିରେ ଗୋବିନ୍ଦ ଙ୍କ ମାନସିକ ଭାରସାମ୍ୟ ହରାଇବାକୁ ବସିଲେଣି ବୋଲି ସୁଚନା ଦେଇଛନ୍ତି ।

ତେବେ ଏନେଇ ଆମେ ଥାନା ଅଧିକାରୀଙ୍କ ମତାମତ ଲୋଡିବା କୁ ଚାହିଁବାରୁ ତାହା ସମ୍ଭବପର ହୋଇନାହିଁ , କାହିଁକି ନା ଅଧିକାଂଶ ସମୟ ଅନୁପସ୍ଥିତ ଥିବା ହେତୁ ଭେଟିବା ସମ୍ଭବପର ହୋଇନାହିଁ କି ଫୋନ ଯୋଗେ ଯୋଗଯୋଗ କରିଥିଲେ ମଧ୍ୟ କନେକ୍ଟ ହୋଇ ପାରି ନାହିଁ