ଦୁଇ ଟ୍ରକ ମାଲିକ ଙ୍କ ଗିରଫ ପ୍ରତିବାଦରେ ପାରାଦୀପ ଲକ୍ ଥାନା ଘେରାଉ , ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥ ରାସ୍ତା ଅବରୋଧ
ପାରାଦୀପ ଲକ୍ ଥାନା ପୁଲିସ ଦୁଇ ଟ୍ରକ୍ ମାଲିକଙ୍କୁ ଗିରଫ କରିବା ନେଇ ଆଜି ଲକ୍ ଥାନା ବାହାରେ ଉତ୍ତେଜନା ପ୍ରକାଶ ପାଇଛି ।

ପାରାଦୀପ ଲକ୍ ଥାନା ଘେରାଉ , ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥ ରାସ୍ତା ଅବରୋଧ
ପାରାଦୀପ, ୪।୩: ପାରାଦୀପ ଲକ୍ ଥାନା ପୁଲିସ ଦୁଇ ଟ୍ରକ୍ ମାଲିକଙ୍କୁ ଗିରଫ କରିବା ନେଇ ଆଜି ଲକ୍ ଥାନା ବାହାରେ ଉତ୍ତେଜନା ପ୍ରକାଶ ପାଇଛି ।
ଦୁଇ ଟ୍ରକ ମାଲିକଙ୍କ ଗିରଫଦାରି କୁ ବିରୋଧ କରି ପାରାଦୀପ ଟ୍ରକ ମାଲିକ ସଂଘ ଥାନା ଘେରାଉ କରିଥିଲେ ।
ଏନେଇ ପାରାଦୀପ ଚଣ୍ଡିଖୋଲ ରାସ୍ତାରେ ଧାରଣା ଦେବା ଦ୍ବାରା ଉଭୟ ପଟରୁ ଗାଡ଼ି ଚଳାଚଳ ସମ୍ପୂର୍ଣ ବାଧା ପ୍ରାପ୍ତ ହୋଇ ଗାଡି ଚଳା ଚଳ ବନ୍ଦ ରହିଛି ।
ଅପରପକ୍ଷେ ଗାଡି ମାଲିକ ମାନେ ଦଦାଗିରି ଦେଖାଇ କର୍ତବ୍ୟ ରତ ପୁଲିସ କର୍ମଚାରୀଙ୍କୁ ମାଡ଼ ମାରିବାରୁ ପୁଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁ ଥିଲା । କିନ୍ତୁ ଏନେଇ ଥାନା ଅଧିକାରୀଙ୍କ ସହ ଯୁକ୍ତିତର୍କ ଉଚ୍ଚବାଚ ପାଟିତୁଣ୍ଡ ଓ କଳି ଝଗଡା ବୃଦ୍ଧି ପାଇଥିଲା i ତେବେ ଆଜି ଦୁଇଜଣଙ୍କୁ ଗିରଫ କରିବା ନେଇ ମହିଳା ଓ ପୁରୁଷ ଥାନା ଘେରାଉ କରିବାରୁ ପୁଲିସ ସହ ଧସ୍ଵାଧସ୍ତି ମଧ୍ୟ ହୋଇଥିଲା । ଗିରଫ ଦୁଇ ଟ୍ରକ୍ ମାଲିକଙ୍କ ଭିତରେ ଜଣେ କେନ୍ଦ୍ରାପଡ଼ା ଓ ଅନ୍ୟ ଜଣେ କଟକ ଚୌଦ୍ବାର ଅଞ୍ଚଳର ବୋଲି ଜଣାପଡ଼ିଛି ।
ତେବେ ଘଟଣା ସ୍ଥଳରେ ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ନିମାଇଁ ସେଠୀ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି