ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ

ବରଗଡ଼ ଜିଲ୍ଲା ବରପାଲି ବ୍ଳକ କନବାର ଗାଁ ଗାନ୍ଧିପଲ୍ଲୀ କଲୋନୀ ଠାରେ ଏକ ଘର ଛାତ କାମ ଚାଲିଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ

ବରଗଡ଼ ଜିଲ୍ଲା ବରପାଲି ବ୍ଳକ କନବାର ଗାଁ ଗାନ୍ଧିପଲ୍ଲୀ କଲୋନୀ ଠାରେ ଏକ ଘର ଛାତ କାମ ଚାଲିଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ କନବାର ଗାଁର ପଦ୍ମଲୋଚନ ହାତୀଙ୍କ ପୁଅ ଅନିରୁଦ୍ଧ (୨୬)। ତାଙ୍କୁ ସଙ୍ଗେ ସଙ୍ଗେ ବରପାଲି ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିବା ପରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏନେଇ ବରପାଲି ଥାନାରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

ପ୍ରକାଶ ଥାଉକି, ମୃତକ ଅନିରୁଦ୍ଧ ତାଙ୍କ ପରିବାରର ଏକ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିଲେ । ଘରେ ତାଙ୍କ ବାପା ମାଆ ଓ ଜଣେ ଭଉଣୀ ଅଛନ୍ତି । ଅନିରୁଦ୍ଧଙ୍କ ଆକସ୍ମିକ ଵିୟୋଗ ପରେ ପରିବାରରେ ବେସାହାରା ହୋଇପଡିଛି । ସରକାରୀ ସ୍ତରରେ ଉକ୍ତ ପରିବାରକୁ ସହାୟତା ଯୋଗାଇଦେବାକୁ ଦାବି ହେଉଛି ।