ଏଥର ୩୦ରୁ ଅଧିକ ଦୋଳିର ମଜା ନେବେ ଦର୍ଶକ
କଟକର ଐତିହାସିକ ବାଲିଯାତ୍ରା ପାଖେଇ ଆସୁଥିଲାବେଳେ ଦିନକୁ ଦିନ ପଡିଆ ଚଳଚଞ୍ଚଳ ହୋଇପଡୁଛି

କଟକର ଐତିହାସିକ ବାଲିଯାତ୍ରା ପାଖେଇ ଆସୁଥିଲାବେଳେ ଦିନକୁ ଦିନ ପଡିଆ ଚଳଚଞ୍ଚଳ ହୋଇପଡୁଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଷ୍ଟେଜ ବନ୍ଧା ଠାରୁ ଆରମ୍ଭ କରି ପ୍ରସ୍ତୁତି କାମ ମଧ୍ୟ ଜୋରସୋରରେ ଚାଲିଛି। ଏଥର ମେଳାରେ ଆକର୍ଷଣ ସାଜିବ ଜିଆଣ୍ଟ ଫ୍ରିସବି ଓ ସୁନାମି ଦୋଳି। ରାଜ୍ୟ ବାହାରୁ ବିଭିନ୍ନ ଦୋଳି ବ୍ୟବସାୟୀ ମାନେ ଆସି ବାଲିଯାତ୍ରା ପଡ଼ିଆ ରେ ପହଞ୍ଚି ଦୋଳି ଖଞ୍ଜା କାମ ମଧ୍ୟ ଆରମ୍ଭ କରିଦେଇଛନ୍ତି।
ଏଥର ବାଲିଯାତ୍ରା ତଳପଡ଼ିଆର ସାତଟି ସ୍ଥାନରେ 30ରୁ ଅଧିକ ଦୋଳି ପଡିବ । ଯେଉଁଥିରେ ରାମ ଦୋଳି, ଟୟ ଟ୍ରେନ୍, ଡିସ୍କୋ ଓ ଟୋରାଟୋରା, ଡ୍ରାଗନ୍,ବ୍ରେକ ଡ୍ୟାନ୍ସ ଆଦି ଦୋଳି ସମେତ ଆକର୍ଷଣୀୟ ଭାବେ ସୁନାମି ଓ ଜିଆଣ୍ଟ ଫ୍ରିସବି ଦୋଳିର ମଜା ନେବେ ଦର୍ଶକ ।
ଚଳିତବର୍ଷ ବାଲିଯାତ୍ରା ଉଦାଘାଟନୀ ଉତ୍ସବକୁ ଭବ୍ୟ ଢଙ୍ଗରେ ଆୟୋଜନ କରିବା ପାଇଁ ଯୋଜନା କରିଛି ଜିଲ୍ଲା ପ୍ରଶାସନ । କଟକ ଇନ୍ କଟକ ପାଭିଲିଅନ ଭିତରେ ଏକ ସାଉଥ୍ ଇଷ୍ଟ ପାଭିଲିୟନ କରାଯାଉଛି ଯେଉଁଠି ଓଡ଼ିଶାର ବାଣିଜ୍ୟିକ ସମ୍ପର୍କର ଝଲକ ଦେଖିବାକୁ ମିଳିବ ।
ବାଲିଯାତ୍ରାକୁ ଅଳ୍ପ ଦିନ ଥିବାବେଳେ ଜୋରସୋରରେ ଚାଲିଛି ପ୍ରସ୍ତୁତି । ମଧ୍ୟପ୍ରଦେଶ ଓ କୋଲକାତାରୁ ବିଭିନ୍ନ ଦୋଳି ବ୍ୟବସାୟୀମାନେ ଟ୍ରକ୍ରେ ଜିନିଷ ଆଣି ପଡିଆରେ କାର୍ଯ୍ୟ ଆରମ୍ଭ କରିଛନ୍ତି।