ଜଙ୍ଗଲରେ ମାଓ କ୍ୟାମ୍ପ ଠାବ
ବୌଦ୍ଧ ଜିଲ୍ଲା ବୁଢାଖୋଲ୍ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ । ମାଓ କ୍ୟାମ୍ପରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି ।

ବୌଦ୍ଧ ଜିଲ୍ଲା ବୁଢାଖୋଲ୍ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ । ମାଓ କ୍ୟାମ୍ପରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଏବେବି ଜଙ୍ଗଲରେ ସର୍ଚ୍ଚ ଅପରେସନ ଚାଲିଛି ।ବୁଢାଖୋଲ ଓ ମାତାକୃପା ଜଙ୍ଗଲରେ ଏସ୍ଓଜି ଯବାନଙ୍କ ପକ୍ଷରୁ କୁମ୍ବିଂ ଅପରେସନ୍ ଚାଲିଥିଲା । ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବା ନେଇ କୁମ୍ବିଂ ଅପରେସନ ଚାଲିଥିଲା ।
ହେଲେ ଏହି ସମୟରେ ମାଓବାଦୀ-ପୋଲିସଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିଲା । ଯାହାର ସୁଯୋଗ ନେଇ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ । ତେବେ ଘଟଣାସ୍ଥଳରେ ଏକ ମାଓ କ୍ୟାମ୍ପ ଠାବ ହୋଇଛି । ଏହି କ୍ୟାମ୍ପରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି ।