କୃଷି କ୍ରାନ୍ତି ଅଭିଯାନ

କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ବୁର୍ବିନାଜୁ ଗ୍ରାମ ପଂଚାୟତ ପେନାଗୋବେରି ଗ୍ରାମରେ କୃଷି କ୍ରାନ୍ତି ଅଭିଯାନ ର ଶୁଭ ଉଦଘାଟନ ଅନୁଷ୍ଠିତ

କୃଷି କ୍ରାନ୍ତି ଅଭିଯାନ

କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ବୁର୍ବିନାଜୁ ଗ୍ରାମ ପଂଚାୟତ ପେନାଗୋବେରି ଗ୍ରାମରେ ଆଜି ଜିଲ୍ଲା ସ୍ତରୀୟ ଲୋକସଂଗଠନ ଜୀବିକା ସୁରକ୍ଷା ମଞ୍ଚ ର ଜିଲ୍ଲା କାର୍ଯ୍ୟକାରି କମିଟି ମେମ୍ବର ଓ ଟିକାବାଲି ବ୍ଲକ ସଂଯୋଜକ ସଂଜୀବ ଦିଗାଲ,ଙ୍କ ତତ୍ତ୍ୱବଧନ ରେ " କୃଷି କ୍ରାନ୍ତି" ଅଭିଯାନ ର ଶୁଭ ଉଦଘାଟନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି.

ଏହି ଅଭିଯାନ ର ମୁଖ୍ୟ ଉର୍ଦ୍ଧେଶ୍ୟ ହେଉଛି, କନ୍ଧମାଳ ଜିଲ୍ଲା ଏକ କୃଷି ବହୁଳ ଜିଲ୍ଲା ଅଟେ, ଏଠି 90% ଚାଷୀ ର ଜମି ରେ କେବଳ ବର୍ଷ କୁ ଥରେ ଧାନ ଚାଷ କରି ଜମି ପଡିଆ ପଡି ଥାଏ , ତେଣୁ ସଂଗଠନ ଏକ ଅଭିଯାନ ଆରମ୍ଭ କରିଛି ଯେ ଚାଷୀ କେମିତି ଧାନ ଅମଳ ପରେ "ଜିରୋ ଇରୀଗେସନ "ରେ ଦ୍ୱତୀୟ ଫସଲ ଅମଳ କରିବ ଯାହା କି ବିରି, ମୁଗ, କୁଳଥ, ଶୋରିଷ, ସୋଲି ଚଣା, ସୂର୍ଯ୍ୟମୁଖି, ଆଦି ଫସଲ ଲଗାଇ ଦ୍ୱତୀୟ ଫସଲ  ଲାଭ ଉଠେଇ ପାରିବ ସେଥିପାଇଁ ସରକାର ଙ୍କ (RKVY)ରାଷ୍ଟ୍ରି ୟ କୃଷି ବିକାଶ ଯୋଜନା ଏବଂ କୃଷକ ପୋର୍ଟାଲ ରେ ସାମିଲ ହୋଇ ଉପକୃତ ହୋଇ ପାରିବେ, ଏବଂ କୃଷି ର ଏକ ବୈପ୍ଲବିକ ପରିବର୍ତନ ଆସିବା ସହିତ ଜିଲ୍ଲା କୁ ଅପପୁଷ୍ଟି ରୁ ମଧ୍ୟ ରୋକା ଯାଇପାରିବ,

       ଏଥି ପାଇଁ ଦ୍ୱତୀୟ ଫସଲ ଅମଳ ନିମନ୍ତେ,  ଚାଷୀ ଙ୍କୁ ଆବଶ୍ୟକ ବିହନ  ଚଳିତ ବର୍ଷ ଅକ୍ଟୋବର ୧୫ତାରିଖ ପୂର୍ବରୁ ଯୋଗାଇବା, ଏବଂ କୃଷି ଯନ୍ତ୍ର ପାତି, ସହିତ ଚାଷୀଙ୍କୁ ତାଲିମ ଓ ସଚେତନ କରିବା ସହିତସମସ୍ତ ଚାଷୀ ଙ୍କୁ କୃଷକ ପୋର୍ଟାଲ ରେ ପଞ୍ଜିକରଣ କରାଇବା ପାଇଁ ସରକାରଙ୍କୁ, ପୋଷ୍ଟ କାର୍ଡ,ଓ ଗାଁ ରେଜୁଲେସନ,ମାଧ୍ୟମରେ ଆସନ୍ତା 15 ଅଗଷ୍ଟ ସ୍ୱତନ୍ତ୍ର ଗ୍ରାମ ସଭା ରେ ଉପସ୍ଥାପନା କରି ସରକାର ଙ୍କୁ ପ୍ରେରଣା କରିବା ପାଇଁ ସଂଗଠନ ଗାଁ ଗାଁ ରେ ଲୋକଙ୍କୁ ସଚେତନକରିବା ପାଇଁ ଅଭିଯାନ ଆରମ୍ଭ କରିଛି.

     ଏହି ଅଭିଯାନ ରେ ସ୍ଥାନୀୟ ୱାର୍ଡ ସଭ୍ୟ କୃଷକ ସାଥି,ୟଙ୍ଗ ଇଗଲ, ମୋ ଚାଟ ଶାଳୀ ସ୍ବେଛାସେବୀ,ସାମ୍ବାଦିକ ବନ୍ଧୁ ସାଥି ସୁନିତା ପ୍ରଧାନ ପ୍ରଣିତା ଦିଗାଲ  ୱାର୍ଡ ସଭ୍ୟ ଜସ୍ପିନା ପ୍ରଧାନ ସଂଗଠନ ସଭା ନେତ୍ରୀ ରିତା ପ୍ରଧାନ ଏବଂ ପଂଚାୟତ ର ବହୁ ଚାଷୀ ଉପସ୍ଥିତ ଥିବା ର ଦେଖିବାକୁ ମିଳିଛି ।

କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କ ରିପୋର୍ଟ