ପାଟନା ଜଙ୍କସନ୍ ପାଖ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ୬ ମୃତ

ବିହାରର ପାଟନାରେ ଜଙ୍କସନରେ ବଡ଼ ଧରଣର ଅଘଟଣ

ପାଟନା ଜଙ୍କସନ୍ ପାଖ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ୬ ମୃତ

 ବିହାରର ପାଟନାରେ ଜଙ୍କସନରେ ବଡ଼ ଧରଣର ଅଘଟଣ। ଗୁରୁବାର ରେଳ ଷ୍ଟେସନ୍ ସ୍ଥିତ ଏକ ହୋଟେଲରେ ଘଟିଛି ଭୀଷଣ ଅଗ୍ନିକାଣ୍ଡ। ଏହି ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଆହତ ହୋଇଛନ୍ତି। ଆହତଙ୍କୁ ପିଏମସିଏଚ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଥିରୁ ଦୁଇଜଣଙ୍କର ସ୍ଥିତି ଖୁବ୍ ଗୁରୁତର ରହିଛି। ଏମର୍ଜେନ୍ସିଂରେ ତାଙ୍କର ଚିକିତ୍ସା ଚାଲିଛି।

ଅନେକଙ୍କର ଶରୀର ୮୦ ରୁ ୯୦% ପର୍ଯ୍ୟନ୍ତ ଜଳି ଯାଇଛି। ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ।

ଯେତେବେଳେ ନିଆଁ ଲାଗିଥିଲା ସେତେବେଳେ ହୋଟେଲରେ ଅନେକ ଲୋକ ଥିଲେ। ଡିଜି ଫାୟାର ଶୋଭା ଅହୋତକର କହିଛନ୍ତି, ହୋଟେଲ ପାଖରେ ଥିବା ବିଲ୍ଡିଂରୁ ୪୫ ଜଣଙ୍କୁ ବାହାର କରାଯାଇଛି। ସୂଚନା ମିଳିବାର କିଛି ମିନିଟ୍ ଭିତରେ ଦମକଳର ବହୁ ଗାଡି ଘଟଣାସ୍ଥଳରେ ପହଁଞ୍ଚି ନିଆଁ ଲିଭାଇଥିଲା। ୫୧ ଦମକଳ ସାହାଯ୍ୟରେ ନିଆଁକୁ ଆୟତ୍ତ କରାଯାଇଥିଲା। ନିଆଁ ଲାଗିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା। କୁହାଯାଉଛି ଯେ, ଗ୍ୟାସ୍ ସିଲିଣ୍ଡରରେ ଲିକ୍ ହେବା କାରଣରୁ ନିଆଁ ଲାଗିଥିଲା।ନିଆଁକୁ କାବୁ କରି ନିଆଯାଇଛି, କିନ୍ତୁ ଫାୟର ଫାଇଟିଂ ଟିମ୍ ପୋଡି ଯାଇଥିବା ଲୋକଙ୍କୁ ଏବେ ବି ଖୋଜୁଛି।

ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ନିଆଁ ଦିନ ୧୧ଟାରେ ଲାଗିଥିଲା। ଗ୍ୟାସ୍ ସିଲିଣ୍ଡରରୁ ନିଆଁ ଲାଗିବା କାରଣରୁ ଦୃତ ଗତିରେ ଏହା ବ୍ୟାପୀ ଯାଇଥିଲା। ହୋଟେଲ ଲୋକେ ଅଗ୍ନିଶମ ୟୁନିଟ୍ର ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସଫଳତା ମିଳିନାହିଁ। ଦେଖୁ ଦେଖୁ ପୁରା ହୋଟେଲକୁ ନିଆଁ ବ୍ୟାପୀ ଯାଇଥିଲା ଓ ଆଖପାଖ ଘରକୁ ପ୍ରଭାବିତ କରିଥିଲା। ସୂଚନା ମିଳିବା ପରେ ଅଗ୍ନିଶମ ବିଭାଗର ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲା।