ସଂସଦ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି; ଲୋକସଭା ଭିତରେ ପଶିଲେ ୨ ଅଜ୍ଞାତ

ଲୋକସଭାର ଦର୍ଶକ ଗ୍ୟାଲେରୀରୁ ଓ୍ବେଲକୁ ଡେଇଁଲେ ଅଜଣା ଲୋକ । ଫଳରେ ସଂସଦଙ୍କ ମଧ୍ୟରେ ଭୟର ବାତାବରଣ

ସଂସଦ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି; ଲୋକସଭା ଭିତରେ ପଶିଲେ ୨ ଅଜ୍ଞାତ

ସଂସଦ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି; ଲୋକସଭା ଭିତରେ ପଶିଲେ ୨ ଅଜ୍ଞାତ

ନୂଆଦିଲ୍ଲୀ: ସଂସଦ ସୁରକ୍ଷା ବ୍ୟବସ୍ଥାରେ ବଡ଼ ତ୍ରୁଟି । ଲୋକସଭାରେ ପଶିଲେ ୨ଜଣ ଅଜ୍ଞାତ । ଲୋକସଭାର ଦର୍ଶକ ଗ୍ୟାଲେରୀରୁ ଓ୍ବେଲକୁ ଡେଇଁଲେ ଅଜଣା ଲୋକ । ଫଳରେ ସଂସଦଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା । ସେମାନଙ୍କ ହାତରେ ସ୍ମୋକ୍ କ୍ୟାଣ୍ଡଲ ଥିଲା । ଦୁଇ ଅଜଣ ଲୋକଙ୍କୁ ମଧ୍ୟରୁ ଜଣେ ଯୁବକ ଓ ଜଣେ ଯୁବତୀ ରହିଛନ୍ତି । ସଂସଦ ସୁରକ୍ଷାରେ ନିୟୋଜିତ ହୋଇଥିବା ପୋଲିସ ସେମାନଙ୍କୁ କାବୁ କରିଛି । ଲୋକସଭାର ଶୂନ୍ୟକାଳ ଚାଲୁଥିବା ବେଳେ ୨ଜଣ ପଶିଥିଲେ । ଏହି ଘଟଣା ପରେ ଲୋକସଭାକୁ ମୁଲତବୀ କରାଯାଇଛି ।   

ଲୋକସଭାର ଶୂନ୍ୟକାଳ ଚାଲୁଥିବା ବେଳେ ୨ଜଣ ଗ୍ୟାଲେରୀରୁ ଲୋକସଭାକୁ ଡେଇଁଥିଲେ । ଏହି ସମୟରେ ପଶ୍ଚିମବଙ୍ଗର ବିଜେପି ସାଂସଦ ସ୍ବଗେନ ମୁର୍ମୁ ଭାଷଣ ଦେଇଥିବା ବେଳେ ହଠାତ୍ କେହି ଜଣେ ଖସିପଡିବାର ଶବ୍ଦ ଶୁଣିବାକୁ ମିଳିଥିଲା । ଲୋକସଭା ଗ୍ୟାଲେରୀରୁ ଖସିପଡ଼ିଲେ ବୋଲି ସାଂସଦମାନେ କହିଥିଲେ । ଏହି ୨ ଅଜଣା ଲୋକ ଲୋକସଭା ମଧ୍ୟକୁ ଡେଇଁ ଭୟର ବାତାବରଣ ସୃଷ୍ଟି କରିଥିଲେ । ସେମାନଙ୍କ ହାତରେ କଲର ସ୍ମୋକ୍ ଥିଲା । ଫଳରେ ଧୂଆଁ ଧୂଆଁ ହୋଇଯାଇଥିଲା ଲୋକସଭା । ତୁରନ୍ତ ଲୋକସଭା କିଛି ସମୟ ପାଇଁ ମୁଲବତୀ ଘୋଷଣା କରାଯାଇଥିବା ବେଳେ ସାଂସଦ ମାନେ ତୁରନ୍ତ ବାହାରକୁ ଚାଲିଯାଇଥିଲେ ।

ସୂଚନାଯୋଗ୍ୟ ଯେ, ଲୋକସଭାରେ ହଠାତ୍ ପଶିଆସିଥିବା ଏହି ଦୁଇ ଯୁବକଙ୍କ ଭିତରୁ ଜଣକର ନାମ ସାଗର। ଦୁଇ ଜଣ ସାଂସଦଙ୍କ ନାମ ନେଇ ଭିଜିଟର ପାସରେ ସଂସଦ ଭିତରେ ପ୍ରବେଶ କରିଥିଲେ । ସାଂସଦ ଦାନିଶ ଅଲ୍ଲୀଙ୍କ ସୂଚନା ମୁତାବକ, ଦୁଇ ଜଣ ଯୁବକ ମହିଶୂର ବିଜେପି ସାଂସଦ ପ୍ରତାପ ସିହ୍ମାଙ୍କ ନାମରେ ଭିଜିଟର୍ ପାସ୍ ଆଣିଥିଲେ ।

କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ କହିବା କଥା, ଦୁଇ ଜଣ ଯୁବକ ଦର୍ଶକ ଗ୍ୟାଲେରୀରୁ ଡେଇଁଥିଲେ । ସେମାନେ କିଛି ଫୋପାଡି ମଧ୍ୟ ଥିଲେ । ଏହାପରେ ଲୋକସଭାରେ ଉପସ୍ଥିତ ଥିବା ସାଂସଦ ତାଙ୍କୁ ଧରିନେଇଥିଲେ । ସୁରକ୍ଷାକର୍ମୀମାନେ ଦୁଇ ଯୁବକଙ୍କୁ ବାହାରକୁ ନେଇଯାଇଥିଲେ ।

ସେପଟେ ୨୨ବର୍ଷ ତଳେ ଅର୍ଥାତ୍ ଆଜିର ଦିନରେ ପାର୍ଲିଆମେଣ୍ଟରେ ଆତଙ୍କବାଦୀ ହମଲା ହୋଇଥିଲା । ପୁରୁଣା ସଂସଦକୁ ଆତଙ୍କବାଦୀ ବାକୁ କରିନେଇଥିଲେ । ଏହି ଘଟଣା ଭାରତୀୟଙ୍କ ମନରୁ ଲିଭି ନଥିବା ବେଳେ ଆଜି ପୁଣି ଥରେ ସଂସଦ ସୁରକ୍ଷା ବ୍ୟବସ୍ଥା ତ୍ରୁଟି ପରିଲ୍ଲିଖିତ ହୋଇଛି । ପାର୍ଲିଆମେଣ୍ଟ ସୁରକ୍ଷା ବ୍ୟବସ୍ଥାରେ ପ୍ରଶ୍ନ ସୃଷ୍ଟି ହୋଉଛି ।