ଏହି ଦିନ ଲାଗିବା ପାଇଁ ଯାଉଛି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, ଜାଣନ୍ତୁ
ବର୍ଷର ପ୍ରଥମ ସୂର୍ଯ୍ୟପରାଗ କିଛି ରାଶି ଉପରେ ପ୍ରଭାବ ପକାଇପାରେ । ଏହି ରାଶି ଉପରେ ସୂର୍ଯ୍ୟ ପରାଗର ପ୍ରଭାବ ଅଧିକ ପଡିବ । ଏହି ରାଶିର ବ୍ୟକ୍ତିଙ୍କ କ୍ୟାରିୟରେ କ୍ଷେତ୍ରରେ କିଛି ଦ୍ୱନ୍ଦ ସୃଷ୍ଟି ହେବାର ସମ୍ଭାବନା ରିହିଛି ।

ଏହି ଦିନ ଲାଗିବା ପାଇଁ ଯାଉଛି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ
solar eclipse 2023:: ଉଭୟ ବିଜ୍ଞାନ ଏବଂ ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ଗ୍ରହଣକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଇଛି ।
ସୂର୍ଯ୍ୟ, ଚନ୍ଦ୍ର ଏବଂ ପୃଥିବୀ ଗୋଟିଏ ସରଳରେଖାରେ ରହିଲେ ଚନ୍ଦ୍ରର ଛାଇ ପୃଥିବୀର ଯେଉଁ ସମସ୍ତ ଅଞ୍ଚଳରେ ପଡିଥାଏ ସେଠାରେ ଲାଗି ଥାଏ ସୂର୍ଯ୍ୟ ପରଗ । ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ୨୦ ଏପ୍ରିଲରେ ଲାଗିବା ପାଇଁ ଯାଉଛି । ଚାଲନ୍ତୁ ଜାଣିବା କେଉଁ ପରାଗର ସମୟ । ଧାର୍ମିକ ଦୃଷ୍ଟି କୋଣରୁ ସୂର୍ଯ୍ୟ ପରାଗ ଏହଂ ଚନ୍ଦ୍ର ଗ୍ରହଣକୁ ନେଇ ଲୋକଙ୍କ ମନରେ ରହିଛି ବିଶ୍ୱାସ ।
ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଚନ୍ଦ୍ରଗ୍ରହଣକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ହେଲେ ଧାର୍ମିକ ଦୃଷ୍ଟିରୁ ସୂର୍ଯ୍ୟ ପରାଗ ଦିନ କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ । କାରଣ ଏହି ସମୟରେ ରାହୁର ପ୍ରଭାବ ସୂର୍ଯ୍ୟ ଉପରେ ପଡିଥାଏ ।
୨୦୨୩ ର ପ୍ରଥମ ସୂର୍ଯ୍ୟ ପରାଗ ୨୦ ଏପ୍ରିଲ ଗୁରୁବାର ଦିନ ଲାଗିବା ପାଇଁ ଯାଉଛି । ସକାଳ ୭.୦୪ ରୁ ରାତି ୧୨.୨୯ ଯାଏ ସୂର୍ଯ୍ୟ ପରାଗ ଲାଗିବ ।
ଏହି ରାଶି ଉପରେ ପଡିବ ପ୍ରଭାବ ବର୍ଷର ପ୍ରଥମ ସୂର୍ଯ୍ୟପରାଗ କିଛି ରାଶି ଉପରେ ପ୍ରଭାବ ପକାଇପାରେ । ଏଥର ମେଷ ରାଶି ଉପରେ ସୂର୍ଯ୍ୟ ପରାଗର ପ୍ରଭାବ ଅଧିକ ପଡିବ । ଏହି ରାଶିର ବ୍ୟକ୍ତିଙ୍କ କ୍ୟାରିୟରେ କ୍ଷେତ୍ରରେ କିଛି ଦ୍ୱନ୍ଦ ସୃଷ୍ଟି ହେବାର ସମ୍ଭାବନା ରିହିଛି । ଶିକ୍ଷା କ୍ଷେତ୍ରରେ ମଧ୍ୟ ଏହାର କିଛି ମାତ୍ରାରେ ପ୍ରଭାବ ପଡିପାରେ । ଏହି ସୂର୍ଯ୍ୟ ପରାଗ ଅଶ୍ୱିନୀ ନକ୍ଷତ୍ରରେ ଘଟିବ ।
କାମ୍ବୋଡିଆ, ଚୀନ୍, ଆମେରିକା, ସିଙ୍ଗାପୁର, ଥାଇଲ୍ୟାଣ୍ଡ, ଆଣ୍ଟାର୍କଟିକା, ଅଷ୍ଟ୍ରେଲିଆ, ଭିଏତନାମ, ତାଇୱାନ, ପାପୁଆ ନ୍ୟୁ ଗିନି, ଇଣ୍ଡୋନେସିଆ, ଫିଲିପାଇନ୍ସ, ଦକ୍ଷିଣ ଭାରତ ମହାସାଗର ଏବଂ ନ୍ୟୁଜିଲାଣ୍ଡରେ ଏହି ପରାଗ ଦୃଶ୍ୟମାନ ହେବ। ଖାସ କଥା ହେଲା ଏରି ପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ। ଭାରତରେ ଦୃଶ୍ୟମାନ ହେଉ ନ ଥିବାରୁ ଏହାର କୌଣସି ନିତୀ ଏଠାରେ ପାଳନ କରାଯିବ ନାହିଁ ।