ଗ୍ରାମବାସୀ ଙ୍କ ରାସ୍ତା ରୋକ 

୧୧ କେବି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ବସ ହେଳ୍ପର ମୃତ୍ୟୁ ଘଟଣା ରେ କ୍ଷତିପୂରଣ ଦାବିନେଇଁ ସ୍ଥାନୀୟ ଗ୍ରାମବାସୀ ଙ୍କ ରାସ୍ତା ରୋକ 

ଗ୍ରାମବାସୀ ଙ୍କ ରାସ୍ତା ରୋକ 

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପଲାବୃଡି ଗ୍ରାମ ପଞ୍ଚାୟତ କେରେଙ୍ଗେଲି ଛକ ନିକଟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା ଘଟିଛି । ଘଟଣା ସ୍ଥଳରେ ଦେଖିବାକୁ ମିଳିଛି ବସରେ ଜିନିଷ ପତ୍ର କାଢ଼ିବାକୁ ଯାଇ ୧୧କଭି ବିଦ୍ୟୁତ ସଂସ୍ଫର୍ଶରେ ଆସିଥିଲା ଶୁଭଲଷ୍ମୀ ବସ୍ ଫୁଲବାଣୀ ଠାରୁ ପାହିରାଜୁ ଭାୟା ଫିରିଙ୍ଗିଆ ଦେଇ ଯାଉଥିବା ଏହି ବସ୍ ପଲାବୃଡି ପଞ୍ଚାୟତ ର କେରେଙ୍ଗେଲି ଛକଠାରେ ବସ୍ କୁ ଅଟକାଇ ବସରେ କାର୍ଯ୍ୟରତ ହେଲ୍ପର ଜଣକ ବସ ଉପରେ କିଛି ସାମାନ କାଡିବାକୁ ବସ୍ ର ଉପରସିଡ଼ିରେ ଓହ୍ଲାଉଥିବା ସମୟରେ ବସ୍ଉପରେ ବିପଦ ତାର ସଂକୁଳ ଅବସ୍ଥାରେ ଝୁଲି ରହିଥିବା ୧୧ କେଭି ବିଦ୍ୟୁତ୍ ତାର ରେ ଅସାବଧାନତା ଯୋଗୁଁ ହାତ ବାଜିବାରୁ ହେଲ୍ପର ଜଣକ ତଳେ ପଡ଼ିଯାଇଥିଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ଯୁବକମାନେ ତାଙ୍କୁ ଏକ ମୋଟର ସାଇକେଲ ଯୋଗେ ଗୋଛାପଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କୁ ନେଇଥଲେ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ଅବସ୍ଥାରେ ଯୁବକ ଙ୍କୁ ଡ଼ାଃକ୍ତର ମୃତ୍ୟୁ ଗୋସଣା କରିଥିଲେ । ଖବର ପାଇବାମାତ୍ରେ ଗୋଛାପଡା ପୋଲିସ ମୃତଶରୀରକୁ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଶବବ୍ୟବଛେଦ ପାଇଁ ପଠାଯାଇଥିଲା ।

ଏହି ଖବର ପାଇ ଉତ୍ୟକ୍ତ ଗାଁ ଲୋକେ ରାସ୍ତାରେ କାଠ ଗଣ୍ଡି ପକେଇ ଦିର୍ଘ ସମୟ ଧରି ରାସ୍ତା ଅବରୋଧ କରିଥିଲେ । ଯାହା ଫଳରେ ଗାଡ଼ି ମଟର ଯିବା ଆସିବା ବାଧା ପ୍ରାପ୍ତ ସୃଷ୍ଟି ହେଇଥିବା ଦେଖିବାକୁ ମିଳିଛି ଏହି ଖବର ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ ର ରାଜ୍ୟ ଉପସଭାପତି ତଥା ଏଜୁକେସନ ଚାରିଟେବୁଲ୍ ଟ୍ରଷ୍ଟ ପ୍ରିହମ୍ ର ନିର୍ଦେଶକ କୁନା ଦିଗାଲ ଙ୍କୁ ଉକ୍ତ ଗ୍ରାମ ର ଜଣେ ସଚୋଟ ଓ ନିର୍ଭିକ ସମାଜସେବୀ କେଶବ ଦିଗାଲ ଉକ୍ତ ଗ୍ରାମ ବାସି ମାନେ ରାସ୍ତା ରୋକ କରିଥିବା ଫୋନ୍ ଯୋଗେ କହିଥିଲେ l ଉକ୍ତ ଖବର ଶୁଣି କେଶବ ଦିଗାଲ ଙ୍କୁ ସେଇ ରାସ୍ତା ରୋକ ଦେଇଥିବା ଭାଇ ଭଉଣୀ ମାନଙ୍କୁ ବୁଝେଇ ଧାରଣା ନ ଦେବାପାଇଁ କହିଥିଲେ ରାଜ୍ୟ ଉପସଭାପତି l ତା ସହିତ ଗୋଚ୍ଛାପଡ଼ା ଥାନା ଅଧିକାରୀ ଏବଂ ଷ୍ଟାପ୍ ଉକ୍ତ ସ୍ତାନ କୁ ଯାଇ ସେଠାରେ ପହଁଚି ଥିଲେ ଏବଂ ଜନସାଧାରଣ ଙ୍କୁ ବୁଝା ସୁଝା କରିଥିଲେ l ଉଭୟ ଙ୍କ କଥା ମାନି ନେଡିପଦର ଗ୍ରାମବାସୀମାନେ ରାସ୍ତା ରୋକ ଠାରୁ ଉଠିଗଲେ ଯେମିତି ଚାଲି ଥିଲା ପୁଣି ସେମିତି ଗାଡ଼ି ଚଳା ଚଞ୍ଚଳ ହେଇଥିଲା l ତେବେ ମୃତ ଯୁବକ ଜଣକ ହେଲେ ଗୋଛାପଡ଼ା ଥାନା ପଲାବୃଡି ପଞ୍ଚାୟତ ର ନେଡିପଦର ଗାଁ ର ମିଲରା ଦିଗାଲ ଙ୍କ ପୁଅ ଆମଦ ଦିଗାଲ ବୋଲି ଜଣାପଡିଥିବା ବେଳେ ସେ ଦୀର୍ଘ ବର୍ଷ ଧରି ଏହି ଶୁଭଲଷ୍ମୀ ବସ୍ ରେ ହେଲ୍ପର ଭାବରେ କାର୍ଯ୍ୟକରି ଆସୁଥିଲେ l କୁନା ଦିଗାଲ ଏବଂ କେଶବ ଦିଗାଲ ଏହି ବିଦ୍ୟୁତ୍ତ୍ ଦୁର୍ଘଟଣା ରେ ମୃତ୍ୟୁ ହେଇଥିବା ପ୍ରାଇବାର ବର୍ଗ ଙ୍କୁ ସରକାର ଙ୍କ ତରଫରୁ କିପରି ସହାୟତା ମିଳିପାରିବ ସେନେଇ ସହଯୋଗ ର ହାତ ବଢ଼େଇ ଛନ୍ତି l