ଧରା ପଡ଼ିଲା ଚୋରା ଚାଲାଣ, ୮ଟି ହାଇୱ୍ୱା ଗାଡ଼ି ଜବତ, ସର୍ବ ସାଧାରଣ ରେ ଜାରି ହେଲା ନମ୍ବର

ଚାଲିଛି ବେଧଡକ ଚୋରା ଚାଲାଣ, ଏହା ଲୋକ ଦେଖାଣିଆ ବୋଲି ହେଉଛି ଆଲୋଚନା

ଧରା ପଡ଼ିଲା ଚୋରା ଚାଲାଣ, ୮ଟି ହାଇୱ୍ୱା ଗାଡ଼ି ଜବତ, ସର୍ବ ସାଧାରଣ ରେ ଜାରି ହେଲା ନମ୍ବର

ଚୋର ଘର ସବୁ ଦିନେ ଅନ୍ଧାର ନଥିବ, ଦିନେ ନା ଦିନେ ଆଲୁଅ ଜଳିବ, ଯାହାକି ଆଜି ଦେଖିବାକୁ ମିଳିଛି ପାରାଦୀପ ରେ। ବାରମ୍ବାର ଗଣମାଧ୍ୟମ ରେ ଖବର ପ୍ରଚାରିତ ହେବା ପରେ ମଧ୍ୟ ପ୍ରଶାସନ ନିଘୋଡ଼ ନିଦରେ ଶୋଇଥିଲା। କିନ୍ତୁ ଆଜି ହଠାତ୍ ଛୁଟି ଦିନ ସତ୍ତ୍ୱେ କୁଜଙ୍ଗ ତହସିଲ ପକ୍ଷରୁ ଜବରଦସ୍ତ ଚଢ଼ାଉ କରାଯାଇଥିଲା। ଯେଉଁଥିରେ ଶହ ଶହ ଗାଡି ଚାଲିଥିବା ବେଳେ ମାତ୍ର ୮ଟି ହାଇୱ୍ବା ଗାଡ଼ି କୁ ଜବତ କରାଯାଇଛି। ଏହି ଗାଡ଼ି ମଧ୍ୟ ରୁ ୫ଟି ମୋରମ୍ ବୋଝେଇ ହୋଇଥିବା ବେଳେ ଆଉ ୩ଟି ରେ ବାଲି ବୋଝେଇ ହୋଇଥିବା ଜଣାପଡିଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଗାଡ଼ି ଗୁଡ଼ିକ ବିନା ୱ୍ବାଇ ଫର୍ମ ରେ ମୋରମ୍ ଓ ବାଲି ବୋଝେଇ କରି ପାରାଦୀପ ଆଣୁଥିବା ଜଣାପଡିଛି। 

ତେବେ ବିନା କାଗଜ ପତ୍ର ବା ବିନା ୱ୍ବାଇ ଫର୍ମ ରେ ଗାଡ଼ି ମାଲିକମାନେ ଏପରି ସାହାସ କରୁଛନ୍ତି କିପରି ?

ଏ ଚଢ଼ାଉ ଲୋକ ଦେଖାଣିଆ ନା ଏଥିରେ କିଛି ବାସ୍ତବତା ରହିଛି ?

ଯଦି ଚଢ଼ାଉ ନେଇ ଗାଡ଼ି ମାଲିକ ମାନେ ସଚେତନ ରୁହନ୍ତେ ତାହେଲେ ଚୋରା ଚାଲାଣ ପାଇଁ ସାହାସ କରନ୍ତେ ବା କାହିଁକି ?

ଯଦି ପ୍ରଶାସନ ନିୟମିତ ଭାବେ ରୀତିମତ ଚଢ଼ାଉ କରନ୍ତା ତାହେଲେ ହୁଏତ ଏହି ଚୋରି ରୋକାଯାଇ ପାରନ୍ତା କିନ୍ତୁ ସେଥିରେ ସମ୍ପୁର୍ଣ୍ଣ ଦେଖା ଦେଇଛି ବ୍ୟତିକ୍ରମ ଯେଉଁଥି ପାଇଁ ଆଜି ଏପରି ଚୋରା ଚାଲାଣ ଧରାପଡିଛି। 

କିନ୍ତୁ ବାସ୍ତବ ତଥ୍ୟ ନେଇ ଅନୁଧ୍ୟାନ କଲେ ଜଣା ପଡିଛି ଯେ ଏହା ସମ୍ପୂର୍ଣ୍ଣ ଲୋକ ଦେଖାଣିଆ। କାହିଁକି ନା ପ୍ରାୟ ଶହ ଶହ ଗାଡି ରେ ଚୋରା ଚାଲାଣ ହେଉଥିବା ବେଳେ ମାତ୍ର ଧରା ପଡୁଛି ହାତ ଗଣତି କେତୋଟି ଟ୍ରିପ୍। ତାଛଡା ସବୁଠୁ ଭୟଙ୍କର କଥା ହେଉଛି ଯେତେକ ଗାଡ଼ି ପାରାଦୀପ କୁ ଆସୁଛି ସବୁ ଗାଡ଼ି ଓଭର ଲୋଡ। ଆରଟିଓ ଚେକିଂ ସମ୍ପୁର୍ଣ୍ଣ ମନପଲ୍ଲି ଭାବେ ହେଉଛି। କେତେ ବେଳେ ଆରଟିଓ ଧରପଗଡ କରୁଛି ତାହା ତାଙ୍କୁ ହିଁ ଜଣା। ମାସିକିଆ ବଟି ନେଇ ସବୁ କିଛି ଚୁପ୍ ଚାପ୍ ଚାଲିଥିବା ବେଳେ ଏପରି ଧରପଗଡ ଓ ଗାଡ଼ି ଜବତ ନେଇ ସାଧାରଣରେ ଅନେକ ପ୍ରଶ୍ନ ବାଚୀ ସୃଷ୍ଟି କରିଛି ।

ତେବେ ଏନେଇ ପ୍ରଶାସନିକ ପ୍ରତିକ୍ରିୟା ଜାଣିବାକୁ ଚାହିଁବାରୁ କେହି କିଛି କହିବାକୁ ନାରାଜ ଯାହାକି ସତ୍ୟ ସାମ୍ନା କୁ ଆସିବା ନେଇ ସନ୍ଦେହ ଦେଖା ଦେଉଛି।

ତେବେ ମାମଲା ପାରାଦୀପ ଥାନା ରେ ପହଞ୍ଚିବା ପରେ ଥାନା ଅଧିକାରୀ ଙ୍କ ସହଯୋଗ କ୍ରମେ ପାରାଦୀପ ଗଡ଼ ରାଜସ୍ୱ ନିରିକ୍ଷକ ଙ୍କ କାର୍ଯ୍ୟାଳୟ କୁ ଏନେଇ ଅବଗତ କରାଯାଇଛି ଓ ଏନେଇ ଆର ଆଇ ବା ରାଜସ୍ୱ ନିରିକ୍ଷକ ପ୍ରତ୍ୟେକ ଗାଡ଼ି କୁ ୧୫ହଜାର ଲେଖାଏଁ ଫାଇନ୍ କାଟିଛନ୍ତି ବୋଲି ପାରାଦୀପ ଥାନା ଅଧିକାରୀ ସବ୍ୟସାଚୀ ରାଉତ ସୁଚନା ଦେବା ସହ ଗାଡି ଗୁଡିକର ନମ୍ବର ମଧ୍ୟ ସର୍ବ ସାଧାରଣ ରେ ପ୍ରକାଶ କରିଛନ୍ତି। 

ଗାଡି ଗୁଡିକ ର ନମ୍ବର ହେଲା

1)OD 22 C 4647
2)OD 05 U 9654
3)OD 09 G 9555
4)OD 04 G 5305
5)OD 04 K 1232
6)OD 04 C 0725
7) OD 04 E 8325
8)OD 04 F 0284

ତେବେ ଏହି ଜୋରିମାନା ରୁ ଜଦି ଗାଡି ମାଲି ସଚେତନ ନ ହୁଅନ୍ତି ତାହେଲେ ଆଗକୁ ଆହୁରି ଅଧିକ ଜୋରିମାନା କରାଯିବ ବୋଲି ଜଣାପଡିଛି।

ପାରାଦୀପ ରୁ ଲାଲା ବିନୟ କୁମାର ରାୟ ଙ୍କ ରିପୋର୍ଟ